ଗୌହାଟୀ: ଆସାମରେ ସଂଘର୍ଷ । ଦରାଙ୍ଗ ଜିଲ୍ଲାରେ ଅନୁପ୍ରବେଶ ବିରୋଧୀ ଅଭିଯାନ ସମୟରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଘଟଣାରେ ଅନେକ ପୋଲିସ କର୍ମୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି ।
Assam Violence: ପୋଲିସ ସହ ପ୍ରଦର୍ଶନକାରୀଙ୍କ ସଂଘର୍ଷ, ୨ ମୃତ ପ୍ରଦର୍ଶନକାରୀଙ୍କ ଭିଡକୁ ଏଡାଇବା ପାଇଁ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲାଠି ଚାର୍ଜ କରିବା ସହ ଗୁଳି ଚଳାଇଥିଲା । ଏଥିରେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ଅଛନ୍ତି ।
ଆସାମ ଦରାଙ୍ଗ ଜିଲ୍ଲାରେ ଗୁରୁବାର ଅବୈଧ ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ପହଞ୍ଚିଥିଲା ପୋଲିସ । ଏହି ସମୟରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ଢୋଲପୁରରେ ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ବ୍ୟାପକ ସ୍ତରରେ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ପାଖାପାଖି ୮୦୦ ପରିବାର ବାସହୀନ ହୋଇଯାଇଥିଲେ ।
ସୂଚନା ଅନୁଯାୟୀ, ପ୍ରଥମ ଥର ଜୁନରେ ଏଭଳି ଅଭିଯାନ ଆରମ୍ଭ ହୋଇଥିଲା । ଅନେକ ପରିବାରଙ୍କୁ ଏଠାରୁ ହଟାଇଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ ପ୍ରାଚୀନ ଶିବ ମନ୍ଦିର ସହ ଜଡିତ ଜମିକୁ ଖାଲି କରାଯାଇଥିଲା । ଏହି ଗାଁରେ ଅଧିକାଂଶ ପରିବାରର ପୂର୍ବବଙ୍ଗର ହୋଇଥିବା କୁହାଯାଉଛି ।
ତେବେ ସୋମବାର ବ୍ୟାପକ ସ୍ତରରେ ପୁଣିଥିରେ ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ଅଭିଯାନ ଆରମ୍ଭ କରାଯାଇଥିଲା । ୨୦ ହଜାରରୁ ଅଧିକ ଲୋକେ ଏଥିରେ ପ୍ରଭାବିତ ହୋଇଛନ୍ତି । ଗୁଳି ବାଜି ଆହତ ହୋଇଥିବା ପ୍ରଦର୍ଶନକାରୀଙ୍କୁ ହସ୍ପିଟାଲରେ ପହଞ୍ଚାଯାଇଛି ।