ଲକ୍ଷ୍ନୌ :ପ୍ରଥମେ ଭଲ ବନ୍ଧୁ ପରେ ପ୍ରେମ ଆଉ ଏବେ ବିବାହ । ଏହା କୌଣସି ପୁଅ-ଝିଅଙ୍କ ଖବର ନୁହେଁ । ଏହି ପ୍ରେମ ବିବାହ ହୋଇଛି ୨ ଝିଅଙ୍କ ମଧ୍ୟରେ । ଯାହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ଦେଖିବାକୁ ମିଳିଛି ତୁମୁଳକାଣ୍ଡ । ଲକ୍ଷ୍ନୌ ସହରର ମିରୁଟ ଅଞ୍ଚଳରେ ରହୁଥିବା ଦୁଇଜଣ ଝିଅ ପ୍ରଥମେ ଭଲ ବନ୍ଧୁ ହୋଇ ରହିବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଆଉ ଏବେ ଉଭୟ ବିବାହ କରିଛନ୍ତି ।
ଯେତେବେଳେ ସମ୍ପର୍କୀୟମାନେ ଏ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଉଭୟ ସାଙ୍ଗଙ୍କୁ ମାଡ଼ ମାରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଝିଅ ମେଡିକାଲ ପୋଲିସ୍ ଷ୍ଟେସନ ଅଞ୍ଚଳର ଶାସ୍ତ୍ରୀନଗରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଝିଅଟି ଲାଲକର୍ତ୍ତୀର। ଉଭୟ ଝିଅ ଗୋଟିଏ କଲେଜରେ B.Com ପଢୁଛନ୍ତି ।