ଓଡିଶା

odisha

ETV Bharat / bharat

ଜମ୍ମୁରୁ IED ଉଦ୍ଧାର ମାମଲାରେ ଆଉ 2 ଗିରଫ

ଜମ୍ମୁରୁ IED ଉଦ୍ଧାର ମାମଲା । ଏହି ଘଟଣାରେ 2 ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 3, 2021, 10:11 AM IST

Two more arrested in Jammu IED case
ଜମ୍ମୁରୁ ଆଇଡି ଉଦ୍ଧାର ମାମଲା; 2 ଆତଙ୍କି ଗିରଫ

ଶ୍ରୀନଗର:ଜମ୍ମୁରୁ IED ଉଦ୍ଧାର ମାମଲା । ଏହି ଘଟଣାରେ 2 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଦିନ ସୋଫିଆନ ଓ ବାନିହାଲରୁ 2 ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି । ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ଆତଙ୍କବାଦୀ ହେଉଛନ୍ତି ବାନିହାଲର ନାଡିମ-ଉଲ-ହକ ଓ ତଲିବ ଇ ରେହେମାନ ।

ଜୁନ୍ 27 ରେ, ନାଦିମ-ଉଲ-ହକଙ୍କୁ ସହରର ସୀମାନ୍ତରେ ଥିବା ଭାଟିଣ୍ଡି ଅଞ୍ଚଳରୁ 5.5 କିଲୋଗ୍ରାମ ଆଇଡି ସହ ତାଙ୍କୁ ଗିରଫ କରାଯାଇଥିଲା। ଏହା ସହ ପାକିସ୍ତାନ ସ୍ଥିତ ଲଶ୍କର-ଏ-ତାଇବା (ଲେଟି) ଜନଗହଳି ପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଯୋଜନାକୁ ଏଡ଼ାଇ ଦିଆଯାଇଥିଲା। ପୋଲିସର ମୁଖପାତ୍ର କହିଛନ୍ତି ଯେ, ଆତଙ୍କୀଙ୍କୁ କ୍ରମାଗତ ପଚରାଉଚରା ପରେ IED ଉଦ୍ଧାର କରାଯାଇଥିଲା । ଏବଂ ଆଉ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା । ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା ।

ଜାମ୍ମୁ ପୋଲିସ୍ ଉଭୟଙ୍କୁ ଧରିବା ପାଇଁ ଆରମ୍ଭ କରିଥିଲା ଅପରେସନ । ପରେ ଉଭୟଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ସେମାନଙ୍କ ସମ୍ପୃକ୍ତି ସମ୍ପୃକ୍ତି ଥିବା ସ୍ବୀକାର କରିଥିଲେ । ପୋଲିସ ମୁଖପାତ୍ର କହିଛନ୍ତି ଯେ ଜାମୁରେ ଏକ ପ୍ରମୁଖ ଧାର୍ମିକ ସ୍ଥାନରେ ଆଇଡି ବିସ୍ଫୋରଣ କରିବା ପାଇଁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଯେଉଁଥି ପାଇଁ ନାଡିମ ବାନିହାଲରୁ ଜାମ୍ମୁକୁ ଆସିଥିଲେ । ଏଥିରୁ ଜଣାପଡିଛି ଯେ ଡ୍ରୋନ ଯୋଗେ ପାକ ଆଡୁ IED ଆସିଥିଲା । ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details