ଓଡିଶା

odisha

ETV Bharat / bharat

ବଢୁଛି ଆତଙ୍କୀଙ୍କ ଉତ୍ପାତ, ପୁଣି ୨ ସାଧାରଣ ନାଗରିକଙ୍କୁ ହତ୍ଯା

ସୀମାରେ ବଢିଚାଲିଛି ଆତଙ୍କୀଙ୍କ ଉତ୍ପାତ । କାଶ୍ମୀର ଦୁଇ ପୃଥକ ପୃଥକ ଘଟଣାରେ ଆତଙ୍କୀ ଗୁଳିରେ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପୁଣି ୨ ସାଧାରଣ ନାଗରିକଙ୍କୁ ହତ୍ଯା
ପୁଣି ୨ ସାଧାରଣ ନାଗରିକଙ୍କୁ ହତ୍ଯା

By

Published : Oct 17, 2021, 7:38 AM IST

ଶ୍ରୀନଗର:ସୀମାରେ ବଢିଚାଲିଛି ଆତଙ୍କୀଙ୍କ ଉତ୍ପାତ । କେତେବେଳେ ସୁରକ୍ଷାକର୍ମୀ ତ ପୁଣି କେତେବେଳେ ସାଧାରାଣ ନାଗରିକଙ୍କ ଉପରେ ଗୁଳିମାଡ କରୁଛନ୍ତି ଆତଙ୍କୀ । କାଶ୍ମୀର ଦୁଇ ପୃଥକ ପୃଥକ ଘଟଣାରେ ଆତଙ୍କୀ ଗୁଳିରେ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କୀମାନେ ଜଣ ଗୁପଚୁପ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି । ମୃତ ଜଣକ ହେଲେ ଅରବିନ୍ଦ କୁମାର ଶହ ସେ ବିହାର ବାସିନ୍ଦା । ଅନ୍ୟପଟେ ପୁଲୱାମାରେ ଜଣେ ଶ୍ରମିକଙ୍କୁ ଆତଙ୍କୀମାନେ ହତ୍ୟା କରିଛନ୍ତି । ତାଙ୍କ ନାମ ସଜିର । ସେ ଉତ୍ତରପ୍ରଦେଶର ସହାରନମୁନ ଜିଲ୍ଲା ବାସିନ୍ଦା । ସେ ସେଠାକାର ସ୍ଥାନୀୟ ମିଲରେ କାଠ କାରିଗର ଭାବରେ କାମ କରୁଥିଲେ ।

ଭଭୟ ଘଟଣାରେ ପୋଲିସ ସମ୍ପୃକ୍ତ ଅଞ୍ଚଳକୁ ସିଲ କରିଦେବା ସହ ଆତଙ୍କୀଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି । ଗତ ଦୁଇ ସପ୍ତାହରେ ସାଧାରଣ ନାଗରିକଙ୍କୁ ଆତଙ୍କୀବାମାନେ ହତ୍ୟା କରିବାର ଏହା ୯ମ ଘଟଣା । ଗତ ଅକ୍ଟୋବର ୭ରେ ଇଦଗାହ ଅଞ୍ଚଳରେ ଆତଙ୍କୀମାନେ ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲେ । ସେହପରି ୫ ତାରିଖରେ ବାନ୍ଦିପୋରା ଅଞ୍ଚଳରେ ୩ଜଣ ନାଗରିକଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଏହି ଘଟଣାକୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ତୀବ୍ର ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details