ଓଡିଶା

odisha

ETV Bharat / bharat

ସ୍କୁଲ୍‌ ମଡେଲ୍‌କୁ ନେଇ କେଜ୍ରିୱାଲ ଓ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟର ୱାର - ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା

ରାଜଧାନୀ ଦିଲ୍ଲୀର ରାଜନୀତି ଆଲୋଚନାର ସରବ୍ୟରେ ରହିଛି । ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟ୍‌ ୱାର୍‌ ଆରମ୍ଭ ହୋଇଛି Twitter war Between Kejriwal and Himanta । ଅଧିକ ପଢ଼ନ୍ତୁ

ସ୍କୁଲ୍‌ ମଡେଲ୍‌କୁ ନେଇ ବିଜେପିକୁ ଆପ୍‌ର ଟାର୍ଗେଟ, କେଜ୍ରିୱାଲ ଓ ହିମନ୍ତ ବିଶ୍ବଶର୍ମା ମଧ୍ୟରେ ଟ୍ବିଟ ୱାର
ସ୍କୁଲ୍‌ ମଡେଲ୍‌କୁ ନେଇ ବିଜେପିକୁ ଆପ୍‌ର ଟାର୍ଗେଟ, କେଜ୍ରିୱାଲ ଓ ହିମନ୍ତ ବିଶ୍ବଶର୍ମା ମଧ୍ୟରେ ଟ୍ବିଟ ୱାର

By

Published : Aug 28, 2022, 9:43 PM IST

ନୂଆଦିଲ୍ଲୀ:ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ରାଜନୀତି ଆଲୋଚନାର ସରବ୍ୟରେ ରହିଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ କରିବା ପରେ ବିରୋଧୀ ବିଜେପି ଓ ଶାସକ ଆମ ଆଦମୀ ପାର୍ଟି(AAP) ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଆପ୍‌ ନେତା ଲଗାତାର BJP ବିରୋଧରେ ଗମ୍ଭୀର ଅଭିଯୋଗ କରି ଆସୁଛନ୍ତି । ସେପଟେ ବିଜେପି ମଧ୍ୟ ସଡ଼କରୁ ଆରମ୍ଭ କରି ସଦନ ପର୍ଯ୍ୟନ୍ତ ଆପ୍‌କୁ ବିରୋଧ କରି ଆସୁଛି । ସୋମବାର ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟ୍‌ ୱାର୍‌ ଆରମ୍ଭ ହୋଇଛି(Twitter War Between Kejriwal and Himanta) ।

ଏକ ୱେବସାଇଟ୍‌ରେ ଆସାମର ଏକ ଖବର ପ୍ରକାଶ କରିଥିଲା । ଯେଉଁଥିରେ ଖରାପ ରେଜଲ୍ଟ ଯୋଗୁଁ ଆସାମ ସରକାର ୩୪ଟି ସ୍କୁଲ୍‌ ବନ୍ଦ କରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଏହାକୁ ନେଇ କେଜ୍ରିୱାଲ ଟ୍ବିଟ୍‌ କରି ଆସାମ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, "ସ୍କୁଲ ବନ୍ଦ କରିବା ସମାଧାନ ନୁହେଁ, ଏହି ସମୟରେ ଆମକୁ ଅଧିକ ସ୍କୁଲ୍‌ ଖୋଲିବାର ଆବଶ୍ୟକତା ରହିଛି । ବନ୍ଦ କରିବା ଅପେକ୍ଷା ସେଠାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣନ୍ତୁ ।"

ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଟ୍ବିଟ୍‌ କରିଥିଲେ, "ପ୍ରିୟ ଅରବିନ୍ଦ କେଜ୍ରିୱାଲ । ପ୍ରତ୍ୟେକ ଥର ଭଳି ଆପଣ ବିନା ହୋମ୍‌ୱାର୍କରେ ଟିପ୍ପଣୀ କରିଛନ୍ତି । ଶିକ୍ଷାମନ୍ତ୍ରୀ ଭାବରେ ମୋର ପ୍ରାରମ୍ଭିକ ରାଜନୈତିକ ଜୀବନରୁ ଏପର୍ଯ୍ୟନ୍ତ ଧ୍ୟାନ ଦିଅନ୍ତୁ । ଆସାମ ସରକାର ୮୬୧୦ ନୂଆ ସ୍କୁଲ୍‌ ସ୍ଥାପନା ବା ଅଧିଗ୍ରହଣ କରିଛନ୍ତି । ଆପଣ କୁହନ୍ତୁ ଗତ ୭ ବର୍ଷ ମଧ୍ୟରେ ଆପଣ କେତୋଟି ସ୍କୁଲ୍‌ ପ୍ରତିଷ୍ଠା କରିଛନ୍ତି ?"

ଏହାପରେ କେଜ୍ରିୱାଲ୍‌ ଟ୍ବିଟ୍‌ କରିଥିଲେ, "ଆପଣ ଖରାପ ଭାବିଲେ ବୋଧେ, ମୋର ଉଦ୍ଦେଶ୍ୟ ଆପଣଙ୍କ ଭୁଲ୍‌କୁ ଦେଖାଇବା ନଥିଲା । ଆମେ ସମସ୍ତେ ଗୋଟିଏ ଦେଶର । ଆମେ ପରସ୍ପରଠାରୁ ଶିଖିବାର ଅଛି । ତାହାଲେ ହିଁ ଭାରତ ନମ୍ବର ୱାନ ହୋଇ ପାରିବ । ମୁଁ କେବେ ଆସାମ ଯିବି, ଆପଣ ଶିକ୍ଷା କ୍ଷେତ୍ରରେ ଆପଣଙ୍କ ଭଲ କାମ ଦେଖାଇବେ । ଆପଣ ଦିଲ୍ଲୀ ଆସନ୍ତୁ ଆମେ ଆମ କାମ ଦେଖାଇବୁ ।"

ଏହାପରେ ପୁନଃ କେଜ୍ରିୱାଲ୍‌ଙ୍କୁ ଟାର୍ଗେଟ କରିଥିଲେ ହିମନ୍ତ ବିଶ୍ବଶର୍ମା । ସେ କହିଥିଲେ, "ଆପଣ ଆସାମ ଆସିଲେ ଆପଣଙ୍କୁ ମୁଁ ମେଡିକାଲ୍‌ କଲେଜକୁ ନେଇଯିବି । ଆପଣ ଦେଖିବେ ତାହା ଆପଣଙ୍କ ମୋହଲ୍ଲା କ୍ଲିନିକଠାରୁ କେତେ ଉନ୍ନତ । ଆପଣ ଆମ ସରକାରୀ ସ୍କୁଲ୍‌ର ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଭେଟିବେ । ଦେଶକୁ ନମ୍ବର ୱାନକୁ ନେବା ଚିନ୍ତା ଆପଣ ଛାଡ଼ି ଦିଅନ୍ତୁ, ତାହା ନରେନ୍ଦ୍ର ମୋଦି କରୁଛନ୍ତି ।"

ଏହାପରେ କେଜ୍ରିୱାଲ କହିଛନ୍ତି, "ମୁଁ ପଚାରିଲି ଆପଣଙ୍କୁ ମୁଁ କେବେ ଆସିବି ଆପଣ କହିଲେ କେବେ ଆସିଯାଅ । ଏହାର ଅର୍ଥ କେବେବି ଆସନି । ଆପଣ କୁହନ୍ତୁ କେବେ ଆସିବି ।" ଏହାର ଜବାବ ଦେଇ ହିମନ୍ତ ବିଶ୍ବଶର୍ମା କହିଛନ୍ତି, "ଆପଣ ଦିଲ୍ଲୀକୁ ଲଣ୍ଡନ ପ୍ୟାରିସ ଭଳି ଗଢ଼ିବା ସ୍ବପ୍ନ ଦେଖାଇ ସତ୍ତାକୁ ଆସିଥିଲେ । ଆପଣଙ୍କ ମନେଥିବ ଭାବୁଛି । କିଛିକରି ପାରିଲେନି ବୋଲି ଉତ୍ତର ପୂର୍ବର ଛୋଟ ସହରକୁ ଦିଲ୍ଲୀ ସହ ତୁଳନା କରିବାକୁ ଲାଗିଲେ । ଆପଣଙ୍କ ଭଳି ଅବସର ବିଜେପିକୁ ମିଳିଲେ ବିଜେପି ଏହାକୁ ବିଶ୍ବର ସମୃଦ୍ଧ ସହର କରିବ ।"

ଏହାପରେ କେଜ୍ରିୱାଲ ପୁନଃ ନିଜ କଥା ଦୋହରାଇଥିଲେ । ସେ କହିଥିଲେ, "ଆପଣଙ୍କ ସ୍କୁଲ୍‌ ଦେଖିବାକୁ କେବେ ଯିବି କୁହନ୍ତୁ । ଯଦି ସ୍କୁଲ୍‌ର ଅବସ୍ଥା ଭଲ ନାହିଁ । ତାହେଲେ ଚଳିବ । ମିଶିକି ଠିକ୍‌ କରିବା ।"

ABOUT THE AUTHOR

...view details