ସାନ ଫ୍ରାନ୍ସିକୋ: ଅନ୍ୟ ସାମାଜିକ ଗଣମାଧ୍ୟମ ଯଥା ଫେସବୁକ ଓ ଇନଷ୍ଟାଗ୍ରାମ ଷ୍ଟୋରୀ ଭଳି ଟ୍ବିଟରର Fleetରେ ଏଣିକି ବ୍ୟବହାର କରାଯାଇପାରିବ ଷ୍ଟିକର । ତେବେ ଟ୍ବିଟର ଏଥିପାଇଁ ଅନୁମତି ଦେଇଛି, ଯାହାକୁ Android ଫୋନ ଓ iOS ପ୍ଲାର୍ଟଫର୍ମ ବ୍ୟବହାର କରୁଥିବା ୟୁଜର୍ସମାନେ ବ୍ୟବହାର କରିପାରିବେ ।
ଟ୍ବିଟରରେ Fleet ତିଆରି କରିବା ବେଳେ ଉପଭୋକ୍ତାମାନେ ସ୍କ୍ରିନର ତଳ ଧାଡିରେ ଥିବା ସ୍ମାଇଲ୍ ଫେସ୍ ଆଇକନ୍ ଟ୍ୟାପ୍ କରି ଷ୍ଟିକର୍ ଯୋଗ କରିପାରିବେ । ଫଳରେ ଟ୍ବିଟର ୟୁଜର୍ସମାନେ ଷ୍ଟିକର ଓ GIF ଯୋଗେ ନିଜର ମନୋଭାବକୁ ପ୍ରକାଶ କରିପାରିବେ । ୟୁଜର୍ସମାନଙ୍କ ପାଇଁ ଏହି ସୁବିଧା ଅନ୍ୟ ସାମାଜିକ ଗଣମାଧ୍ୟମ ଯଥା ଇନଷ୍ଟାଗ୍ରାମ, ସ୍ନାପଚାଟ ଓ ଫେସବୁକରେ ପୂର୍ବରୁ ଉପଲବ୍ଧ ରହିଛି ।