ମୁମ୍ବାଇ: ମାୟାନଗରୀରେ ଭୟାବହ ଅଗ୍ନିକାଣ୍ଡ। ଏହି ଘଟଣାରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛି। ତେବେ ଏହି ଅଗ୍ନିକାଣ୍ଡ ରବିବାର ସକାଳ ସମୟରେ ଚାରକୋପ ଅଞ୍ଚଳରେ ସାଇବାବା ମନ୍ଦିର ପରିସରରେ ଘଟିଛି । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଖବର ରହିଥିବା ବେଳେ ନିଆଁଲିଭା କାର୍ଯ୍ୟ ଜାରି ରହିଛି।
ମୁମ୍ବାଇରେ ଅଗ୍ନିକାଣ୍ଡ, 2 ମୃତ ଜଣେ ଗୁରୁତର ଆହତ - ଭୟାବହ ଅଗ୍ନିକାଣ୍ଡ
ମାୟାନଗରୀରେ ଭୟାବହ ଅଗ୍ନିକାଣ୍ଡ । ଏହି ଘଟଣାରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛି। ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଖବର ରହିଥିବା ବେଳେ ନିଆଁଲିଭା କାର୍ଯ୍ୟ ଜାରି ରହିଛି। ଅଧିକ ପଢନ୍ତୁ...
![ମୁମ୍ବାଇରେ ଅଗ୍ନିକାଣ୍ଡ, 2 ମୃତ ଜଣେ ଗୁରୁତର ଆହତ ମୁମ୍ବାଇ ଅଗ୍ନିକାଣ୍ଡ, 2ମୃତ ଜଣେ ଗୁରୁତର ଆହତ](https://etvbharatimages.akamaized.net/etvbharat/prod-images/768-512-10023471-759-10023471-1609055922082.jpg)
ତେବେ ନିଆଁଲାଗିବାର ପ୍ରକୃତ କାରଣ ଏବେ ସୁଦ୍ଧା ଜଣା ପଡିନଥିବା ବେଳେ ସର୍ଟସର୍କିଟ ପାଇଁ ଲାଗିଥାଇ ପାରେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ତେବେ ଘଟଣା ସମୟରେ ମନ୍ଦିର ଭିତରେ ଶୋଇଥିବା ଲୋକେ ବାହାରି ପାରିନଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ସୁବାଷ ଖୋଡେ ଓ ୟୁଭରାଜ ପାୱାର (25)। ଅନ୍ୟଜଣେ ହେଲା ମାନୁ ରାଧେଶ୍ୟାମ ଗୁପ୍ତା (26) ଗୁରୁତର ଅବସ୍ଛାରେ ଚିକିତ୍ସିତ ହେଉଛନ୍ତି।
ଏହାପୂର୍ବରୁ 23 ତାରିଖରେ ମୁମ୍ବାଇର ସିଟି ସେଣ୍ଟ୍ରାଲ ମଲରେ ନିଆଁ ଲାଗିଥିଲା। ଏହି ଘଟଣାରେ 5 ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ। ବର୍ତ୍ତମାନ ସମସ୍ତ ଆହତ କର୍ମଚାରୀଙ୍କ ଚିକିତ୍ସା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଛି।