ଓଡିଶା

odisha

ବାରମ୍ବାର ମାଗୁଥିଲେ ଭଡା ଟଙ୍କା, ମାଲିକକୁ ହତ୍ୟା କଲେ ଦୋକାନୀ

By ETV Bharat Odisha Team

Published : Sep 24, 2023, 9:10 PM IST

ଦୋକାନ ଭଡ଼ାକୁ କେନ୍ଦ୍ର କରି ଜଘନ୍ୟ କାଣ୍ଡ। ଦୋକାନ ମାଲିକକୁ ହତ୍ୟା କଲା ଦୋକାନୀ। 100 ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଧିକ ପଢ଼ନ୍ତୁ

ବାରମ୍ବାର ମାଗୁଥିଲେ ଦୋକାନ ଭଡା଼ ଟଙ୍କା, ଉତ୍‌କ୍ଷିପ୍ତ ହୋଇ ମାଲିକକୁ ହତ୍ୟା କଲା ଦୋକାନୀ
ବାରମ୍ବାର ମାଗୁଥିଲେ ଦୋକାନ ଭଡା଼ ଟଙ୍କା, ଉତ୍‌କ୍ଷିପ୍ତ ହୋଇ ମାଲିକକୁ ହତ୍ୟା କଲା ଦୋକାନୀ

ନୂଆଦିଲ୍ଲୀ:ଦୋକାନ ଭଡ଼ାକୁ କେନ୍ଦ୍ର କରି ଜଘନ୍ୟ କାଣ୍ଡ । ଦୋକାନ ମାଲିକକୁ ହତ୍ୟା କଲା ଦୋକାନୀ । ବାରମ୍ବାର ଦୋକାନ ଭଡ଼ା ମାଗିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଲିକକୁ ହତ୍ୟା । ତେବେ 100ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସକୁ ହତ୍ୟାକାଣ୍ଡର ସୁରାଗ ମିଳିଥିଲା । ସେପଟେ ହତ୍ୟା ମାମଲାରେ ଅଭିଯୁକ୍ତ ଦୋକାନୀ ଓ ତାର ସାଥିକୁ ଗିରଫ କରିଛି ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ ।

ସୂଚନା ଅନୁସାରେ, ସେପ୍ଟେମ୍ବର 9 ତାରିଖରେ ଉତ୍ତର ଦିଲ୍ଲୀର ଅଲିପୁର ଅଞ୍ଚଳର ଏକ ନାଳରେ ଜଣେ ବ୍ୟକ୍ତିର ମୃତଦେହ ପଡ଼ିଥିବାର ଆଲିପୁର ପୋଲିସକୁ ସୂଚନା ମିଳିଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ପଚରାଉଚରା କରି ମୃତଦେହକୁ ଚିହ୍ନଟ କରିଥିଲା । ତେବେ ମୃତକ ଜଣକ ହରଦୋଇ ନିବାସୀ ଅଜୟ କୁମାର ବୋଲି ଜଣାପଡ଼ିଥିଲା । ସେପଟେ ଏନେଇ ଛାନଭିନ ଆରମ୍ଭ କରିଥିଲା ଅଲିପୁର ପୋଲିସ । ତେବେ ପୋଲିସର ଏକ ସ୍ପେଶାଲ ଟିମ ଆଖପାଖ ଅଞ୍ଚଳର ପ୍ରାୟ 100ରୁ ଅଧିକ ସିସିଟିଭି ଫୁଟେଜର ଯାଞ୍ଚ କରିଥିଲା । ଏହି ଯାଞ୍ଚ ବେଳେ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କ ବିଷୟରେ ସୁରାଗ ପାଇଥିଲା ପୋଲିସ।

ଏହା ମଧ୍ୟ ପଢନ୍ତୁ...ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, ଘର ମାଲିକକୁ ହତ୍ୟା କଲା ଭଡାଟିଆ

ସେପଟେ ସିସିଟିଭି ଫୁଟେଜ ଆଧାରରେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ବିହାରର ମୁଳ ବାସିନ୍ଦା ମହମ୍ମଦ ଇର୍ସାଦ (29) ଓ ତାର ସାଥି ଦିନେଶ କୁମାର (38) । ତେବେ ପୋଲିସ 2 ଅଭିଯୁକ୍ତଙ୍କୁ ଜେରା କରିବା ସମୟରେ ହତ୍ୟା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା । ଅଭିଯୁକ୍ତମାନେ ଅଜୟଙ୍କୁ ମାରିଥିବାନେଇ ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଥିଲେ ।

ଅଭିଯୁକ୍ତମାନେ ପୋଲିସକୁ କହିବା ଅନୁସାରେ, ମୃତ ଅଜୟଙ୍କର ନୂଆଦିଲ୍ଲୀ ରେଳ ଷ୍ଟେସନ ନିକଟରେ ଏକ ପାନ-ବିଡ଼ି ଦୋକାନ ଥିଲା। ଯାହାକୁ ମହମ୍ମଦ ଇର୍ସାଦ ପ୍ରତିଦିନ 300 ଟଙ୍କା ହିସାବରେ ଭଡ଼ାକୁ ନେଇଥିଲା । ତେବେ ଅଜୟ ପ୍ରତିଦିନ ଆସି ଦେକାନ ଭଡା଼ ମାଗୁଥିଲା । ଯାହାକୁ ନେଇ ମହମ୍ମଦ ମାଲିକ ଉପରେ ରାଗ ରଖିଥିଲା । ତେବେ ସେପ୍ଟେମ୍ବର 8 ତାରିଖ ରାତିରେ ଅଜୟ ଦୋକାନ ଭଡା଼ ମାଗିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ମହମ୍ମଦ ଓ ତାର ସାଙ୍ଗ ଦିନେଶ ମିଶି ଅଜୟଙ୍କୁ ଏକ ଅଟୋରିକ୍ସା ଭିତରେ ଗଳାଚିପି ହତ୍ୟା କରିଥିଲେ । ଏହାସହ ମୃତଦେହକୁ ନେଇ ପାଖ ନାଳ ଭିତରକୁ ଫିଙ୍ଗି ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details