ଓଡିଶା

odisha

ETV Bharat / bharat

ମା’ର ମୃତଦେହକୁ ଘରେ ବର୍ଷେ ଧରି ଲୁଚାଇ ରଖିଥିଲେ ଦୁଇ ଭଉଣୀ, ଏମିତି ଜଣାପଡିଲା ସତ - ଉତ୍ତର ପ୍ରଦେଶ କ୍ରାଇମ

ମା’ର ମୃତଦେହ ସହ ବର୍ଷେ ରହିଲେ ଦୁଇ ଭଉଣୀ । ମୃତ୍ୟୁ ପରେ ମୃତଦେହ ସତ୍କାର ନକରି ଲୁଚାଇ ରଖିଥିଲେ । ଏବେ ମହିଳାଙ୍କ ଦେହବଶେଷ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

ମା‘ର ମୃତଦେହ ସହ ବର୍ଷ ବର୍ଷ ରହିଲେ ଦୁଇ ଭଉଣୀ
ମା‘ର ମୃତଦେହ ସହ ବର୍ଷ ବର୍ଷ ରହିଲେ ଦୁଇ ଭଉଣୀ

By ETV Bharat Odisha Team

Published : Nov 30, 2023, 10:59 PM IST

ଲକ୍ଷ୍ନୌ: ମା’ ର ମୃତ୍ୟୁ ପରେ ମୃତଦେହ ସତ୍କାର ନକରି ଘରେ ଲୁଚାଇ ରଖିଥିଲେ ଦୁଇ ଝିଅ । ଦିନେ କି ମାସେ ନୁହେଁ ବରଂ ପ୍ରାୟ ଏକ ବର୍ଷ ଧରି ମୃତଦେହ ଲୁଚାଇ ରଖିଥିଲେ । ସେହି ଘରେ ଦୁଇ ଝିଅ ମଧ୍ୟ ରହୁଥିଲେ । ସ୍ଥିତି ଏମିତି ଥିଲା ଯେ, ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ପଡୋଶୀମାନଙ୍କୁ ମଧ୍ୟ ସାମାନ୍ୟ ସନ୍ଦେହ ହୋଇନଥିଲା । ତେବେ ନିକଟରେ ଉଭୟ ଉଭଣୀଙ୍କୁ ଦେଖିବାକୁ ନମିଳିବାରୁ ପଡୋଶୀଙ୍କୁ ସନ୍ଦେହ ହେଇଥିଲା । ସେମାନେ ଉଭୟଙ୍କ ସମ୍ପର୍କୀୟଙ୍କ ଏ ସମ୍ପର୍କରେ ଜଣାଇଥିଲେ । ସମ୍ପର୍କୀୟ ଘରେ ପହଞ୍ଚିବା ପରେ ମହିଳାଙ୍କ ଗଳିତ ମୃତଦେହ ରଖାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ମହିଳାଙ୍କ କଙ୍କାଳ ଜବତ କରି ଫେରେନସିକ ଲ୍ୟାବକୁ ପଠାଇଛି । ଏପରି ଏକ ଘଟଣା ଉତ୍ତର ପ୍ରଦେଶ ବାରାଣାସୀର ଲଙ୍କା ଥାନା କ୍ଷେତ୍ରରେ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଏହି ମୃତ ମହିଳା ହେଲେ 52 ବର୍ଷୀୟା ଉଷା ତ୍ରିପାଠୀ । କିଛି ବର୍ଷ ପୂର୍ବରୁ ତାଙ୍କ ସ୍ବାମୀ ତାଙ୍କଠାରୁ ଅଲଗା ହୋଇଯାଇଥିଲେ । ସେ ନିଜର ଦୁଇ ଝିଅ 27 ବର୍ଷୀୟା ପଲ୍ଲବୀ ଓ 17 ବର୍ଷୀୟା କୋସମିଙ୍କ ସହ ଲଙ୍କା ଥାନା ଅଧୀନ ଘାଟଚୌକି ଅଞ୍ଚଳରେ ନିଜ ଘରେ ରହୁଥିଲେ । ସ୍ବାସ୍ଥ୍ୟଗତ କାରଣରୁ ଗତବର୍ଷ 2022 ଡିସେମ୍ବର 8 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଦୁଇ ଝିଅ ପଲ୍ଲବୀ ଓ କୋସମି ଏକଥା କାହାକୁ ଜଣାନଥିଲେ । ଏପରିକି ନିଜ ପଡୋଶୀ କିମ୍ବା ସମ୍ପର୍କୀୟଙ୍କୁ ମଧ୍ୟ ମା’ଙ୍କ ମୃତ୍ୟୁ ହୋଇଥିବା ଲୁଚାଇଥିଲେ ଦୁଇ ଝିଅ । ସତ୍କାର କରିବା ପରିବର୍ତ୍ତେ ସେମାନେ ମା’ର ମୃତଦେହକୁ ଏକ କମଳରେ ଗୁଡାଇ ଏକ ରୁମରେ ରଖିଥିଲେ । ସେହି ଘରେ ଉଭୟ ପୂର୍ବପରି ରହିଥିଲେ ମଧ୍ୟ । ତେଣୁ ମହିଳାଙ୍କ ମୃତ୍ୟୁ ହୋଇଥିବା କଥା କାହାକୁ ସନ୍ଦେହ ମଧ୍ୟ ହୋଇନଥିଲା ।

ଏହା ମଧ୍ୟ ପଢନ୍ତୁ :- ଅଧା ରହିଯିବ କେସିରଆଙ୍କ ହାଟ୍ରିକ ଆଶା ! ତେଲେଙ୍ଗାନାରେ କ୍ଷମତା ଛଡାଇ ନେଇପାରେ କଂଗ୍ରେସ

ହେଲେ କିଛି ଦିନ ହେବ ଉଭୟ ଭଉଣୀଙ୍କୁ ପଡୋଶୀମାନେ ଦେଖିବାକୁ ନପାଇ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ । ସମ୍ପର୍କୀୟ ଘରେ ପହଞ୍ଚିବା ପରେ ମହିଳାଙ୍କ ଗଳିତ ମୃତଦେହ ରଖାଯାଇଥିବା ଘଟଣା ସମ୍ନାକୁ ଆସିଛି । ଖବର ପାଇଁ ପୋଲିସ ମହିଳାଙ୍କ ଦେହାବଶେଷ ଜବତ କରି ଫୋରେନସିକ ଲ୍ୟାବକୁ ପଠାଯାଇଛି । ମୃତ୍ୟୁର କାରଣ ପୋଲିସ ସ୍ପଷ୍ଟ କରିଥନଥିବା ବେଳେ ମହିଳାଙ୍କର ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ଏବେ ଦୁଇ ଭଉଣୀ ପ୍ରକାଶ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପଡୋଶୀଙ୍କ କହିବା ଅନୁସାରେ, ଉଭୟ ଭଉଣୀଙ୍କର ମାନସିକ ବିକୃତି ରହିଛି । ତେଣୁ ସେମାନେ ଏପରି କିଛି ଅସ୍ବାଭାବିକ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details