ଓଡିଶା

odisha

ETV Bharat / bharat

ଶେଷ ହେଲା ବିଧବା ପ୍ରଥା ! ୧୧ ହଜାର ବିଧବା ମହିଳାଙ୍କର ହେଲା ପୁର୍ନବିବାହ

ଏଣିକି ବିଧବା ହେଲେ ମହିଳା ସାଜିବେ ସଧବା । ସ୍ବାମୀଙ୍କ ମୃତ୍ୟୁ ପରେ ମହିଳାଙ୍କ ମଥାରୁ ଲିଭିବନି ସିନ୍ଦୁର । କାରଣ ଏହି ବିଧବା ମହିଳାଙ୍କର ହୋଇପାରିବ ପୁର୍ନବିବାହ । ଅଧିକ ପଢ଼ନ୍ତୁ

ବିଧବା ହେଲେ ବି ମହିଳା ରହିବେ ସଧବା, ବଦଳିବନି ରୀତିନୀତି ନିୟମ
ବିଧବା ହେଲେ ବି ମହିଳା ରହିବେ ସଧବା, ବଦଳିବନି ରୀତିନୀତି ନିୟମ

By

Published : Jun 9, 2022, 4:50 PM IST

ମୁମ୍ବାଇ :ଦେଶ ଯେତେ ଆଧୁନିକ ଆଡ଼କୁ ଗତି କଲେ ମଧ୍ୟ ଆମ ସମାଜରେ ବିଧବାଙ୍କ ପାଇଁ ଆଇନ ଏବେ ବି କଠୋର ରହିଛି । ଭାରତର ପ୍ରାୟ ସବୁ ରାଜ୍ୟରେ ବିଧବାମାନେ ଧଳା ଶାଢ଼ି ପିନ୍ଧିବା, ଚୁଡ଼ି ଭାଙ୍ଗିବା ଓ ସିନ୍ଦୁର ନପିନ୍ଧିବା ଆଦି ନିୟମ କିମ୍ବା ସାମାଜିକ ପ୍ରଥା ରହିଛି । ପତିଙ୍କ ମୃତ୍ୟୁ ପରେ ଜଣେ ବିଧବା ମହିଳା ସାଧାରଣ ଜୀବନ କାଟିବା ପ୍ରଥା ହୋଇଯାଇଛି ।

ହେଲେ ଏହି ନିୟମକୁ ନେଇ ପ୍ରଥମଥର ପାଇଁ ପରିବର୍ତ୍ତନ କରିଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର କୋଲ୍ହାପୁର ଜିଲ୍ଲା ହେରାବାଡ ପଞ୍ଚାୟତରେ ପ୍ରଥମେ ପାରିତ ହୋଇଛି ଏହି ନିୟମ । ଏହି ଗ୍ରାମ ପଞ୍ଚାୟତରେ ବିଧବାଙ୍କ ସହ ଜଡିତ ରୀତିନୀତି ଉପରେ ନିଷେଧାଦେଶ ଜାରି କରିଛନ୍ତି ଗାଁର ସରପଞ୍ଚ । ପାଖାପାଖି ୧୧ ହଜାର ବିଧବା ମହିଳାଙ୍କ ପୁର୍ନ ବିବାହ କରାଯାଇଛି । ତେବେ ହେରୱାଡ ଗ୍ରାମ ପଞ୍ଚାୟତ ଦ୍ବାରା ସର୍ବସମ୍ମତି କ୍ରମେ ଏହି ସଂକଳ୍ପ ପାରିତ ହୋଇଛି ।

ବର୍ତ୍ତମାନ ଠାରୁ ଏହି ଗାଁରେ କୌଣସି ମହିଳାଙ୍କୁ ବିଧବାଙ୍କ ଯନ୍ତ୍ରଣାଦାୟକ ରୀତିନୀତି କରିବାକୁ ପଡିବ ନାହିଁ । ଯଦି ତାଙ୍କ ସ୍ୱାମୀ ମରିଯାଆନ୍ତି, ତେବେ ମହିଳା ଜଣକ ତାଙ୍କ ମଙ୍ଗଳସୁତ୍ରକୁ ବାହାର କରିବା, ମୁଣ୍ଡରୁ ସିନ୍ଦୁର ଲିଭେଇବାକୁ ବାଧ୍ୟ ନୁହଁନ୍ତି । ଏହି ପ୍ରକ୍ରିୟା ତାଙ୍କ ପାଇଁ ଯନ୍ତ୍ରଣାଦାୟକ । ସେହିପରି ଜଣେ ବିଧବାଙ୍କୁ ମଧ୍ୟ କୌଣସି ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯାଇନଥାଏ ।

ଏହି ନିଷ୍ଠୁର ତଥା ଅନାବଶ୍ୟକ ପ୍ରକ୍ରିୟା ଆମ ଗାଁରୁ ନିଷିଦ୍ଧ ହୋଇଛି ବୋଲି ସରପଞ୍ଚ ଶ୍ରୀଗୋଣ୍ଡା ପାଟିଲ କହିଛନ୍ତି । କୋଭିଡ-୧୯ ମହାମାରୀ ସମୟରେ ଗାଁରେ ଅନେକ ଅକାଳ ମୃତ୍ୟୁ ଘଟିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୫ବର୍ଷ ବୟସର ଯୁବକମାନେ ପ୍ରାଣ ହରାଇଥିଲେ ଏବଂ ସେମାନଙ୍କର ସ୍ତ୍ରୀମାନେ ବିଧବା ସହିତ ଜଡିତ ରୀତିନୀତି ପାଳନ କରିବାକୁ ବାଧ୍ୟ ହୋଇଥିଲେ । ଯାହା ସେମାନଙ୍କ ପାଇଁ ତଥା ଆମ ଗ୍ରାମ ପଞ୍ଚାୟତ ପାଇଁ ଅତ୍ୟନ୍ତ ଦୁଃଖ ଏବଂ ଯନ୍ତ୍ରଣାଦାୟକ ।

ସାରା ରାଜ୍ୟରେ ଏହି ନିୟମକୁ ସମାପ୍ତ କରିବା ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସବୁ ପଞ୍ଚାୟତରେ ବିଧବା ପ୍ରଥାକୁ ସମାପ୍ତ କରିବା ପାଇଁ ରାଜ୍ୟ ସରକାର ସର୍କୁଲାର ଜାରି କରିଛନ୍ତି । ସରକାରଙ୍କ ଏହି ନିୟମକୁ ସମସ୍ତ ନାରୀ ଜାତି ସ୍ୱାଗତ କରିଛନ୍ତି ।

ମହିଳାଙ୍କ ପାଇଁ ଏହି ପ୍ରଥା ବହୁତ ଅପମାନଜନକ : ସରପଞ୍ଚ

ହେରବାଡ ପଞ୍ଚାୟତ ପରେ କୋଲ୍ହାପୁର ମାନଗାଓଁ ପଞ୍ଚାୟତ ମଧ୍ୟ ଏହି ନିୟମକୁ ଲାଗୁ କରିଛି । ଧିରେ ଧିରେ ରାଜ୍ୟର ଅନ୍ୟ ପଞ୍ଚାୟତରେ ମଧ୍ୟ ଲୋକେ ଏହାକୁ ସ୍ୱତଃପ୍ରବୃତ ଭାବେ ଗ୍ରହଣ କରୁଥିବା ଦେଖାଯାଇଛି । ଏହି ପ୍ରଥାର ଉଚ୍ଛେଦ ନାରୀ ସ୍ୱାଧୀନତାର ଆଉ ଏକ ମାଇଲ ଖୁଣ୍ଟ ବୋଲି ସମାଜ ସେବୀ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details