ଓଡିଶା

odisha

ETV Bharat / bharat

Betting Chicken: ଭାରତରୁ 3 ଲକ୍ଷ ଟଙ୍କାରେ ଲଢୁଆ କୁକୁଡ଼ା କିଣିଲେ ଥାଇଲାଣ୍ଡ ନାଗରିକ - two men and two women came from thailand

'ବେଟିଙ୍ଗ୍ ଚିକେନ' ବାବଦରେ ସୋସିଆଲ ମିଡିଆରେ ଏକ ଭିଡିଓ ଦେଖି ଭାରତ ଆସିଲେ ଥାଇଲାଣ୍ଡ ନାଗରିକ। ମାଲିକ ନଦେବାରୁ ଫଟୋ ଉଠାଇବା ସହ 3ଲକ୍ଷ ମୂଲ୍ୟର ଆଉ ଏକ କୁକୁଡ଼ା କିଣିନେଇଛନ୍ତି । ପଢନ୍ତୁ ପୁରା ଖବର

କୁକୁଡ଼ା କିଣିବାକୁ ଆସିଲେ ଥାଇଲାଣ୍ଡ ନାଗରିକ
କୁକୁଡ଼ା କିଣିବାକୁ ଆସିଲେ ଥାଇଲାଣ୍ଡ ନାଗରିକ

By

Published : Jul 29, 2023, 5:59 PM IST

ହାଇଦ୍ରାବାଦ:ଗଞ୍ଜା ଲଢେଇରେ ଉଦ୍ଦିଷ୍ଟ କୁକୁଡ଼ା କିଣିବା ନିଶାରେ ଭାରତ ଆସିଛନ୍ତି ଥାଇଲାଣ୍ଡ ନାଗରିକ। ହେଲେ ସେହି କୁକୁଡାକୁ ମାଲିକ ବିକ୍ରୟ ନକରିବାରୁ ସେମାନେ 3ଲକ୍ଷ ମୂଲ୍ୟର ଆଉ ଏକ କୁକୁଡ଼ା କିଣିନେଇଛନ୍ତି। ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିବା ପରେ ସେମାନେ ଭାରତ ଆସିଥିବା ଜଣାପଡିଛି। ତେଲେଙ୍ଗାନାର ଲିଙ୍ଗମପଲ୍ଲେମରୁ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ,'ବେଟିଙ୍ଗ୍ ଚିକେନ' ବାବଦରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ଦେଖିବା ପରେ ତେଲେଙ୍ଗାନାର ଏଲୁରୁ ଜିଲ୍ଲାର ଲିଙ୍ଗପାଲେମ ସ୍ଥିତ ରଙ୍ଗପୁରମ୍ ଆସିଥିଲେ ଥାଇଲାଣ୍ଡର ନାଗରିକ । ଏହି ଗାଁରେ ଏକ ଦେଶୀ ଚିକେନ୍ ଫାର୍ମ ଚଳାଉଥିବା କୁରୁକୁଲା ରତ୍ତାୟାଙ୍କ ବିବରଣୀ କହିଛନ୍ତି, "ଚଳିତ ବର୍ଷର ଭୋଗୀ ପର୍ବରେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଗଣପଭାରାମରେ ଗଞ୍ଜା ଲଢେଇ ହୋଇଥିଲା । ଯେଉଁଥିରେ କୁକୁଡ଼ା ପିଛା 27 ଲକ୍ଷ ଟଙ୍କା ବାଜିରେ ଲଗାଇ ଜିତିଥିଲି।"

ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି। ଯାହାକୁ ଦେଖି ଥାଇଲାଣ୍ଡର 2ଜଣ ଯୁବକଙ୍କ ସମେତ 2ଜଣ ଯୁବତୀ ଗତ ବୁଧବାର ଦିନ ରଙ୍ଗପୁରାମକୁ କୁକୁଡ଼ା କିଣିବାକୁ ଆସିଥିଲେ। ହେଲେ କୁରୁକୁଲା ରତ୍ତାୟା ଏହାକୁ ବିକ୍ରୟ କରିବାକୁ ସିଧାସଳଖ ମନା କରିଦେଇଥିଲେ। ଏହାପରେ ସେମାନେ କୁକୁଡା଼ ସହ ଏକ ଫଟୋ ଉଠାଇଥିଲେ। ଏହାସହ ନିରାଶ ନହୋଇ 3ଲକ୍ଷ ଟଙ୍କା ମୂଲ୍ୟରେ ଆଉ ଏକ କୁକୁଡ଼ା କିଣି ନେଇଥିବା ଜଣାପଡିଛି। ଏହି ଗଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ଏହା ବି ପଢନ୍ତୁ...ରଜରେ ଚାଲିଥିଲା ବେଆଇନ କୁକୁଡା ଲଢେଇ ସହ ଜୁଆ ଖେଳ, 52 ଗିରଫ

ବର୍ତ୍ତମାନ ସମୟରେ ଯୁବପୀଢିଙ୍କୁ ଘାରିଛି ରାତାରାତି ବଡ଼ ଲୋକ ହେବାର ନିଶା। ଯେଉଁଥିପାଇଁ ଜୁଆଖେଳକୁ ରୋଜଗାରର ପନ୍ଥା ଭାବେ ବାଛୁଛନ୍ତି ଯୁବବର୍ଗ । ତେବେ ଖାଲି ସହରାଞ୍ଚଳ କାହିକିଁ ଗାଁ ଗଣ୍ଡାର ଯୁବପିଢୀଙ୍କୁ ମଧ୍ୟ ଜୁଆ ଖେଳ ସତେ ଯେମିତି କିମିଆ କରିଛି । ଆଉ ଏହା ଯେ କେବଳ ଭାରତରେ ସୀମିତ, ତାହା ନୁହେଁ। ବିଦେଶରେ ମଧ୍ୟ ଯୁବବର୍ଗଙ୍କୁ ଘାରିଛି ଜୁଆ ଖେଳ ନିଶା। ତେବେ 2015 ମସିହାରେ ସୁପ୍ରିମକୋର୍ଟଙ୍କ ଗଞ୍ଜା ଲଢେଇକୁ ନିଷେଧ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଉଲଂଘନ କଲେ ଅପରାଧୀଙ୍କ ପାଇଁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ତଥାପି ଦେଶର ବିଭିନ୍ନ ସ୍ଥାନରେ ଗଞ୍ଜା ଲଢେଇ କରାଯାଉଥିବାର ଖବର ଆସୁଛି। ଏସବୁ ଭିତରେ ନିକଟରେ ଗଞ୍ଜା ଲଢେଇ ପାଇଁ ଉଦ୍ଦିଷ୍ଟ କୁକୁଡ଼ାକୁ କିଣିବାକୁ ଥାଇଲାଣ୍ଡରୁ ଆସିଥିବା 4ଜଣ ଯୁବକ ଯୁବତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

ABOUT THE AUTHOR

...view details