ଓଡିଶା

odisha

By

Published : Jan 8, 2023, 8:05 PM IST

ETV Bharat / bharat

ମହଙ୍ଗା ପଡିଲା କ୍ର୍ୟୁ ସଦସ୍ୟଙ୍କୁ ଅଶ୍ଳୀଳ ମନ୍ତବ୍ୟ, ବିମାନରୁ ବିଦା ହେଲେ 2 ବିଦେଶୀ ଯାତ୍ରୀ

କ୍ର୍ୟୁ ସଦସ୍ୟଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ ବିମାନ ଯାତ୍ରାରୁ ବଞ୍ଚିତ ହେଲେ 2 ବିଦେଶୀ ଯାତ୍ରୀ । 6 ତାରିଖରେ ଗୋଆରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ଗୋ-ଫାଷ୍ଟ ବିମାନ(Two foreigners offloaded from plane ) । ଅଧିକ ପଢନ୍ତୁ

ଗୋ ଫାଷ୍ଟ ଫ୍ଲାଇଟରୁ ବିଦା ହେଲେ 2 ବିଦେଶୀ ଯାତ୍ରୀ
ଗୋ ଫାଷ୍ଟ ଫ୍ଲାଇଟରୁ ବିଦା ହେଲେ 2 ବିଦେଶୀ ଯାତ୍ରୀ

ହାଇଦ୍ରାବାଦ:ବିମାନର କ୍ର୍ୟୁ ସଦସ୍ୟଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ଦୁଇ ବିଦେଶୀ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡିଛି । ଗୋଆରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିବାକୁ ପ୍ରସ୍ତୁତ ହେଉଥିବା ଗୋ-ଫାଷ୍ଟ ବିମାନରୁ ଦୁଇ ବିଦେଶୀ ଯାତ୍ରୀଙ୍କୁ ବିଦା କରାଯାଇଛି(Two foreigners offloaded from plane )। ଗତ 6 ତାରିଖରେ ଏହି ଘଟଣା ଘଟଥିବା ବିମାନ କମ୍ପାନୀର ମୁଖପାତ୍ର ସୂଚନା ଦେଇଛନ୍ତି । କର୍ମଚାରୀଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ଓ ଉଡ଼ାଣ ସୁରକ୍ଷା ପ୍ରୋଟୋକଲ ଉଲଙ୍ଘନ କରିବା କାରଣରୁ ଉଭୟଙ୍କୁ ଯାତ୍ରା କରିବାକୁ ଦିଆଯାଇନଥିବା ସହ ବୋର୍ଡିଂ ସମୟରେ ଫ୍ଲାଇଟ୍‌ରୁ ବାହାର କରାଯାଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିବା ବିମାନ କମ୍ପାନୀ ମୁଖପାତ୍ର କହିଛନ୍ତି ।

କମ୍ପାନୀର ମୁଖପାତ୍ର କହିଛନ୍ତି, 6 ତାରିଖରେ ଗୋଆରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିବା ପାଇଁ ଗୋ-ଫାଷ୍ଟର G8-372 ବିମାନ ପ୍ରସ୍ତୁତ ହେଉଥିଲା । ଯାତ୍ରୀମାନେ ପ୍ଲେନରେ ବୋର୍ଡିଂ କରୁଥିଲେ । ଏହି ସମୟରେ ଯାତ୍ରା କରୁଥିବା ଦୁଇ ବିଦେଶୀ ଯାତ୍ରୀ ବିମାନର କ୍ର୍ୟୁ ସଦସ୍ୟଙ୍କ ସମ୍ପର୍କରେ ଆପତ୍ତିଜନ ମନ୍ତବ୍ୟ ଦେଇଥିଲେ । କିଛି ସମୟ ତିକ୍ତତା ହେବା ସହ ଉଭୟ ଉଡାଣ ସମ୍ପର୍କିତ ପ୍ରୋଟୋକଲ ମଧ୍ୟ ଉଲଙ୍ଘନ କରିଥିଲେ । ଉଭୟ ବିଦେଶୀ ଯାତ୍ରୀଙ୍କୁ ରୋକିବା ପାଇଁ ଉକ୍ତ ବିମାନର ପାଇଲଟ-ଇନ କମାଣ୍ଡ ସ୍ଥିର କରିଥିଲେ (Two foreigners offloaded from plane) । ଉଭୟଙ୍କୁ ବୋର୍ଡିଂରୁ ରୋକାଯିବା ସହ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । ସେହିପରି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ମଧ୍ୟ ବିମାନ କମ୍ପାନୀ ବେସାମରିକ ଉଡାଣ ନିର୍ଦ୍ଦେଶାଳୟ (DGCA)କୁ ଅବଗତ କରିଛି ।

ତେବେ ଏୟାର ଇଣ୍ଡିଆ ବିମାନରେ ଏକାଧିକ ଥର ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ସାମ୍ନାକୁ ଆସିବା ପରେ ଉଡ଼ାଣ ନିର୍ଦ୍ଦେଶାଳୟ ସମସ୍ତ ବିମାନ ସେବା ପ୍ରଦାନକାରୀ କମ୍ପାନୀକୁ ଏଥିପ୍ରତି ଯତ୍ନଶୀଳ ହେବାକୁ ନିର୍ଦ୍ଦେଶ ଦେଇଛି । କୌଣସି ଯାତ୍ରୀ ବିଶୃଙ୍ଖଳିତ ଆଚରଣ କଲେ ସେ ସମ୍ପର୍କରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ DGCA କହିଥିଲା । ସେହିପରି ଏୟାର ଇଣ୍ଡିଆ ବିମାନରେ ବିଶୃଙ୍ଖଳିତ ଯାତ୍ରୀ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ ଉଭୟ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଅଭିଯୁକ୍ତଙ୍କୁ ଗତକାଲି ବେଙ୍ଗାଲୁରୁରୁ ଗିରଫ କରାଯାଇ ଅପରାହ୍ନରେ ଦିଲ୍ଲୀରେ କୋର୍ଟ ଫରଓ୍ବାର୍ଡ କରାଯାଇଥିଲା । ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details