ଓଡିଶା

odisha

ETV Bharat / bharat

ଚୁଲିରୁ ନିଆଁ ଲାଗି ଜଳିଗଲା କୁଡ଼ିଆ, ଦୁଇ ଶିଶୁ ଜୀବନ୍ତ ଦଗ୍ଧ - Two minors charred to death as hut catches fire

ମଧ୍ୟପ୍ରଦେଶ ଦମୋହ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଚୁଲିରୁ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଜଳିଯାଇଛନ୍ତି । ଅଧିକ ପଢ଼ନ୍ତୁ

ଦୁଇ ଶିଶୁ ଜୀବନ୍ତ ଦଗ୍ଧ
ଦୁଇ ଶିଶୁ ଜୀବନ୍ତ ଦଗ୍ଧ

By

Published : Mar 11, 2023, 9:15 PM IST

ଭୋପାଳ: ମଧ୍ୟପ୍ରଦେଶ ଦମୋହ ଜିଲ୍ଲାର ଚମ୍ପତ ପିପରିୟା ଗାଁରେ ସାମାନ୍ୟ ଅସାବଧାନତା ଯୋଗୁଁ ଚାଲିଗଲା ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ । ଏହି ଗାଁରେ ଥିବା ଏକ କୁଡ଼ିଆରେ ହଠାତ ନିଆଁ ଲାଗିଯାଇଥିଲା । ଠିକ ସମୟରେ ବାହାରକୁ ବାହାର କରାଯାଇ ନପାରିବାରୁ ଏହି ନିଆଁରେ ଦୁଇ ଶିଶୁ ଜୀବନ୍ତ ଜଳି ଯାଇଛନ୍ତି । ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏଭଳି ଘଟଣାକୁ ନେଇ ଚମ୍ପତ ସିମରିୟା ଗାଁରେ ଶୋକର ଛାୟା ଖେଳିଯାଇଛି ।

କୁଡ଼ିଆରେ ଖେଳୁଥିଲେ ଦୁଇ ଶିଶୁ: ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ଦମୋହ ଜିଲ୍ଲାର ଚମ୍ପତ ପିପରିୟା ଗାଁରେ । ସେହି ଗାଁର ଭଗବାନ ଦାସ ରାୱତ ଓ ତାଙ୍କ ପତ୍ନୀ ଝୁମ୍ପୁଡ଼ି କୁଡ଼ିଆ ତିଆରି କରି ନିଜ ଜମି ପାଖରେ ହିଁ ରୁହନ୍ତି । ସବୁଦିନ ଭଳି ଶନିବାର ମଧ୍ୟ ଉଭୟ ଚୁଲିରେ ଖାଇବା ରାନ୍ଧି ସାରିବା ପରେ ବିଲରେ କାମ କରିବାକୁ ପଳାଇଥିଲେ । ଏହି ସମୟରେ ସେମାନଙ୍କର ଦୁଇ ଶିଶୁ ୩ ବର୍ଷିୟା ଋଷିକା ଓ ୩ ମାସର ନବଜାତ ଶିଶୁପୁତ୍ର ସେହି କୁଡ଼ିଆରେ ହିଁ ରହିଥିଲେ । ଏହି ସମୟରେ ଚୁଲିରୁ ଅଙ୍ଗାର ଓ ପାଉଁସ ଉଡ଼ି ଚାଳରେ ପଡ଼ିଥିଲା । ପବନରେ ଏହି ଅଙ୍ଗାରରୁ ନିଆଁ ବାହାରି ଘର ଜଳିଯାଇଥିଲା ।

ପିଲାମାନଙ୍କୁ ବଞ୍ଚାଇବାକୁ ସୁଯୋଗ ମିଳିନଥିଲା: ଯେତେବେଳେ ଭଗବାନ ଦାସ ନିଜ କୁଡ଼ିଆରେ ନିଆଁ ଲାଗିବା ଦେଖିଲେ, ସେ ପିଲାଙ୍କୁ ବଞ୍ଚାଇବାକୁ ଦୌଡ଼ିଥିଲେ । କିନ୍ତୁ ସେତେବେଳକୁ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ସାରିଥିଲା । ଦୁଇ ଶିଶୁ ନିଆଁରେ ଜଳି ଯାଇଥିଲେ । ଭଗବାନ ଓ ତାଙ୍କ ପତ୍ନୀଙ୍କର କାନ୍ଦ ଓ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଥିଲେ । ନଡ଼ା ଓ କାଠରେ ନିର୍ମିତ କୁଡ଼ିଆ ଏବଂ ତା ଭିତରେ ଥିବା ଲୁଗାପଟାରେ ଲାଗି ନିଆଁ କରାଳ ରୂପ ନେଇଥିଲେ । ଏହି କାରଣରୁ ଶିଶୁଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଖବର ପାଇଁ ନରସିଂହଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶିଶୁଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆଗରୁ ମଧ୍ୟ ଏଭଳି ଘଟିଛି ଶିଶୁଙ୍କ ମୃତ୍ୟୁ: ଦମୋହ ଜିଲ୍ଲାରେ ଆସାବଧାନତା କାରଣରୁ ନିଆଁ ଲାଗି ଶିଶୁଙ୍କ ମୃତ୍ୟୁ ଘଟିବା ଏହା ପ୍ରଥମ ଘଟଣା ନୁହେଁ । ଆଗରୁ ମଧ୍ୟ ଏଭଳି ଘଟଣା ଘଟିଛି । ଏହା ପୂର୍ବରୁ ତେନ୍ଦୁଖେଡ଼ା ଅଞ୍ଚଳରେ ମଧ୍ୟ ବିଲରେ ଫସଲ କଟାଯିବା ସମୟରେ କୁଡ଼ିଆରେ ନିଆଁ ଲାଗି ଗୋଟେ ଶିଶୁକନ୍ୟାର ଜାବନ ଯାଇଥିଲା । ଏହା ପୂର୍ବରୁ ବଟିୟାଗଡ଼ରେ ମଧ୍ୟ ଏଭଳି ଏକ ଘଟଣାରେ ନିଷ୍ପାପ ଶିଶୁ ଜୀବନ୍ତ ଜଳିଯାଇଥିଲା । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଲୋକେ ସଚେତନ ନହେବା ଚିନ୍ତାର କାରଣ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details