ନୂଆଦିଲ୍ଲୀ:ଟେସଲା ପ୍ରତିଷ୍ଠାତା ଏଲନ ମସ୍କ ଟ୍ବିଟରକୁ ୪୩ ବିଲିୟନ ଡଲାରରେ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ଦେଇ କିଣିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ମସ୍କଙ୍କର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସାଉଦି ପ୍ରିନ୍ସ ଅଲଓ୍ବାଲିଦ ବିନ ତଲାଲ । ସାଉଦି ପ୍ରିନ୍ସ ହେଉଛନ୍ତି ଟ୍ବିଟରର ସେୟାର ଧାରକ । ଏନେଇ ଟ୍ବିଟ କରି ସାଉଦି ପ୍ରିନ୍ସ କହିଛନ୍ତି ଯେ, ଏହି ଅଫର ଉପରେ ତାଙ୍କର ବିଶ୍ବାସ ନାହିଁ ।
ଏଲନ ମସ୍କ ସେୟାର ପିଛା ୫୪.୨ ଡଲାରର ଯେଉଁ ଅଫର ଦେଉଛନ୍ତି ତାହା ଗ୍ରୋଥ୍ ମୂଳ ଭେଲ୍ୟୁ ସହିତ ପାଖାପାଖି ସମାନ । ତେଣୁ ଟ୍ୱିଟରର ସବୁଠାରୁ ବଡ଼ ଓ ପୁରୁଣା ଅଂଶଧନଗ୍ରହୀତା ହୋଇଥିବା କାରଣରୁ ମୁଁ ଏହି ଅଫରକୁ ପ୍ରତ୍ୟାକ୍ଷାନ କରୁଛି ବୋଲି ଅଲୱାଲୀଦ ବିନ ତଲାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କିଛିଦିନ ତଳେ ଟେସ୍ଲା ସିଇଓ ଇଲନ ମସ୍କ ଟ୍ୱିଟରରେ ୯.୨ ପ୍ରତିଶତ ଅଂଶଧନ କିଣିଥିଲେ ।