ଲକ୍ଷ୍ନୌ: ଉତ୍ତରପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । 2 ଅଭିଯୁକ୍ତ ହେଲେ ବାଦଲପୁରର ବାସିନ୍ଦା ସଚିନ ଶର୍ମା ଏବଂ ସାହାରନପୁରର ଶୁଭମ୍ । ଗତକାଲି ୟୁପିରେ ପ୍ରଚାର ସାରି ଦିଲ୍ଲୀ ଫେରୁଥିବା ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଗାଡିକୁ ଉଭୟେ ଗୁଳିମାଡ କରିଥିଲେ ।
ଏହି ଘଟଣାରେ ହାପୁର ଏସପି ଦୀପକ ଭୁକର କହିଛନ୍ତି ଯେ, ୟୁପିରେ ପ୍ରଚାର ସାରି ଦିଲ୍ଲୀ ଫେରୁଥିବା ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଗାଡିକୁ ଗୁଳିମାଡ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର କିଛି ସମୟ ପରେ ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେ ନୋଏଡାର ବାଦଲପୁର ଗାଁର ବାସିନ୍ଦା ସଚିନ ବୋଲି ଜଣାପଡିଛି । ଦ୍ୱିତୀୟ ଅଭିଯୁକ୍ତକୁ ଗାଜିଆବାଦ ଜିଲ୍ଲାର ସିହାନି ଗେଟ୍ ପୋଲିସ୍ ଷ୍ଟେସନରୁ ଗିରଫ କରାଯାଇଛି । ଓୱେସୀଙ୍କ ହିନ୍ଦୁ ବିରୋଧୀ ବିବୃତ୍ତିକୁ ନେଇ ସେମାନେ ଗୁଳିମାଡ କରିଥିବା କହିଛି ପୋଲିସ ।
ଉତ୍ତରପ୍ରଦେଶରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ ପରେ ପୋଲିସ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି ଏମାନଙ୍କୁ ଗିରଫ କରିବା ସହିତ ଏକ ପିସ୍ତଲ ଜବତ କରାଯାଇଛି । ଏହି ଘଟଣାରେ ୫ଟି ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିବା ନେଇ ଏଡିଜି ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି ।