ଓଡିଶା

odisha

By

Published : Sep 4, 2022, 1:30 PM IST

ETV Bharat / bharat

ଦେଓଘର ଏୟାରପୋର୍ଟ ATCରେ ପ୍ରବେଶ ଘଟଣା: ସାଂସଦ ଓ ଡିସିଙ୍କ ମଧ୍ୟରେ ଟ୍ବିଟର ୱାର

ଦେଓଘରରେ ଜବରଦସ୍ତି ବିମାନ ଉଡାଣ ଘଟଣାରେ ତେଜୁଛି ବିବାଦ । ଟ୍ବିଟରର୍ ମୁହାଁମୁହିଁ ହେଲେ ବିଜେପି ସାଂସଦ ଏବଂ ଡେପୁଟି କମିଶନର । ଅଧିକ ପଢନ୍ତୁ

ଦେଓଘର ଏୟାରପୋର୍ଟ ATCରେ ପ୍ରବେଶ ଘଟଣା: ସାଂସଦ ଓ ଡିସିଙ୍କ ମଧ୍ୟରେ ଟ୍ବିଟର ୱାର
ଦେଓଘର ଏୟାରପୋର୍ଟ ATCରେ ପ୍ରବେଶ ଘଟଣା: ସାଂସଦ ଓ ଡିସିଙ୍କ ମଧ୍ୟରେ ଟ୍ବିଟର ୱାର

ରାଞ୍ଚି: ଦେଓଘର ବିମାନ ବନ୍ଦରର ଏଟିସି(ATC) ମଧ୍ୟକୁ ପ୍ରବେଶ ଘଟଣାକୁ ନେଇ ଟ୍ବିଟର ୱାର୍ । ଟ୍ବିଟରରେ ମୁହାଁମୁହିଁ ହେଲେ ସାଂସଦ ନିଶିକାନ୍ତ ଦୁବେ ଏବଂ ଡେପୁଟି କମିଶନର(DC) ମଞ୍ଜୁନାଥ ଭଜନ୍ତ୍ରୀ । ଦେଓଘର ବିମାନ ବନ୍ଦରରେ ସୁରକ୍ଷା ନିୟମକୁ ଉଲ୍ଲଙ୍ଘନ କରି କର୍ମଚାରୀଙ୍କୁ ରାତିରେ ବିମାନ ଉଡାଣ ପାଇଁ ଚାପ ପକାଇବାକୁ ନେଇ ଗୋଡ୍ଡା ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ ୯ ଜଣଙ୍କ ନାଁରେ ମାମଲା ରୁଜୁ ହେବାର ଦିନକ ପରେ ସାଂସଦ ଓ ଡିସିଙ୍କ ମଧ୍ୟରେ ଟ୍ବିଟର ୱାର୍ ହୋଇଛି । ନିୟମ ଉଲ୍ଲଙ୍ଘନ କରି ଏଟିସି ମଧ୍ୟକୁ ପ୍ରବେଶ କରିବା ଘଟଣାରେ ଡିସି କରିଥିବା ଟ୍ବିଟ୍ ଉପରେ ପ୍ରତିକ୍ରିୟା କରିଛନ୍ତ ସାଂସଦ । ସାଂସଦ ନିଶିକାନ୍ତ ଦୁବେ ଡିସିଙ୍କୁ କଟାକ୍ଷ କରି ଲେଖିଛନ୍ତି, ଆପଣ ଜାଣନ୍ତି କି ଏୟାରପୋର୍ଟରେ ଏଟିସି ଟାୱର ସୁରକ୍ଷା ଏବେ DGCA ଏବଂ BCAS ନୁହଁନ୍ତି ବରଂ ଡେପୁଟି କମିଶନର କରୁଛନ୍ତି ବୋଲି ?

ସୂଚନା ମୁତାବକ, ଅଗଷ୍ଟ ୩୧ ସନ୍ଧ୍ୟାରେ ଏହି ବିବାଦର ସୂତ୍ରପାତ ହୋଇଥିଲା । ସେଦିନ ଗୋଡ୍ଡାର ସାଂସଦ ନିଶିକାନ୍ତ ଦୁବେ, ତାଙ୍କର ଦୁଇ ପୁଅଙ୍କ ସମେତ ସାଂସଦ ମନୋଜ ତିୱାରୀ, କପିଲ ମିଶ୍ରା ଦୁମକା ପୀଡିତାଙ୍କ ପରିବାରକୁ ଭେଟିବାକୁ ଚାଟାର୍ଡ ପ୍ଲେନ ଯୋଗେ ଯାଇଥିଲେ । ପୀଡିତାଙ୍କୁ ଭେଟିବା ପରେ ଏହି ପ୍ରତିନିଧି ଦଳ ସନ୍ଧ୍ୟାରେ ବିମାନ ବନ୍ଦରରେ ପହଞ୍ଚି ଚାଟାର୍ଡ ପ୍ଲେନରେ ବସିଥିଲେ । ତେବେ ଏହି ସମୟରେ ବିମାନ ବନ୍ଦର ଏଟିସି ପ୍ଲେନକୁ ଉଡାଣ ଭରିବାକୁ ଅନୁମତି ଦେଇଥିଲେ । ଏହାପରେ ସାଂସଦ ଓ ବିଜେପି ନେତା ହାଇ ସିକ୍ୟୁରିଟି ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି) ମଧ୍ୟକୁ ପ୍ରବେଶ କରି ବିମାନ ଉଡାଣ ପାଇଁ କ୍ଲିୟରାନ୍ସ ଦେବାକୁ ଚାପ ପକାଇଥିଲେ । ବିମାନ ବନ୍ଦର ଡିଏସପି ସୁମନ ଆନନଙ୍କ ଅଭିଯୋଗ ଆଧାରରେ ପାଇଲଟ ଏବଂ ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ସମେତ ଏହି ୯ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ।

ଦେବଘର ଡିସି ମଞ୍ଜୁନାଥ ଭଜନ୍ତ୍ରୀ ବିଜେପି ସାଂସଦ ଓ ନେତାଙ୍କ ଉପରେ ବଳପୂର୍ବକ ATC ବିଲ୍ଡିଂରେ ପ୍ରବେଶ ନେଇ ଅଭିଯୋଗ କରିବା ପରେ ନିଶିକାନ୍ତ ଦୁବେ ଦିଲ୍ଲୀରେ ଡିସିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ଏହି ଘଟଣା ପରେ ଉଭୟ ସାଂସଦ ଓ ଡିସି ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି । ଦୁହେଁ ପରସ୍ପରକୁ ଟାର୍ଗେଟ କରି ଟ୍ବିଟ୍ କରିଛନ୍ତି । ସାଂସଦ ଡିସିଙ୍କୁ ଉଦ୍ଦେଶ୍ୟରେ କହିଛନ୍ତି, ''ବିନା ଅନୁମତିରେ ଜବରଦସ୍ତି ସୁରକ୍ଷା ବଳୟ ଭାଙ୍ଗି ପ୍ରବେଶ କରିବା ଅପରାଧିର ଅନ୍ଦାଜ ଅଟେ । ଆପଣ କେଉଁ ହିସାବରେ ବିମାନ ବନ୍ଦରରେ ପ୍ରବେଶ କଲେ ଏବଂ କିଏ ଆପଣଙ୍କୁ ସିସିଟିଭି ଦେଖିବା ପାଇଁ ଅନୁମତି ଦେଲା ?''

ଏହାର ଜବାବରେ ଡେପୁଟି କମିଶନର କହିଛନ୍ତି, ସେ ଏୟାରପୋର୍ଟ ଟର୍ମିନାଲରେ ଏଣ୍ଟ୍ରି ପାସ୍ ନେଇ ଯାଇଥିଲେ । ଏହା ସଙ୍ଗେ ସଙ୍ଗେ ସେ ଦେଓଘର ଏୟାରପୋର୍ଟ ବୋର୍ଡ ଅଫ୍ ଡାଇରେକ୍ଟରର ସଦସ୍ୟ ଅଟନ୍ତି । ତେବେ ଏଟିସିରେ ପ୍ରବେଶ କରିନଥିବା ଡିସି କହିଛନ୍ତି । ଏହାପରେ ସାଂସଦ ଟ୍ବିଟ୍ କରିଥିଲେ, ସିଆଇଏସଏଫ ବା ରାଜ୍ୟ ପୋଲିସ କେବଳ ଏୟାରପୋର୍ଟର ସୁରକ୍ଷା ପାଇଁ ମୁତୟନ ହୋଇଥାନ୍ତି, ସିସିଟିଭି ଫୁଟେଜର ସୂଚନା ଦେବା ପାଇଁ ନୁହେଁ । ଏହା ଉପରେ ଡିସି ସାଂସଦଙ୍କୁ ଟାର୍ଗେଟ କରି ସେ କାହା ଅନୁମତିରେ ଏଟିସି ମଧ୍ୟକୁ ଗଲେ ବୋଲି ପ୍ରଶ୍ନ କରିଥିଲେ ।

ଏହି ପ୍ରଶ୍ନର ଜାବରରେ ନିଶିକାନ୍ତ ଦୁବେ ସଫେଇ ଦେଇଥିଲେ ଯେ, ସେ ଏଥିପାଇଁ ଏୟାରପୋର୍ଟ ଅଧିକାରୀଙ୍କୁ ଠାରୁ ଆବଶ୍ୟକୀୟ ଅନୁମତି ନେଇଥିଲେ । ଏହାବ୍ୟତୀତ ସେ ସାଂସଦ ହୋଇଥିବା ଦୃଷ୍ଟିରୁ ଦେଓଘର ଏୟାରପୋର୍ଟ ଚେୟାରମ୍ୟାନ ମଧ୍ୟ ଅଟନ୍ତି ଏବଂ ମନୋଜ ତିୱାରୀ ବିମାନ ଚଳାଚଳ ମନ୍ତ୍ରଣାଳୟର ଆଡଭାଇଜରୀ କମିଟି ସଦସ୍ୟ ଅଟନ୍ତି । ଏହି ଦୃଷ୍ଟିରୁ ସେ ନାଇଟ ଲ୍ୟାଣ୍ଡିଂ ବାବଦରେ ଜାଣିବା ପାଇଁ ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ସହ କଥାବାର୍ତ୍ତା ହେବାକୁ ଯାଇଥିଲେ ।

ABOUT THE AUTHOR

...view details