ଓଡିଶା

odisha

ETV Bharat / bharat

ବିଜ୍ଞାପନକାରୀଙ୍କୁ ଟଙ୍କା ମାଗିଲା ଟ୍ବିଟର, ନହେଲେ ଚାଲିବନି Ads - ଏଲନ ମସ୍କ

ଲୋକପ୍ରିୟ ଅଭିନେତା, ରାଜନେତାଙ୍କ ବ୍ଲୁ ଟିକମାର୍କ ହଟାଇବା ପରେ ଏବେ ବିଜ୍ଞାପନକାରୀଙ୍କୁ ଟଙ୍କା ମାଗିଲା ଟ୍ବିଟର । ମାସକୁ ନିର୍ଦ୍ଦିଷ୍ଟ ଅର୍ଥ ନ ଭରିଲେ ଚଲାଇ ହେବନି ବିଜ୍ଞାପନ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 21, 2023, 6:00 PM IST

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ କଳାକାରଙ୍କଠୁ ଆରମ୍ଭ କରି ରାଜନେତାଙ୍କ ବ୍ଲୁ ଟିକ୍‌ ହଟାଇବା ପରେ ଏବେ ବିଜ୍ଞାପନକାରୀଙ୍କୁ ଟଙ୍କା ମାଗିଲା ଟ୍ବିଟର । ଟଙ୍କା ଭର ନଚେତ ପ୍ଲାଟଫର୍ମରେ କୌଣସି ବିଜ୍ଞାପନ ଚଳାଇପାରିବନି ବୋଲି କୁହାଯାଇଛି । ବିଜ୍ଞାପନକାରୀଙ୍କୁ ଟ୍ବିଟର ପକ୍ଷରୁ ପଠାଯାଇଥିବା ଚିଠି ସମ୍ପର୍କରେ ସୋସିଆଲ ମିଡିଆ ପରାମର୍ଶଦାତା ମଟ୍ଟ ନାଭରା ସୂଚନା ଦେଇଛନ୍ତି । ଟ୍ବିଟରରେ ବିଜ୍ଞାପନ ଚଲାଇବାକୁ ହେଲେ ଉକ୍ତ ଆକାଉଣ୍ଟ ଭେରିଫାଏଡ ହୋଇଥିବା ଦରକାର କିମ୍ବା ଭେରିଫାଏଡ ଅନୁଷ୍ଠାନ ହୋଇଥିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ଏ ନେଇ ଟ୍ବିଟର ପକ୍ଷରୁ କୁହାଯାଇଛି, "ଯେଉଁ ବିଜନେସ ଆକାଉଣ୍ଟଗୁଡିକ ପ୍ରତି ମାସରେ ୧୦୦୦ ଡଲାର ଭରୁଛି ଉକ୍ତ ଆକାଉଣ୍ଟ ନିକଟରେ ଗୋଲ୍ଡ ଚେକ୍‌ ରହିଛି କିମ୍ବା ଖୁବଶୀଘ୍ର ମିଳିଯିବ । ସେହି ଆକାଉଣ୍ଟଗୁଡ଼ିକ କେବଳ ଟ୍ବିଟରରେ ବିଜ୍ଞାପନ ଚଲାଇପାରିବାର ଆକ୍ସେସ ପାଇବେ । ଏଣୁ ବିଜ୍ଞାପନ ଚଲାଇବାକୁ ହେଲେ ଉକ୍ତ ଆକାଉଣ୍ଟ ଭେରିଫାଏଡ ହୋଇଥିବା ଦରକାର କିମ୍ବା ଭେରିଫାଏଡ ଅନୁଷ୍ଠାନ ହୋଇଥିବା ଆବଶ୍ୟକ । ଏହାଦ୍ବାରା ଉକ୍ତ ଆକାଉଣ୍ଟ ୟୁଜର ବା ଆଡଭର୍ଟାଇଜର ଭାବେ ଅଭିଜ୍ଞତା ଗ୍ରହଣ କରିପାରିବେ ।"

ଏହା ବି ପଢନ୍ତୁ- Twitter Blue Tick: ରାତାରାତି କିଙ୍ଗ ଖାନଙ୍କଠୁ ଯୋଗୀ ଆଦିତ୍ୟନାଥଙ୍କ ଗାଏବ ହୋଇଗଲା ବ୍ଲୁ ଟିକ୍‌

କମ୍ପାନୀ ଆହୁରି କହିଛି ଯେ ଏହି ଗୋଲ୍ଡ ଚେକମାର୍କ ରହିବା ଦ୍ବାରା ଟ୍ବିଟରର ନୀତି ଆଦର୍ଶର ମୂଲ୍ୟ ବୃଦ୍ଧି ପାଇବ ଏବଂ ଗ୍ରାହକମାନେ ଠକେଇରୁ ବର୍ତ୍ତିପାରିବେ । ଜଣେ ପ୍ରକୃତ ବ୍ୟବସାୟୀ ବା ବ୍ୟବସାୟିକ ଅନୁଷ୍ଠାନର ପରିଚୟ ପାଇବା ଲାଗି ଉକ୍ତ ଆକାଉଣ୍ଟକୁ ନିର୍ଦ୍ଦିଷ୍ଟ ଅର୍ଥ ଭରିବାକୁ ପଡିବ । ଯାହାଦ୍ବାରା ଉକ୍ତ କମ୍ପାନୀଗୁଡ଼ିକୁ ଗୋଲ୍ଡ ଚେକମାର୍କ ମିଳିବା ପରେ ସେମାନେ ନିଜର ବିଜ୍ଞାପନ ଟ୍ବିଟରରେ ଚଲାଇପାରିବେ । ସମସ୍ତ ବିଜନେସ ଆକାଉଣ୍ଟ ଲାଗି ଏହାକୁ ଟ୍ବିଟର ବାଧ୍ୟତାମୂଳକ କରାଯାଇଛି ବୋଲି ନାଭରା କହିଛନ୍ତି ।

ଗୋଲ୍ଡ ଚେକମାର୍କ ପାଇଁ ଏଣିକି ବିଜନେସ ଆକାଉଣ୍ଟଗୁଡ଼ିକ ପ୍ରତି ମାସରେ ୧ ହଜାର ଡଲାର ଭରିବେ । ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ରହିଛି ୮୨ ହଜାର ୨୩୦ ଟଙ୍କା । ସୂଚନା ଥାଉ କି ଗତକାଲି ବିଳମ୍ବିତ ରାତ୍ରିରେ ଟ୍ବିଟର ସମସ୍ତ ଲୋକପ୍ରିୟ ଅଭିନେତା, ଅଭିନେତ୍ରୀ, ରାଜନେତାଙ୍କ ବ୍ଲୁ ଟିକମାର୍କକୁ ହଟାଇ ଦେଇଛି । ଯାହାକୁ ନେଇ ଟ୍ବିଟରରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରିକି ମାସକୁ ମାସ ଅର୍ଥ ଭରିବା ପରେ ମଧ୍ୟ ଏହି ବ୍ଲୁ ଚେକମାର୍କକୁ ହଟାଇ ଦିଆଯାଇଛି । ଏନେଇ ବଲିଉଡର ବିଗ ବିଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ବିଟରକୁ ନିଜ ଅଧୀନରେ ନେବା ପରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରୁଛନ୍ତି ଏଲନ ମସ୍କ । ଭିନ୍ନ ଭିନ୍ନ ରଙ୍ଗର ଚେକମାର୍କ ଦେବା ପରେ ପୁଣି ଏହାକୁ ହଟାଇବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ABOUT THE AUTHOR

...view details