ଓଡିଶା

odisha

Prophet Remark Row: ରାଞ୍ଚିରେ ପୋଲିସକୁ ପଥର ମାଡ, ହିଂସାରେ ୨ ମୃତ

By

Published : Jun 11, 2022, 9:43 AM IST

Updated : Jun 11, 2022, 10:03 AM IST

ଶୁକ୍ରବାର ନମାଜ ପାଠ ପରେ ରାଞ୍ଚିରେ ବଡ ଧରଣର ହିଂସାକାଣ୍ଡ । ବିକ୍ଷୋଭକାରୀଙ୍କ ପଥର ମାଡରେ ଅନେକ ପୋଲିସ କର୍ମୀ ଆହତ । ଅଧିକ ପଢନ୍ତୁ

Prophet Muhammad Row: ରାଞ୍ଚିରେ ପୋଲିସକୁ ପଥର ମାଡ, ହିଂସାରେ ୨ ମୃତ
Prophet Muhammad Row: ରାଞ୍ଚିରେ ପୋଲିସକୁ ପଥର ମାଡ, ହିଂସାରେ ୨ ମୃତ

ରାଞ୍ଚି: ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ବୟାନକୁ ନେଇ ଅଶାନ୍ତ ହୋଇପଡିଛି ଦେଶ । ଶୁକ୍ରବାର ବିଭିନ୍ନ ରାଜ୍ୟର ମୁସଲିମ ସମ୍ପ୍ରଦାୟର ଲୋକେ ଏହାକୁ ତୀବ୍ର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ, କୋଲକାତା, ପଞ୍ଜାବ, ଉତ୍ତରପ୍ରଦେଶ, କର୍ଣ୍ଣାଟକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗତକାଲି(ଶୁକ୍ରବାର) ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ବଡ ଧରଣର ହିଂସାକାଣ୍ଡ ଘଟିଛି । ଶୁକ୍ରବାର ନମାଜ ପାଠ ପରେ ଶତାଧିକ ମୁସଲିମ ସମ୍ପ୍ରଦାୟର ଲୋକେ ରାଞ୍ଚିର ମୁଖ୍ୟରାସ୍ତାରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଗିରଫଦାରୀ ଦାବିରେ ହିଂସାକାଣ୍ଡ ଘଟାଇଛନ୍ତି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏପରିକି ବିକ୍ଷୋଭକାରୀ ପୋଲିସ ଉପରେ ପଥରମାଡ କରିଥିବାର ମଧ୍ୟ ଖବର ଆସିଛି ।

Prophet Remark Row: ରାଞ୍ଚିରେ ପୋଲିସକୁ ପଥର ମାଡ, ହିଂସାରେ ୨ ମୃତ

ସୂଚନା ଅନୁଯାୟୀ, ନୂପୁର ଶର୍ମାଙ୍କ ଗିରଫ ଦାବି କରି ବିକ୍ଷୋଭକାରୀ ହାତରେ କଳା ଏବଂ ନିଜର ଧାର୍ମିକ ପତାକା ଧରି ଦୈନିକ ମାର୍କେଟ ସାମ୍ନାରେ ଏଲବର୍ଟ ଏକ୍କା ଚୌକ(Albert Ekka Chowk) ଆଡକୁ ଦୌଡିବା ଆରମ୍ଭ କରିଥିଲେ । ସେମାନେ ପଥର ମାଡ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ ଓ ବ୍ୟାପକ ଭଙ୍ଗାରୁଜା କରିଥିଲେ ମଧ୍ୟ । ପୋଲିସ ସେମାନଙ୍କୁ ରୋକିବାକୁ ଉଦ୍ୟମ କରୁଥିବା ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀ ପୋଲିସ ଉପରେ ପଥରମାଡ କରିଥିଲେ । ହିଂସାକାଣ୍ଡରେ ୧୧ ଜଣ ପୋଲିସ କର୍ମୀଙ୍କ ସହ ୧୨ ଜଣ ବିକ୍ଷୋଭକାରୀ ଆହତ ହୋଇଥିବା ଝାଡଖଣ୍ଡ ପୋଲିସ ସୂଚନା ଦେଇଛନ୍ତି ।

ଏହି ବଡ ଧରଣର ହିଂସା ପରେ ସ୍ଥାନୀୟ ପ୍ରଶାସନ ହିଂସା ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଥିଲେ । ଏଥିସହ ଶୁକ୍ରବାର ସନ୍ଧ୍ୟାରୁ ଆଜି(ଶନିବାର) ସକାଳ ୬ଟା ଯାଏଁ ସହରରେ ଇଣ୍ଟରନେଟ ସେବା ସାମୟିକ ଭାବେ ବନ୍ଦ କରିଦିଆଯାଇଥିଲା । ଏବେ ବି ଉତ୍ତେଜନାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା ରାଞ୍ଚି ପୋଲିସ ଡିଆଇଜି ସୂଚନା ଦେଇଛନ୍ତି ।

Last Updated : Jun 11, 2022, 10:03 AM IST

ABOUT THE AUTHOR

...view details