ଓଡିଶା

odisha

ETV Bharat / bharat

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ବ୍ୟାଜ୍ ହଟାଇଲା ଟ୍ବିଟର - venkiah naidu personal verified twitter account

ଭାରତର ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ବ୍ୟାଜ୍ । ତେବେ ଭାରତର ଉପରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟରେ ବ୍ଲୁ ବ୍ୟାଜ୍ ରହିଛି । ଅଧିକ ପଢନ୍ତୁ...

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

By

Published : Jun 5, 2021, 9:47 AM IST

Updated : Jun 5, 2021, 9:57 AM IST

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ବ୍ୟାଜ୍ । ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ବ୍ୟାଜ୍ ହଟାଇ, ଟ୍ବିଟର ପ୍ରମାଣ କରିଦେଇଛି କି ସେ ଚାହିଁଲେ କୌଣସି ଭେରିଫାଏ ବା ପ୍ରମାଣିତ ଆକାଉଣ୍ଟରୁ ବ୍ଲୁ ବ୍ୟାଜ୍ ହଟାଇପାରିବର କ୍ଷମତା ରଖୁଛି । ତେବେ ଭାରତର ଉପରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟରେ ବ୍ଲୁ ବ୍ୟାଜ୍ ରହିଛି ।

ଉପରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟ

ଟ୍ବିଟର ଅନୁସାରେ, ଯେଉଁ ଆକାଉଣ୍ଟକୁ ଲୋକ ଅଧିକ ପସନ୍ଦ କରିଥାନ୍ତି ସେହି ଆକାଉଣ୍ଟକୁ ବ୍ଲୁ ବ୍ୟାଜ୍ ଦିଆଯାଇଥାଏ । ବ୍ଲୁ ବ୍ୟାଜ୍ ପାଇଁ ଆକାଉଣ୍ଟ ପ୍ରାମାଣିକ, ଉଲ୍ଲେଖନୀୟ ଏବଂ ସକ୍ରିୟ ହେବା ଜରୁରୀ । ଆକାଉଣ୍ଟରେ ବ୍ଲୁ ବ୍ୟାଜ୍ ଥିଲେ, ଆକାଉଣ୍ଟଟି ପ୍ରାମାଣିକ ବୋଲି ଜଣାପଡିଥାଏ ।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ

ଟ୍ବିଟର ଚାହିଁଲେ କୌଣସି ମୂହୁର୍ତ୍ତରେ ବ୍ଲୁ ବ୍ୟାଜ୍ ହଟାଇପାରିବ । ଯଦି ୟୁଜର ନାଁରେ ପରିବର୍ତ୍ତନ ହୁଏ କିମ୍ବା ଯଦି ଆକାଉଣ୍ଟ ଇନଆକ୍ଟିଭ୍ ଥିବ ତେବେ ବ୍ଲୁ ବ୍ୟାଜ୍ ହଟାଯାଇପାରିବ । ପ୍ରାମାଣିକକରଣ ସମୟରେ ୟୁଜର୍ ଯେଉଁ ଲୋକପ୍ରିୟ ସ୍ଥିତିରେ ଥିବ, ସେହି ସ୍ଥିତିରେ ଯଦି ପରେ ନ ରହିଲା ତଥାପି ବ୍ଲୁ ବ୍ୟାଜ୍ ହଟାଯାଇପାରିବ ।

ପ୍ରକାଶଥାଉକି, ଅନେକ ଟ୍ବିଟର ୟୁଜର ସ୍କ୍ରିନସଟ୍ ନେଇ ଉପରାଷ୍ଟ୍ରପତି ଟ୍ବିଟରରେ ଆକ୍ଟିଭ୍ ନଥିବା ଦର୍ଶାଇଥିଲେ । ଦୀର୍ଘ ବର୍ଷେ ହେବ ଉପରାଷ୍ଟ୍ରପତି ନିଜ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟରୁ କୌଣସି ଟ୍ବିଟ୍ କରିନଥିବା ଦେଖିବାକୁ ମିଳିଥିଲା, ଏହି କାରଣରୁ ଟ୍ବିଟର ବ୍ଲୁ ବ୍ୟାଜ୍ ହଟାଇଥିବା ଜଣାପଡିଛି । ତେବେ ବିଜେପିର ମୁମ୍ବାଇ ମୁଖପାତ୍ର ଏହାକୁ ସମ୍ବିଧାନର ଅପମାନ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 5, 2021, 9:57 AM IST

ABOUT THE AUTHOR

...view details