ଓଡିଶା

odisha

ETV Bharat / bharat

ସିଆରପିଏଫ୍ ବଙ୍କରକୁ ଆତଙ୍କୀ ହମଲା, 2 ନାଗରିକ ଆହତ - ସିଆରପିଏଫ୍ ବଙ୍କରକୁ ଆତଙ୍କୀ ହମଲା

ସିଆରପିଏଫ୍ ବଙ୍କର ଉପରକୁ ଆତଙ୍କୀଙ୍କ ଗୁଳିମାଡ ପରେ 2 ସାଧାରଣ ନାଗରିକ ଆହତ। ଏହି ଗୁଳିକାଣ୍ଡ ଜାମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାର ବିଜବେହାରାରେ ଘଟିଛି। ଅଧିକ ପଢନ୍ତୁ...

ସିଆରପିଏଫ୍ ବଙ୍କରକୁ ଆତଙ୍କୀ ହମଲା, 2 ସାଧାରଣ ନାଗରିକ ଆହତ
ସିଆରପିଏଫ୍ ବଙ୍କରକୁ ଆତଙ୍କୀ ହମଲା, 2 ସାଧାରଣ ନାଗରିକ ଆହତ

By

Published : Mar 29, 2021, 7:49 AM IST

ଅନନ୍ତନାଗ: ସୀମାରେ ଆତଙ୍କୀଙ୍କ ଉତ୍ପାତ। ସିଆରପିଏଫ୍ ବଙ୍କର ଉପରକୁ ଗୁଳିମାଡ ପରେ 2 ସାଧାରଣ ନାଗରିକ ଆହତ । ଏହି ଗୁଳିକାଣ୍ଡ ଜାମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାର ବିଜବେହାରାରେ ଘଟିଛି। ଘଟଣା ବିଷୟରେ ଖବର ପାଇ ଅନନ୍ତନାଗ ପୋଲିସ ମେନ୍ ଚୌକ ସଙ୍ଗମ ଅଞ୍ଚଳରେ ପହଁଞ୍ଚିଥିଲା। ଏହି ଆତଙ୍କୀ ହମଲା ରାତି ପାଖାପାଖି 7.10 ସୁଦ୍ଧା ହୋଇଥିଲା।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଆତଙ୍କବାଦୀମାନେ 96ବାଟାଲିୟନର ସିଆରପିଏଫର ବଙ୍କର ଉପରେ ଗ୍ରେନେଡ ମାଡ କରିଛନ୍ତି। ତେବେ ଗ୍ରେନେଡ ଲକ୍ଷ୍ୟସ୍ଥଳରେ ନବାଜି ରାସ୍ତାରେ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି। ଆହତ ଲୋକଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଘଟଣାକୁ ନେଇ ଏକ ମାମଲା ରୁଜୁ ସହ ତଦନ୍ତ ଚାଲିଛି। ଏହି ଅଞ୍ଚଳକୁ କର୍ଡନ କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି।

ABOUT THE AUTHOR

...view details