ଓଡିଶା

odisha

ETV Bharat / bharat

ଆଖି ବୁଜିଲେ ୨ ସାଙ୍ଗ, ୧୨ ରୋଗୀଙ୍କୁ ଦେଇଗଲେ ନୂଆ ଜୀବନ - ଅଙ୍ଗଦାନ

ଗୁଜୁରାଟରେ ଏକାବେଳେ ଆଖି ବୁଜିଲେ ଦୁଇ ସାଙ୍ଗ । କିନ୍ତୁ ମୃତ୍ୟୁ ପରେ ମଧ୍ୟ ୧୨ ରୋଗୀଙ୍କୁ ଦେଇଗଲେ ନୂଆ ଜୀବନ । ଅଧିକ ପଢନ୍ତୁ...

ଆଖି ବୁଜିଲେ ୨ ସାଙ୍ଗ, ମୃତ୍ୟୁ ପରେ ବି ୧୨ ରୋଗୀଙ୍କୁ ଦେଲେ ନୂଆ ଜୀବନ
ଆଖି ବୁଜିଲେ ୨ ସାଙ୍ଗ, ମୃତ୍ୟୁ ପରେ ବି ୧୨ ରୋଗୀଙ୍କୁ ଦେଲେ ନୂଆ ଜୀବନ

By

Published : Aug 31, 2021, 1:13 PM IST

ଗାନ୍ଧୀନଗର:ଗୁଜୁରାଟର ସୁରଟରେ ଗତ ସୋମବାର ଅକାଳରେ ଆଖି ବୁଜିଛନ୍ତି ୨ ସାଙ୍ଗ । ସଡ଼କ ଦୁର୍ଘଟଣାର ଶିକାର ହୋଇ ୨ ସାଙ୍ଗଙ୍କ ହୋଇଥିଲା ବ୍ରେନଡେଡ । କିନ୍ତୁ ମୃତ୍ୟୁ ପରେ ମଧ୍ୟ ଅନ୍ୟ ରୋଗୀଙ୍କୁ ଦେଇଛନ୍ତି ଜୀବନ ଦାନ । ଦୁଇ ସାଙ୍ଗଙ୍କ ଅଙ୍ଗଦାନ ଫଳରେ ୧୨ ରୋଗୀଙ୍କୁ ମିଳିଛି ନୂଆ ଜୀବନ । ଏହି ଦୁଇ ସାଙ୍ଗଙ୍କ ବୟସ ୧୮ ବର୍ଷ ହୋଇଥିବା ବେଳେ ଉଭୟ ୧୩ଟି ଅଙ୍ଗ ଦାନ କରିଥିବା ଜଣାପଡ଼ିଛି ।

ଆଖି ବୁଜିଲେ ୨ ସାଙ୍ଗ, ମୃତ୍ୟୁ ପରେ ବି ୧୨ ରୋଗୀଙ୍କୁ ଦେଲେ ନୂଆ ଜୀବନ

ଗାନ୍ଧୀ ପରିବାରର ଦୁଇ ବ୍ରେନଡେଡ ସାଙ୍ଗ ମିତ କଲ୍ପେଶ କୁମାର ପଣ୍ଡ୍ୟା ଓ କ୍ରୀଶ ସଞ୍ଜୟ କୁମାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବାର ଉଭୟଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସୁରଟର ଡୋନେଟ ଲାଇଫ ମାଧ୍ୟମରେ ଉଭୟଙ୍କ ଯକୃତ, ହୃତପିଣ୍ଡ, ଆଖି, କିଡନୀ ଓ ଫୁସଫୁସକୁ ଦାନ କରାଯାଇଥିଲା । ଏହି ଅଙ୍ଗଗୁଡ଼ିକ ଅନ୍ୟ ରୋଗୀଙ୍କ ଶରୀରରେ ଟ୍ରାନସପ୍ଲାଣ୍ଟ ହେବା ପରେ ୧୨ ରୋଗୀଙ୍କୁ ନୂଆ ଜୀବନ ମିଳିଛି ।

ମିତ୍ ଓ କ୍ରୀଶ ଉଭୟ ପିଲା ବେଳର ସାଙ୍ଗ ଥିଲେ । ତେବେ ଅଗଷ୍ଟ ୨୪ ତାରିଖରେ ସେମାନେ ସ୍କୁଟିରେ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଓ ଗୁରୁତର ହୋଇପଡ଼ିଥିଲେ । ଉଭୟଙ୍କୁ ତୁରନ୍ତ ନିକଟ ହସ୍ପିଟାଲକୁ ନିଆଯିବା ପରେ ସେଠାରେ ସେମାନଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା । ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ଉଭୟଙ୍କୁ ବ୍ରେନଡେଡ ଘୋଷିତ କରାଯାଇଥିଲା । ଏହାପରେ ପରିବାର ସେମାନଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

କାହାକୁ ଦିଆଗଲା ଅଙ୍ଗ ?

  • କ୍ରୀଶଙ୍କ ଫୁସଫୁସକୁ ଜଣେ ଅବସରପ୍ରାପ୍ତ CRPF ଯବାନଙ୍କୁ ଦିଆଗଲା । ଏହି ଯବାନ ପ୍ରାୟ ଦେଢ ବର୍ଷ ଧରି ୨୪ ଘଣ୍ଟା ତାଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଉଥିଲା । ଗ୍ରୀନ କରିଡ଼ର ଦ୍ବାରା ୧୮୦ ମିନିଟ ମଧ୍ୟରେ ୯୨୬ କିଲୋମିଟର ଅତିକ୍ରମ କରାଯାଇ ସୁରତରୁ ହାଇଦ୍ରାବାଦକୁ ଫୁସଫୁସ ପଠାଯାଇଥିଲା ।
  • ସେପଟେ ମିତଙ୍କ ହୃତପିଣ୍ଡ, ଯକୃତ ଓ ୪ଟି କିଡ଼ନୀକୁ ସୁରତରୁ ଅହମ୍ମଦାବାଦକୁ ପଠାଯାଇଥିଲା । ୯୦ ମିନିଟ ମଧ୍ୟରେ ୨୮୮ କିଲୋମିଟର ରାସ୍ତା ଅତିକ୍ରମ କରାଯାଇ ଏହି ଅଙ୍ଗ ପହଞ୍ଚାଯାଇଥିଲା । ଗୁଜୁରାଟର ବଦୋଦରାର ୨୧ ବର୍ଷୀୟ ଜଣେ ଯୁବତୀଙ୍କ ଶରୀରରେ ମିତଙ୍କ ହୃଦୟକୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।
  • କ୍ରୀଶଙ୍କ ଯକୃତକୁ ରାଜକୋଟର ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କ ଶରୀରରେ ଲଗାଯାଇଥିବା ବେଳେ ମିତଙ୍କ ଯକୃତକୁ ଗୁଜୁରାଟର ବାୟଡ଼ ଅଧିବାସୀ ଜଣେ ୪୭ ବର୍ଷୀୟ ଶିକ୍ଷକଙ୍କ ଶରୀରରେ ଲଗାଯାଇଛି । ଏହାସହିତ ୪ଟି କିଡ଼ନୀକୁ ଇନଷ୍ଟିଚ୍ୟୁଟ ଅଫ କିଡ଼ନୀ ଡିଜିଜ ଆଣ୍ଡ ରିସର୍ଚ୍ଚ ସେଣ୍ଟର(IKDRC)କୁ ଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details