ଓଡିଶା

odisha

ETV Bharat / bharat

IS operatives Arrested: କର୍ଣ୍ଣାଟକରେ ଦୁଇ IS ଆତଙ୍କବାଦୀ ଗିରଫ - କର୍ଣ୍ଣାଟକରେ ଆଇଏସଆଇଏସ ଆତଙ୍କବାଦୀ

କର୍ଣ୍ଣାଟକରୁ ଦୁଇ ISIS ଆତଙ୍କବାଦୀଙ୍କୁ ଗିରଫ କଲା ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଆଜି 6ଟି ସ୍ଥାନରେ ଚଢାଉ ପରେ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଗିରଫ ହୋଇଥିଲେ ଦୁଇଜଣ ସନ୍ଦିଗ୍ଧ ଆତଙ୍କୀ (Two Islamic State operatives arrested in Karnataka)। ଅଧିକ ପଢନ୍ତୁ

କର୍ଣ୍ଣାଟକରେ ଦୁଇ ISIS ଆତଙ୍କବାଦୀ ଗିରଫ
କର୍ଣ୍ଣାଟକରେ ଦୁଇ ISIS ଆତଙ୍କବାଦୀ ଗିରଫ

By

Published : Jan 5, 2023, 9:14 PM IST

ହାଇଦ୍ରାବାଦ: କର୍ଣ୍ଣାଟକରୁ ଗିରଫ ହେଲେ ଦୁଇ ଆଇଏସଆଇଏସ ଆତଙ୍କବାଦୀ । ଜାତୀୟ ତଦନ୍ତକାରୀ ସଂସ୍ଥା NIA ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟର ପ୍ରାୟ 6ଟି ସ୍ଥାନରେ ଏକକାଳୀନ ଅତର୍କିତ ଚଢାଉ କରିବା ପରେ ଏହି ସଫଳତା ପାଇଛି । କୁଖ୍ୟାତ ଆତଙ୍କୀ ଇସଲାମିକ ସଂଗଠନ ISIS ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଉଦୁପି ଜିଲ୍ଲାର ରେଶାନ ଥାଜୁଦ୍ଦିନ ଶେଖ ଏବଂ ଶିବାମୋଗା ଜିଲ୍ଲାର ହୁଜାୟର ଫରହାନ ବାଗକୁ ଗିରଫ କରାଯାଇଥିବା NIAର ମୁଖପାତ୍ର କହିଛନ୍ତି (Two Islamic State operatives arrested in Karnataka)।

ଜାତୀୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ କହିଛନ୍ତି, ଗତବର୍ଷ ସେପ୍ଟେମ୍ବର 19ରେ କର୍ଣ୍ଣାଟକର ଶିବମୋଗା ଗ୍ରାମୀଣ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏକ ମାମଲାର ପୁନଃ ଯାଞ୍ଚ ଜାରି ରଖିଥିବା ବେଳେ ତଦନ୍ତ ଆଧାରରେ ଏହି ଚଢାଉ କରାଯାଇଥିଲା । ଦକ୍ଷିଣ କାନାଡା, ଶିବମୋଗା, ଦେବନଗରୀ ଏବଂ ବେଙ୍ଗାଲୁରୁ ଜିଲ୍ଲାରେ ଏହି ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି 2ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସଂସ୍ଥା ଗିରଫ କରିଛି । ସେମାନଙ୍କ ଠାରୁ ଏକାଧିକ ସନ୍ଦେହଜନକ ସାମଗ୍ରୀ ଜବତ କରାଯିବା ସହ ଜେରା ଜାରି ରହିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ସଂସ୍ଥାର ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି, ନିଷେଧ ଘୋଷିତ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ଆତଙ୍କବାଦୀ କାର୍ଯ୍ୟକଳାପକୁ କର୍ଣ୍ଣାଟକ ତଥା ଦେଶରେ ବିସ୍ତାର କରିବା ପାଇଁ ଏମାନେ କାର୍ଯ୍ୟ କରୁଥିଲେ । ଏମାନେ ଆତଙ୍କବାଦୀ ସଂଗଠନ ଠାରୁ କ୍ରିପ୍ଟୋ ଓ ଅନ୍ୟ ହାଓ୍ବଲା ଜରିଆରେ ଅର୍ଥ ମଧ୍ୟ ଗ୍ରହଣ କରିଛନ୍ତି । ପୂର୍ବରୁ ମଧ୍ୟ କର୍ଣ୍ଣାଟକରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାଲାରେ ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିସାରିଥିବା ବେଳେ ଆଜି ଆଉ ଦୁଇଜଣଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା 4କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details