ଓଡିଶା

odisha

ଯାନ୍ତ୍ରିକ ତ୍ରୁଟି: ଡାଇଭର୍ଟ ହେଲା ଦୁଇଟି GoAir ବିମାନ, ଦିଲ୍ଲୀ ଓ ଶ୍ରୀନଗରେ ଜରୁରୀ ଅବତରଣ

By

Published : Jul 19, 2022, 3:51 PM IST

ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇଟି ବିମାନ ବନ୍ଦରକୁ ଡାଇଭର୍ଟ ହେଲା ଗୋ-ଏୟାରର ଦୁଇଟି ବିମାନ । ଦିଲ୍ଲୀ,ଶ୍ରୀନଗରେ ଜରୁରୀ ଅବତରଣ । ସମସ୍ତ ଯାତ୍ରୀ ସୁରକ୍ଷିତ । ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଯାନ୍ତ୍ରିକ ତ୍ରୁଟି କାରଣକୁ ଡାଇଭର୍ଟ ହେଲା ଦୁଇ GoAir ବିମାନ: ଦିଲ୍ଲୀ,ଶ୍ରୀନଗରେ ଜରୁରୀ ଅବତରଣ
ଯାନ୍ତ୍ରିକ ତ୍ରୁଟି କାରଣକୁ ଡାଇଭର୍ଟ ହେଲା ଦୁଇ GoAir ବିମାନ: ଦିଲ୍ଲୀ,ଶ୍ରୀନଗରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀ ଓ ଶ୍ରୀନଗର ବିମାନ ବନ୍ଦରକୁ ଦୁଇଟି ଗୋ-ଏୟାର (GoAir) ବିମାନଙ୍କୁ ଡାଇର୍ଭଟ କରାଯାଇଛି । ଉଭୟ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା । ମୁମ୍ବାଇରୁ ଲେହ ଅଭିମୁଖେ ଉଡାଣ ଭରିଥିବା ଗୋ-ଏୟାର A-320 ବିମାନକୁ ଡାଇଭର୍ଟ କରାଯାଇ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଛି । ସେହିପରି ଅନ୍ୟ ଏକ ବିମାନ 320 ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ବେଳେ ଉକ୍ତ ବିମାନକୁ ମଧ୍ୟ ଶ୍ରୀନଗର ଫେରାଇ ଆଣାଯାଇଥିବା ବେସାମରିକ ଉଡାଣ ମନ୍ତ୍ରଣାଳୟ (ଡିଜିସିଏ) ସୂଚନା ଦେଇଛି ।

ତେବେ ଦୁଇଟି ଯାକ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡି କରିଛନ୍ତି । ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ରହିଛନ୍ତି । ତେବେ କେଉଁ କାରଣରୁ ଏପରି ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details