ଓଡିଶା

odisha

ETV Bharat / bharat

କାଶ୍ମୀରରେ 2 ହାର୍ଡକୋର ଆତଙ୍କବାଦୀ ଗିରଫ, ବିପୁଳ ମାରଣାସ୍ତ୍ର ଜବତ - କାଶ୍ମୀରରେ ଆତଙ୍କବାଦୀ ଗିରଫ

ଘାଟିରେ 2 ହାର୍ଡକୋର ଆତଙ୍କବାଦୀଙ୍କୁ ବାନ୍ଧିଲା ସେନା । ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ । ଅଧିକ ପଢନ୍ତୁ

କାଶ୍ମୀରରେ 2 ହାର୍ଡକୋର ଆତଙ୍କବାଦୀ ଗିରଫ, ବିପୁଳ ମାରାଣାସ୍ତ୍ର ଜବତ
କାଶ୍ମୀରରେ 2 ହାର୍ଡକୋର ଆତଙ୍କବାଦୀ ଗିରଫ, ବିପୁଳ ମାରାଣାସ୍ତ୍ର ଜବତ

By

Published : Jun 9, 2022, 10:54 PM IST

ଶ୍ରୀନଗର:ଘାଟିରେ ଏନକାଉଣ୍ଟରରେ କ୍ରମାଗତ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଉଥିବା ସେନା ଆଜି ଦୁଇ ଆତଙ୍କୀଙ୍କୁ ଜୀବନ୍ତ ଗିରଫ କରିବାରେ ସଫଳ ହୋଇଛି । ଦକ୍ଷିଣ କାଶ୍ମୀରର ସୋପୁର ଅଞ୍ଚଳରୁ ଏହି ଦୁଇ ହାର୍ଡକୋର ଆତଙ୍କୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ଦୁହିଁକ ନାମ ଫୈଜନ ଏହମ୍ମଦ ଓ ମୁଜାମିଲ ରସିଦ ମିର ।

ପ୍ରାଥମିକ ତଦନ୍ତରୁ ସ୍ଥାନୀୟ ପୋଲିସ ଏହା ମଧ୍ୟ ସ୍ପଷ୍ଟ କରିଛି, ଉଭୟ ଘାଟିରେ ଏକାଧିକ ଆକ୍ରମଣରେ ସାମିଲ ଥିଲେ । ଉଭୟ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ LeT/TRF ପାଇଁ କାର୍ଯ୍ୟ କରୁଥିଲେ । ଉଭୟଙ୍କୁ ଗିରଫ କରି ଅଧିକ ପଚରାଉଚରା କରାଯାଉଛି । ଏମାନଙ୍କ ଠାରୁ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ନେଇ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାୟ କରିବା ପାଇଁ ସୁରକ୍ଷା ବଳ ଓ ପୋଲିସ ପ୍ରୟାସ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details