ଓଡିଶା

odisha

ETV Bharat / bharat

ନିର୍ମାଣଧିନ ଟନେଲ ଭୁଶୁଡିବା ଘଟଣା: 9 ଶ୍ରମିକଙ୍କ ମଧ୍ୟରୁ 2 ମୃତ 7 ଉଦ୍ଧାର - କଟନିରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ଶ୍ରମିକଙ୍କ ମୃତ୍ୟୁ

କଟନି ଜିଲ୍ଲାର ସ୍ଲିମନାବାଦର ବରଗୀ ଅଣ୍ଡରଗ୍ରାଉଣ୍ଡ କେନାଲର ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ତେବେ ଏହି ଟନେଲରେ ଫସି ରହିଥିବା ଅନ୍ୟ 7 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ

under construction tunnel collapse in katni
ଭୁଶୁଡିଲା ନିର୍ମାଣଧିନ ଟନେଲ: 2 ମୃତ ଓ 7 ଜଣ ଉଦ୍ଧାର

By

Published : Feb 14, 2022, 1:44 PM IST

ଭୋପାଳ: କଟନି ଜିଲ୍ଲାର ସ୍ଲିମନାବାଦର ବରଗୀ ଅଣ୍ଡରଗ୍ରାଉଣ୍ଡ କେନାଲର ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ତେବେ ଏହି ଟନେଲରେ ଫସି ରହିଥିବା ଅନ୍ୟ 7 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଗତ ଶନିବାର ରାତିରେ ମଧ୍ୟପ୍ରଦେଶର କଟନି ଜିଲ୍ଲାର 30 ନଂ ଜାତୀୟ ରାଜପଥରେ ନିର୍ମାଣଧୀନ ଅଣ୍ଡରଗ୍ରାଉଣ୍ଡ ଟନେଲର କାର୍ଯ୍ୟ ଚାଲୁଥିବା ସମୟରେ ଟନେଲ ଏକ ଅଶଂ ଭୁଶୁଡି ପଡିଥିଲା । ଯାହା ଫଳରେ ଏଠାରେ କାମ କରୁଥିବା 9 ଜଣ ଶ୍ରମିକ ମାଟି ଭିତରେ ପୋତି ହୋଇଯାଇଥିଲେ ।

ତେବେ ସେମାନଙ୍କ ମଧ୍ୟରୁ 7 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ 2 ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର କରାଯାଇଥିବା 7 ଜଣ ଶ୍ରମିକଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।

ଏହି ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (National Disaster Response Force) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (State Disaster Emergency Response Force) ସହ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ବୋଲି ମଧ୍ୟପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ରାଜୋରା ସୂଚନା ଦେଇଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିବା ଆହତ ଶ୍ରମିକଙ୍କ ଉତ୍ତମ ଚିକିତ୍ସା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

@PTI

ABOUT THE AUTHOR

...view details