ଓଡିଶା

odisha

ETV Bharat / bharat

ବାଂଲାଦେଶ ସୀମାରେ ଚାଲାଣ କରୁଥିଲେ ଗୋରୁମୁଣ୍ଡ, BSF ଗୁଳିରେ ସଫା ୨ ଅନୁପ୍ରବେଶକାରୀ - India-Bangladesh border

ବିଏସଏଫ(Border Security Force) ଗୁଳିରେ ଟଳିରେ ଦୁଇ ବାଂଲାଦେଶୀ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ କୁଚବେହାର ଜିଲ୍ଲାର ଭାରତ-ବାଂଲାଦେଶ ସୀମା ଦେଇ ଦୁଇ ଅନୁପ୍ରବେଶକାରୀ ଗୋରୁମୁଣ୍ଡ ଚୋରା ଚାଲାଣ କରୁଥିଲେ । ଅଧିକ ପଢନ୍ତୁ...

BSF ଗୁଳିଲେ ଟଳିଲେ ୨ ବାଂଲାଦେଶୀ ଅନୁପ୍ରବେଶକାରୀ
BSF ଗୁଳିଲେ ଟଳିଲେ ୨ ବାଂଲାଦେଶୀ ଅନୁପ୍ରବେଶକାରୀ

By

Published : Nov 12, 2021, 1:06 PM IST

ନୂଆଦିଲ୍ଲୀ:ବିଏସଏଫ(Border Security Force) ଗୁଳିରେ ଟଳିରେ ଦୁଇ ବାଂଲାଦେଶୀ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗର କୁଚବେହାର ଜିଲ୍ଲାର ଭାରତ-ବାଂଲାଦେଶ ସୀମା ଦେଇ ଦୁଇ ଅନୁପ୍ରବେଶକାରୀ ବାଉଁଶ ପୋଲ କରି ଗୋରୁ ମୁଣ୍ଡ ଚୋରା ଚାଲାଣ କରୁଥିଲେ । ଏହି ସମୟରେ ସୀମା ସୁରକ୍ଷା ବଳ (ବିଏସଏଫ) ଅଧିକାରୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଭୋର ପ୍ରାୟ 3 ଟା ସମୟରେ ଏହି ଘଟଣା ଘଟିଛି ।

ବିଏସଏଫ ଜାରି କରିଥିବା ବିବୃତ୍ତି ଅନୁସାରେ, ବାଂଲାଦେଶରୁ ଦୁଇ ଦୁର୍ବୃତ୍ତ ଭାରତରେ ପ୍ରବେଶ କରି ଏଠାରେ ଗୋରୁ ମୁଣ୍ଡ ଚୋରାଚାଲାଣ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ବିଏସଏଫ (BSF) ସେମାନଙ୍କୁ ଫେରିବାକୁ ଚେତାବନୀ ଦେଇଥିଲେ । କିନ୍ତୁ ସେମାନେ ବିଏସଏଫ ଚେତାବନୀକୁ ବେଖାତିର କରି ଆଗକୁ ବଢିଥିଲେ । ଯେଉଁଥିପାଇଁ ବିଏସଏଫ ଅଧିକାରୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟପଟୁ କିଛି ସମୟ ଧରି ଗୁଳିବିନିମୟ ଜାରି ରହିଥିଲା ।

ଏହା ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଅନ୍ତର୍ଜାତୀୟ ସୀମା ମଧ୍ୟରେ ଦୁଇ ଅଜଣା ଅନୁପ୍ରବେଶକାରୀଙ୍କ ମୃତଦେହ ମିଳିଥିଲା । ଏହି ଘଟଣାରେ ଜଣେ ବିଏସଏଫ ଅଧିକାରୀ ଆହତ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ସେ ଡାକ୍ତରଖାନାରୁ ଜିସଚାର୍ଜ ହୋଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉ କି, ଭାରତ-ବାଂଲାଦେଶ ସୀମାର 4 ହଜାର 96 କିଲୋମିଟର ସ୍ଥାନରେ ପ୍ରହରା ଦେଉଛନ୍ତି ବିଏସଏଫ ଅଧିକାରୀ । ଚୋରା ଚାଲାଣ ତଥା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ରୋକିବା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି।

@ANI

ABOUT THE AUTHOR

...view details