ଓଡିଶା

odisha

ଉତ୍ତରପ୍ରଦେଶରେ ଏନକାଉଣ୍ଟର, ଦୁଇ ଅପରାଧୀ ନିହତ

By

Published : Mar 4, 2021, 11:54 AM IST

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏନକାଉଣ୍ଟର । ଦୁଇ ଅପରାଧୀ ନିହତ । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶରେ ଏନକାଉଣ୍ଟର
ଉତ୍ତରପ୍ରଦେଶରେ ଏନକାଉଣ୍ଟର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଅପରାଧୀ ଓ ଏସଟିଏଫ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ନିହତ । ମରିଥିବା ଦୁଇ ଅପରାଧୀଙ୍କ ଉପରେ ପୁରସ୍କାର ରାଶି ଘୋଷଣା ହୋଇଥିବା ସୂଚନା । ଦୁଇ ଅପରାଧୀ ହେଲେ ମୁଖତାର ଅନସାରୀ ଓ ମୁତ୍ରା ବଜରଙ୍ଗୀ ।

ତେବେ ଦୁଇ ଜଣ ସାଫ ସୁଟର ବୋଲି କୁହାଯାଉଛି । ସୂଚନା ଅନୁସାରେ, ଏହି ଦୁଇ ଜଣଙ୍କୁ ଏସଟିଏଫ ଧରିବାକୁ ଅରେଲ ଅଞ୍ଚଳରେ ପହଞ୍ଚିଥିଲା । ତେବେ ଏସଟିଏଫକୁ ଦେଖି ଦୁଇ ଅପରାଧୀ ଦୌଡିବାକୁ ଲାଗିଥିଲେ । ପୋଲିସ ସେମାନଙ୍କ ପିଛା କରିଥିଲା ।

ତେବେ ପୋଲିସ ପିଛା କରୁଥିବା ଦେଖି ଅପରାଧୀ ଦ୍ବୟ ଏସଟିଏଫ ଉପରକୁ ଗୁଳି ଚଳାଇଥିଲେ । ପରେ ଏସଟିଏଫ ନିଜକୁ ରକ୍ଷା କରିବା ପାଇଁ ଗୁଳି ଚଳାଇଥିଲେ । ଏଥିରେ ଦୁଇ ଅପରାଧୀ ନିହତ ହୋଇଥିବା କୁହାଯାଉଛି । ତେବେ ଏହି ଦୁଇ ଜଣଙ୍କ ଉପରେ 50 ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଥିଲା ।

ABOUT THE AUTHOR

...view details