ଲକ୍ଷ୍ନୌ: ଶିକ୍ଷୟତ୍ରୀଙ୍କୁ ବିଞ୍ଚୁଛନ୍ତି ଛାତ୍ରଛାତ୍ରୀ । ସ୍ବାଧୀନତା ଦିବସ ଅବସରରେ ସ୍କୁଲରେ ଉତ୍ସବ ପାଇଁ ଶିକ୍ଷୟତ୍ରୀ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ଶିକ୍ଷୟିତ୍ରୀଜଣକୁ ଜଣେ ଛାତ୍ର ବିଞ୍ଚଣାରେ ପଙ୍ଖା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହାସହ ଅନ୍ୟ ଏକ 21 ସେକେଣ୍ଡର ଭିଡିଓ ଯେଉଁଠି ସ୍କୁଲ ଶିକ୍ଷୟିତ୍ରୀ ବିଶ୍ରାମ କରୁଥିବା ବେଳେ ତାଙ୍କୁ ଜଣେ ଛାତ୍ରୀ ବିଞ୍ଚୁଥିବାର ଭିଡିଓ ସାମ୍ନାକୁ ଅସିଥିଲା । ଏହି ଦୁଇଟି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଉତ୍ତର ପ୍ରଦେଶର ହାପୁର ଜିଲ୍ଲାର ଭିିନ୍ନଭିନ୍ନ ସରକାରୀ ସ୍କୁଲର । ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଶିକ୍ଷାଧିକାରୀ ଶିକ୍ଷୟିତ୍ରୀ ଦୁହିଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ସୂଚନା ଅନୁଯାୟୀ, ଦୁଇଟି ଭାଇରାଲ ଭିଡିଓ ହାପୁର ଜିଲ୍ଲାର ପୃଥକ ସରକାରୀ ସ୍କୁଲର । 15 ଅଗଷ୍ଟର ଉତ୍ସବ ପାଇଁ ସ୍କୁଲ ପକ୍ଷରୁ ପ୍ରସ୍ତୁତି ସମୟର ବୋଲି ଜଣାପଡିଛି । ପ୍ରଥମ ଭିଇରାଲ ଭିଡିଓଟି ହାପୁର ଜିଲ୍ଲାର ଶିମ୍ଭାବଲୀ ସ୍କୁଲର । ଭିଡିଓରେ ଆପଣ ଦେଖିବାକୁ ପାଇବେ ଶିକ୍ଷୟତ୍ରୀଜଣକ 15 ଅଗଷ୍ଟର ଉତ୍ସବ ପାଇଁ ପ୍ରସ୍ତୁତି କରୁଛନ୍ତି । ପତାକା ଉତ୍ତୋଳନ ପୂର୍ବରୁ ପେଣ୍ଡାଲରେ ଫୁଲ ପକାଉଛନ୍ତି । ତାଙ୍କ ପାଖରେ ଜଣେ ଛାତ୍ର ଥାଳିରେ ଫୁଲଧରୀ ତାଙ୍କୁ ସହଯୋଗ କରୁଥିବା ବେଳେ ଅନ୍ୟ ଜଣେ ଛାତ୍ର ତାଙ୍କୁ ବିଞ୍ଚୁଥିବା ଦେଖିବାକୁ ପାଇବେ । 25 ସେକେଣ୍ଡର ଏହି ଭିଡିଓରେ ଛାତ୍ରଜଣକ ଶିକ୍ଷୟିତ୍ରୀଙ୍କୁ ଲଗାତାର ପଙ୍ଖା କରିଚାଲିଛି । ଏହି ଭିଡିଓ ସୋସିଆଲ ମିଡିଆ ସାଇଟରେ ବେଶ ଭାଇରାଲ ହେବାରେ ଲାଗିଛି ।
ତେବେ ଦ୍ବିତୀୟ 21 ସେକେଣ୍ଡର ଭିଡିଓରେ ଆପଣ ଦେଖିବାକୁ ପାଇବେ, ଜଣେ ଶିକ୍ଷୟତ୍ରୀ ଚୌକି ଉପରେ ବସି ଆରାମ କରୁଥିବା ବେଳେ ଜଣେ ଛାତ୍ରୀ ତାଙ୍କୁ ଲଗାତାର ବିଞ୍ଚଣାରେ ବିଞ୍ଚି ଚାଲିଛି । ଏହି ଭିଡିଓଟି ପୀରନଗର ଗାଁର ଏକ ପ୍ରାଥମିକ ସ୍କୁଲର । ଏହି ଦୁଇଟି ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗ ଏହାର ତଦନ୍ତ କରିବା ପାଇଁ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲା । ଏହାପରେ ବୈଷୟିକ ଶିକ୍ଷା ବିଭାଗ ଅଧିକାରୀ ତଦନ୍ତ କରି ଦୁଇଟି ସ୍କୁଲର ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।