ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ବୁଧବାର ଠାରୁ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି । ଭାରତର ଅଧ୍ୟକ୍ଷତାରେ ଏହା ହେଉଛି ଜି-୨୦ ବିଦେଶ ମନ୍ତ୍ରୀଙ୍କ ସର୍ବବୃହତ ସମ୍ମିଳନୀ । ଏଥିରେ ଅଣ ଜି-୨୦ ସଦସ୍ୟ ସମେତ ୪୦ଟି ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରମାନଙ୍କ ମଧ୍ୟରେ ଏକତା, ସେମାନଙ୍କ ଉଦ୍ଦେଶ୍ୟ ଓ କାର୍ଯ୍ୟର ଏକତା ଉପରେ ଗୁରୁତ୍ବ ଦେଇଛନ୍ତି । ବୈଠକରେ ଆତଙ୍କବାଦ, ଖାଦ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଅଛି । ବିଶେଷକରି ୟୁକ୍ରେନ-ଋଷିଆ ଯୁଦ୍ଧ ବନ୍ଦ ପାଇଁ ବୈଦେଶିକ ମନ୍ତ୍ରୀମାନେ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ଥିମ ସହିତ ଭାରତ ଜି-୨୦ ସମ୍ମିଳନୀର ସଭାପତିତ୍ବ କରିବାକୁ ଯାଉଛି । ଯାହାକି ଉଦ୍ଦେଶ୍ୟର ଏକତା ଓ କାର୍ଯ୍ୟର ଏକତାର ଆବଶ୍ୟକତାକୁ ସଙ୍କେତ ଦେଉଛି । ଆଜିର ବୈଠକ ଠୋସ୍ ଓ ସାଧାରଣ ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା ପାଇଁ ଏକତ୍ରିତ କାର୍ଯ୍ୟ କରିବାର ଭାବନାକୁ ପ୍ରତିଫଳିତ କରିବ ବୋଲି ମୁଁ ଆଶା କରୁଛି । ସେହିପରି ବର୍ତ୍ତମାନ ବହୁପକ୍ଷବାଦ ସଙ୍କଟରେ ପଡିଥିବା ମୋଦି କହିଛନ୍ତି ।