ଶିମଲା:ପ୍ରଥମେ ଫେସବୁକରେ ବନ୍ଧୁତା, ତା ପରେ ପ୍ରେମ ଓ ପରେ ସମଲିଙ୍ଗୀ ବିବାହ । ଦୁଇ ଯୁବକଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରୁ ପ୍ରେମ ପରେ ସମଲିଙ୍ଗୀ ବିବାହ ହୋଇଛି । ତେବେ ପରିବାର ଲୋକେ ଏପରି ଜାଣିବା ପରେ ସହଜରେ ଗ୍ରହଣ କରିପାରିନାହାନ୍ତି । ଫଳରେ ବିବାଦ ଦେଖାଯିବା ସହ କଥା ଥାନାରେ ପହଞ୍ଚିଛି ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ଉନା ସହରରେ । ତେବେ ବଡ କଥା ହେଉଛି, ହିମାଚଳ ପ୍ରଦେଶରେ ଏହା ହେଉଛି ପ୍ରଥମ ପୁରୁଷ ସମଲିଙ୍ଗୀ ବିବାହ, ଯାହା ସମଗ୍ର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ଉନା ସହରରେ ରହୁଥିବା ଯୁବକଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ଫେସବୁକରେ ପ୍ରେମ ହୋଇଥିଲା । ପରେ ଉକ୍ତ ବନ୍ଧୁ ଉତ୍ତରାଖଣ୍ଡରୁ ତାଙ୍କ ଘରକୁ ଆସି କିଛି ଦିନ ରହିିଥିଲେ । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ନିବିଡିତା ବଢିଥିଲା । ପରେ ଦୁଇଜଣ ଦିଲ୍ଲୀର ଏକ ମନ୍ଦିରରେ ବିବାହ ମଧ୍ୟ କରିଥିଲେ ।