ଓଡିଶା

odisha

By

Published : May 16, 2023, 7:49 PM IST

ETV Bharat / bharat

ମିରୱାଇଜ୍ ଫାରୁକ୍ ହତ୍ୟାକାଣ୍ଡ: 33ବର୍ଷ ପରେ ଦୁଇ ଅଭିଯୁକ୍ତ ଆତଙ୍କୀ ଗିରଫ

1990 ହୁରିୟତ ନେତା ମିରୱାଇଜ୍ ମହମ୍ମଦ ଫାରୁକ୍ ହତ୍ୟାକାଣ୍ଡରେ ଗିରଫ ହେଲେ ଦୁଇ ଆତଙ୍କୀ । 33 ବର୍ଷ ଠିକଣା ବଦଳାଇ କରୁଥିଲେ ଆତ୍ମଗୋପନ । ଅଧିକ ପଢନ୍ତୁ

ମିରୱାଇଜ୍ ମହମ୍ମଦ ଫାରୁକ୍ ହତ୍ୟାକାଣ୍ଡ: 33 ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ
ମିରୱାଇଜ୍ ମହମ୍ମଦ ଫାରୁକ୍ ହତ୍ୟାକାଣ୍ଡ: 33 ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ଶ୍ରୀନଗର:ବହୁଚର୍ଚ୍ଚିତ ହୁରିୟତ କନଫରେନ୍ସ ପ୍ରତିଷ୍ଠାତା ମିରୱାଇଜ୍ ମହମ୍ମଦ ଫାରୁକ୍ ହତ୍ୟାକାଣ୍ଡରେ ସାମିଲ ଥିବା ଦୁଇ ଫେରାର ଆତଙ୍କୀଙ୍କୁ ଦୀର୍ଘ 33 ବର୍ଷ ପରେ ଗିରଫ କରିଛି କାଶ୍ମୀର ପୋଲିସ । ଏହି ଦୁଇ ଅଭିଯୁକ୍ତଙ୍କୁ ଇନପୁଟ ସୂଚନା ଆଧାରରେ ରାଜ୍ୟ ତଦନ୍ତକାରୀ ସଂସ୍ଥା (SIA) ଦ୍ବାରା ଗିରଫ କରାଯାଇଥିବା କାଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ହୁରୟତ କନଫରେନ୍ସର ମୁଖ୍ୟ ମିରୱାଇଜ୍ ଉମର ଫାରୁକଙ୍କ ପିତା ତଥା ହୁରିୟତ ନେତା ମିରୱାଇଜ୍ ମହମ୍ମଦ ଫାରୁକଙ୍କୁ 1990 ମହିହାରେ ଆତଙ୍କବାଦୀମାନେ ତଙ୍କ ବାସଭବନରେ ପଶି ଗୁଳି କରି ହତ୍ୟା କରିଥିଲେ ।

କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ, କାଶ୍ମୀର ସିଆଇଡି ସ୍ବତନ୍ତ୍ର ମହାନିର୍ଦ୍ଦେଶକ ରଶ୍ମୀରଞ୍ଜନ ସ୍ବାଇଁ କହିଛନ୍ତି, ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର 33ତମ ବର୍ଷିକୀ ପାଳନ ପୂର୍ବରୁ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ ଗିରଫ ଅଭିଯୁକ୍ତ ଆତଙ୍କୀ ଜାଭାଇଦ୍‌ ଭଟ୍ଟ ଓ ଜହୁର ଆହମ୍ମଦ ଭଟ୍ଟ । ଉଭୟ ଶ୍ରୀନଗର ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ସେମାନେ 90 ଦଶକରେ ହାର୍ଡକୋର ଆତଙ୍କବାଦୀ ଭାବେ କାର୍ଯ୍ୟ କରୁଥିଲେ । ହତ୍ୟାକାଣ୍ଡ ଭିଆଇବା ପରେ ଫେରାର ହୋଇଯାଇଥିଲେ । ପରିଚୟ ବଦଳାଇ ଛଦ୍ମନାମରେ ପାକିସ୍ତାନ ଓ ନେପାଳରେ ଆତ୍ମଗୋପନ କରିଥିଲେ । ରାଜ୍ୟ ତଦନ୍ତକାରୀ ଏଜେନ୍ସି (SIA) ଏମାନଙ୍କ ସମ୍ପର୍କରେ ସୂଚନା ପାଇବା ପରେ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି ।

ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ 4ଜଣ ଆତଙ୍କୀଙ୍କ ମଧ୍ୟରୁ ଅବୁଦ୍ଦୁଲ୍ଲା ବାଙ୍ଗରୋ ଓ ରେହେମାନ ଶିଗନ ସିନା ଗୁଳିରେ ନିପାତ ହୋଇସାରିଛନ୍ତି । ଅନ୍ୟ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସେମାନେ ଏବେ ଜେଲରେ ଅଛନ୍ତି । ଏବେ ପ୍ରାୟ 33 ବର୍ଷ ଆତ୍ମଗୋପନ କରିବା ପରେ ଅବଶିଷ୍ଟ ଦୁଇ ଅଭିଯୁକ୍ତ ଆତଙ୍କୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଗିରଫ ଆତଙ୍କୀଙ୍କ ସମ୍ପର୍କରେ ସୂଚନା ଦେଇ ସିଆଇଡି ସ୍ବତନ୍ତ୍ର ଡିଜି ସ୍ବାଇଁ କହିଛନ୍ତି, ଉଭୟ ଆତଙ୍କୀ ପୋଲିସ ଓ ସେନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ପାକିସ୍ତାନ ଓ ନେପାଳରେ ଆତ୍ମଗୋପନ କରିଥିଲେ । ବାରମ୍ବାର ସ୍ଥାନ ବଦଳାଇବା ସହ ମଝି ମଝିରେ କାଶ୍ମୀର ମଧ୍ୟ ଆସୁଥିଲେ । ତେବେ ସେମାନେ କିଛି ଦିନ ତଳେ ଘାଟିରେ ଥିବା ସୂଚନା ମିଳିବା ପରେ ସେମାନଙ୍କୁ ଗିରଫ କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା । ଯେଉଁଥିରେ ସଫଳତା ମିଳିଛି । ଉଭୟଙ୍କୁ ଜେରା କରାଯାଉଛି । ପରେ କୋର୍ଟରେ ହାଜର କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details