ଓଡିଶା

odisha

By

Published : Aug 14, 2021, 12:55 PM IST

ETV Bharat / bharat

ସଚଳ ହେଲା ରାହୁଲଙ୍କ Twitter

ସଚଳ ହେଲା କଂଗ୍ରସ ସାଂସଦ ରାହୁଲ ଗାନ୍ଧୀଙ୍କ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର । ଗୋଟିଏ ସପ୍ତାହ ହେଲା ସାମୟିକ ସମୟ ପାଇଁ ରାହୁଲ ଗାନ୍ଧୀଙ୍କ ଟ୍ବିଟରକୁ ବନ୍ଦ କରିଥିଲା କମ୍ପାନୀ। ଅଧିକ ପଢନ୍ତୁ...

ସଚଳ ହେଲା ରାହୁଲଙ୍କ Twitter
ସଚଳ ହେଲା ରାହୁଲଙ୍କ Twitter

ନୂଆଦିଲ୍ଲୀ: ସଚଳ ହେଲା କଂଗ୍ରସ ସାଂସଦ ରାହୁଲ ଗାନ୍ଧୀଙ୍କ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର । ଗୋଟିଏ ସପ୍ତାହ ହେଲା ସାମୟିକ ସମୟ ପାଇଁ ରାହୁଲ ଗାନ୍ଧୀଙ୍କ ଟ୍ବିଟରକୁ ବନ୍ଦ କରିଥିଲା କମ୍ପାନୀ ।

ରାଜଧାନୀ ଦିଲ୍ଲୀ ନାଙ୍ଗଲ ଗାଁରେ କିଛି ଦିନ ତଳେ ୯ ବର୍ଷର ଜଣେ ଦଳିତ ନାବାଳିକା ଦୁଷ୍କର୍ମ ଘଟଣାକୁ ନିଜ ଟୁଇଟର ହ୍ୟାଣ୍ତେଲରେ ରାହୁଲ ପୀଡିତାଙ୍କ ପରିବାରର ଫଟୋ ସହିତ ତାଙ୍କ ନାଁ ଓ ଠିକଣା ପୋଷ୍ଟ କରିଥିଲେ । ରାହୁଲଙ୍କ ଏହି ପୋଷ୍ଟ ପରେ ପୀଡିତାଙ୍କ ପରିବାରର ପରିଚୟ ସାର୍ବଜନୀନ ହୋଇଯାଇଥିଲା । ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ରାହୁଲ ନିଜେ ଫସିଯାଇଥିଲେ । ଟ୍ବିଟରେ ରାହୁଲ ଲେଖିଥିଲେ ଯେ ପୀଡିତାଙ୍କ ପିତାମାତାଙ୍କ ଆଖିର ଲୁହ କେବଳ ନ୍ୟାୟ ମାଗୁଛି । ନ୍ୟାୟ ଦେବା ରାସ୍ତାରେ ସେ ପୀଡିତାଙ୍କ ପରିବାର ସହିତ ଅଛନ୍ତି ବୋଲି ପୋଷ୍ଟରେ ଲେଖିଥିଲେ । ଏହି ଫଟୋରେ ପୀଡିତାଙ୍କ ମାତାପିତାଙ୍କ ମୁହଁ ଦେଖାଯାଉଥିଲା ।


ଏନେଇ ରାଷ୍ଟ୍ରୀୟ ବାଲ ଅଧିକାର ସଂରକ୍ଷଣ ଆୟୋଗ(NCPCR) ଟ୍ବିଟର ନିକଟରେ ଅଭିଯୋଗ କରିଥିଲା । ରାହୁଲଙ୍କ ପୋଷ୍ଟ ୨୦୧୫ କିଶୋର ନ୍ୟାୟ ଆଇନ ଧାରା ୭୪ ଓ ଶିଶୁ ଯୌନ ଅପରାଧ ପ୍ରତିରୋଧ ନିୟମ ୨୩ର ଉଲ୍ଲଘଂନ କରୁଥିଲା । ଏହାପରେ ଟ୍ବିଟର ରାହୁଲଙ୍କ ପୋଷ୍ଟକୁ ହଟାଇଥିଲା ଟ୍ବିଟର । ଟ୍ବିଟର ସୂଚନା ଅନୁଯାୟୀ, ରାହୁଲଙ୍କ ଏହି ପୋଷ୍ଟ ଆଇନ ଅନୁଯାୟୀ ଅପରାଧ ଏବଂ ନିୟମ ଉଲ୍ଲଂଘନ ହୋଇଥିଲା । ଏହା ପରେ ଟ୍ବିଟର ରାହୁଲଙ୍କ ଆକାଉଣ୍ଟକୁ ସାମୟିକ ସମୟ ପାଇଁ ବନ୍ଦ କରିଥିଲା ।


ତେବେ ଆଜି ରାହୁଲଙ୍କ ଆକାଉଣ୍ଟକୁ ପୁଣିଥରେ ସଚଳ କରାଯାଇଥିବା ଟ୍ବିଟର ସ୍ପଷ୍ଟ କରିଛି । କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା ଟ୍ବିଟରକୁ କହିଛନ୍ତି ଯେ, ରାଷ୍ଟ୍ରୀୟ ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି ଟ୍ବିଟର । ଟ୍ବିଟର ଆକାଉଣ୍ଟକୁ ବନ୍ଦ କରିବା ଗଣତନ୍ତ୍ରର ବ୍ୟବସ୍ଥା ଉପରେ କୁଠାରଘାତ ।


ଅନ୍ୟପଟେ ଟ୍ବିଟରର କାର୍ଯ୍ୟାନୁଷ୍ଠାନକୁ ନେଇ ବର୍ଷଥିଲେ ରାହୁଲ ଗାନ୍ଧୀ । ରାହୁଲ କହିଥିଲେ ଟ୍ବିଟର ନିରପେକ୍ଷ ଭାବେ କାର୍ଯ୍ୟ କରୁନାହିଁ । ତାଙ୍କ ଆକାଉଣ୍ଟକୁ ବନ୍ଦ କରି ତାଙ୍କର ଲକ୍ଷ ଲକ୍ଷ ଫୋଲର୍ସଙ୍କୁ ଅପମାନିତ କରିଛି । ଟ୍ବିଟର ପକ୍ଷପାତିତା କରିବା ସହିତ ସରକାରଙ୍କ ନିର୍ଦ୍ଦେଶରେ ଚାଲୁଛି ବୋଲି ଏକ ଭିଡିଓ ଜାରି କରି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ABOUT THE AUTHOR

...view details