ମୁମ୍ବାଇ:ଯଦି ଇଚ୍ଛା ଶକ୍ତି ଅଛି ସବୁ ସମ୍ଭବ । କୌଣସି ଶାରିରୀକ ଅକ୍ଷମତା ହରାଇ ପାରିବ ନାହିଁ । ପ୍ରତିକୂଳ ପରିସ୍ଥିତି ହେଉ କି ରୋଗ ସବୁକୁ ପରାସ୍ତ କରି ଲକ୍ଷ୍ୟ ହାସଲ କରିବାକୁ ଶକ୍ତି ଯୋଗାଏ ଦୃଢ ଇଚ୍ଛାଶକ୍ତି । ସେମିତି ଏକ ପ୍ରେରଣାଦାୟୀ କାହାଣୀ ଲେଖିଛନ୍ତି ମହାରାଷ୍ଟ୍ରର କ୍ୟାନ୍ସର ରୋଗୀ ରାଜୁ ତୁରକାନେ । ସେ ଖାଲି କ୍ୟାନ୍ସର ରୋଗୀ ନୁହନ୍ତି ପିଲାଟି ଦିନୁ ଗୋଟିଏ ଗୋଡ ମଧ୍ୟ ହରାଇଛନ୍ତି । ହେଲେ ହାରି ନାହାନ୍ତି ସ୍ଥିତି ପରିସ୍ଥିତିର ମୁକାବିଲା କରିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ଗୋଡରେ ସାଇକେଲ ଯାତ୍ରା କରି ୨ ଲକ୍ଷ କିଲୋମିଟର ରାସ୍ତା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ରାଜୁ ତୁରକାନେ ।
ପିଲାଟି ଦୁନ ଗୋଟିଏ ଗୋଡ ହରାଇଛନ୍ତି ରାଜୁ । କିଛି ନୂଆ ଅନ୍ୟନ୍ୟ କରିବାର ଇଚ୍ଛା ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଛି । ରାଜୁ ଦିଲ୍ଲୀରୁ ମୁମ୍ବାଇ, ମୁମ୍ବାଇରୁ ପୁଣେ, ପୁଣେରୁ ନାଗପୁର ସାଇକେଲ ଯାତ୍ରା କରିଛନ୍ତି ତାହା ପୁଣି ଗୋଟିଏ ଗୋଡରେ। ରାଜୁଙ୍କ ଅନ୍ୟଗୋଡଟି ମଧ୍ୟ ଭଲ ନାହିଁ । ତାଙ୍କର ଏହି ସଫଳ ଯାତ୍ର ନେଇ ସେ କହିଛନ୍ତି,'' ସେ ଖୁବ ଶୀଘ୍ର ଏଥିରୁ ସୁସ୍ଥ ହୋଇ ଆଗକୁ ପୁଣି ଥରେ ସାଇକେଲ ଚଳାଇବେ । ''