ଓଡିଶା

odisha

Congress VS BJP: ନେହେରୁ ଓ ମୋଦିଙ୍କ ଫଟୋ ଜାରି କଲା କଂଗ୍ରେସ, ଟ୍ବିଟରରେ ପୋଷ୍ଟର ୱାର

ନୂତନ ସଂସଦ ଭବନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଉଭୟ ଦଳ ମଧ୍ୟରେ ଜବାହାରଲାଲ ନେହେରୁୁ ଓ ମୋଦିଙ୍କ ଫଟୋକୁ ନେଇ ପୋଷ୍ଟର ୱାର ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

By

Published : May 29, 2023, 7:00 AM IST

Published : May 29, 2023, 7:00 AM IST

twitter war between Congress and BJP
କଂଗ୍ରେସ ଓ ବିଜେପିର ପୋଷ୍ଟର ୱାର

ନୂଆଦିଲ୍ଲୀ: ବିବାଦ ମଧ୍ୟରେ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦଘାଟନ ହୋଇଛି । ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ କରିଥିବା ୨୦ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଛି । କଂଗ୍ରେସ ଟ୍ବିଟରରେ ଏକ ଚିତ୍ର ସେୟାର କରିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ 'ଛୋଟିଆ' ଛବିକୁ ଜବାହାରଲାଲ ନେହେରୁଙ୍କ ବଡ଼ ଛବି ସମ୍ମୁଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ସେଥିରେ ଲେଖାଯାଇଛି, "ଯେତେ ମଧ୍ୟ ଚେଷ୍ଟା କର" କଂଗ୍ରେସର ଏହି ପୋଷ୍ଟ ପରେ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଛି ଟ୍ବିଟର ୱାର ।

କଂଗ୍ରେସର ଏହି ଟ୍ବିଟ ପୋଷ୍ଟର ଜବାବ ଦେଇ ବିଜେପି ମଧ୍ୟ ଏକ ଚିତ୍ର ସେୟାର କରିଛି । ଏହି ଚିତ୍ରରେ କ୍ୟାମେରା ସହିତ ଜବାହାରଲାଲ ନେହେରୁଙ୍କ ପ୍ରତିଛବିକୁ ଦର୍ଶାଯାଇଛି ଏବଂ ଲେଖା ହୋଇଛି, "ନେହେରୁଙ୍କ ସତ" । ଚିତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ କ୍ୟାମେରା ପଡୁଥିବା ଦେଖିବାକୁ ମିଳିଛି । ଏଥିସହ ଫଟୋରେ "ରିଲ ଓ ରିୟଲ" ଲେଖାଯାଇଛି । ତେବେ ନୂତନ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପ୍ରତି ଅପମାନ ବୋଲି କହି କଂଗ୍ରେସ ଏହାକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପରେ ଅନ୍ୟ କିଛି ବିରୋଧୀ ଦଳ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ମୋଟ ୨୦ ବିରୋଧୀ ରାଜନୈତିକ ଦଳ ଏହାକୁ ବର୍ଜନ କରିଥିଲେ ।

ସଂସଦ ଭବନ ଉଦଘାଟନ ପରେ ବିରୋଧୀ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ କହିଛି, " ମହିଳାଙ୍କ ଅପମାନରୁ ନୂଆ ସଂସଦ ଭବନର ଶୁଭାରମ୍ଭ ହୋଇଛି । ମହିଳାଙ୍କ ପ୍ରତି ଅପମାନ ଓ ଶୋଷଣକୁ ବଞ୍ଚାଇ ରଖିବା ଭଳି କାର୍ଯ୍ୟ କରିଛି ବିଜେପି । ଆଜି ଦେଶର ମହିଳାଙ୍କ ପାଇଁ କଳାଦିନ । ନୂଆ ଭାରତ ନାଁରେ ଲୋକଙ୍କୁ ବୋକା ବନାଇବା ବନ୍ଦ କରନ୍ତୁ ।" ସଂସଦ ଭବନରେ ସେଙ୍ଗୋଲ ସ୍ଥାପନା ସମାରୋହରେ କେବଳ ଦକ୍ଷିଣ ଭାରତର ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସବୁ ଧର୍ମର ପ୍ରତିନିଧୀଙ୍କୁ ନିମନ୍ତ୍ରଣ କରିବା ଆବଶ୍ୟକତା ଥିଲା ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ନୂଆ ସଂସଦ ଗୃହକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ, "ଯେତେ ବଡ଼ କୋଠା ନିର୍ମାଣ ହେଉ ନା କାହିଁକି, ଯଦି ଗଣତନ୍ତ୍ରର ମୂଲ୍ୟବୋଧକୁ ସୁରକ୍ଷା ଦିଆନଯାଏ ତେବେ କୌଣସି ଲାଭ ନାହିଁ ।"

ABOUT THE AUTHOR

...view details