ନୂଆଦିଲ୍ଲୀ: ଭୟାନକ ହେଉଛି କୋରୋନାର ଦ୍ବିତୀୟ ଲହର । କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲା ଓ ଶୀରୋମଣି ଅକାଳି ଦଳ ନେତ୍ରୀ ହରସିମରତ କୌର କୋରୋନାରେ ସଂକ୍ରମିତ ହୋଇଛନ୍ତି ।
କଂଗ୍ରେସ ନେତା ରଣଦୀପ ସିଂହ କୋରୋନାରେ ଆକ୍ରାନ୍ତ ହେବା ନେଇ ତାଙ୍କ ଟ୍ବିଟରୁ ସୂଚନା ମିଳିଛି । ଶେଷ ପାଞ୍ଚଦିନ ଭତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବା ସହିତ ଆବଶ୍ୟକୀୟ ପ୍ରତିଶେଧକ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ରଣଦୀପ ।
ସେପଟେ କଂଗ୍ରେସ ଅନ୍ୟ ଜଣେ ନେତା ଦିଗବିଜୟ ସିଂ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ଦିଲ୍ଲୀରେ ନିଜ ବାସ ଭବନରେ ସଙ୍ଗରୋଧରେ ଥିବା କହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି ।