ଜୟପୁର:ରାଜସ୍ଥାନ ଉଦୟପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକାକୁ ନିଜର ଦୁଇ ସମ୍ପର୍କୀୟ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିରେ ନାବାଳିକାଜଣଙ୍କ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ଆମ୍ବାମାତା ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସ ଓ ପୀଡିତାଙ୍କ ସମ୍ପର୍କୀୟଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ, ପୀଡିତା ନାବାଳିକାଙ୍କ ମା’ ଅସୁସ୍ଥ ଅଛନ୍ତି ଓ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଘରେ କେହି ନଥିବା କାରଣରୁ ନାବାଳିକାଜଣଙ୍କ ନିଜ ଆଣ୍ଟିଙ୍କ ଘରେ ରହୁଥିଲା । ତେବେ ସେଠାରେ ତାଙ୍କର ଦୁଇଜଣ ସମ୍ପର୍କୀୟ ନାବାଳକ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ନାବାଳିକାଜଣଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯିବା ପରେ ସେ ଏପରି କାଣ୍ଡର ଶିକାର ହୋଇଥିବା ଜଣାପଡିଛି । ତାକୁ ତରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସମ୍ପର୍କୀୟ ସ୍ଥାନୀୟ ଥାନାରେ ପୀଡିତା ନାବାଳିକାର ବଡ ଭଉଣୀ ଏକ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ନାବାଳିକା ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ ।