ଓଡିଶା

odisha

ETV Bharat / bharat

ANI Account Locked: ନ୍ୟୁଜ ଏଜେନ୍ସି ANIର ଟ୍ବିଟର ଆକାଉଣ୍ଟ ଲକ୍‌, ଆସିଲା ଅଜବ ମେଲ୍‌ - ଆକାଉଣ୍ଟ ଲକ୍‌

ଦେଶର ପ୍ରମୁଖ ନ୍ୟୁଜ ଏଜେନ୍ସି ANIର ଟ୍ବିଟର ଆକାଉଣ୍ଟ ଲକ୍‌ । ପ୍ରଥମେ ANI ଆକାଉଣ୍ଟର ଗ୍ଲୋଡେନ ମାର୍କ ନେଇଯିବା ପରେ ଏବେ ସିଧା ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 29, 2023, 7:05 PM IST

Updated : Apr 29, 2023, 7:40 PM IST

ହାଇଦ୍ରାବାଦ: ଦେଶର ପ୍ରମୁଖ ନ୍ୟୁଜ ଏଜେନ୍ସି ANI (Asian News Agency) ଟ୍ବିଟର ଆକାଉଣ୍ଟ ଲକ୍‌ । ଶନିବାର ଅପରାହ୍ନଠାରୁ ଏହି ଖବର ସରବରାହ ସଂସ୍ଥାର ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ବ୍ଲକ କରିଛି ଟ୍ବିଟର । ଟ୍ବିଟର ମାଲିକାନା ବିଶିଷ୍ଟ ଉଦ୍ୟୋଗପତି ଏଲନ ମସ୍କଙ୍କ ହାତକୁ ଗଲା ପରେ ସେ କରିଚାଲିଛନ୍ତି ଘନ ଘନ ପରିବର୍ତ୍ତନ । ନିକଟରେ ଟ୍ବିଟରର ଲୋଗୋ ପରିବର୍ତ୍ତନ କରିଥିବା ବେଳେ ଟିକମାର୍କରେ ଅନେକ ପରିବର୍ତ୍ତନ କରିଥିଲେ । ପ୍ରଥମେ ANI ଆକାଉଣ୍ଟର ଗ୍ଲୋଡେନ ମାର୍କ ନେଇଯିବା ପରେ ଏବେ ସିଧା ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି ।

ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଖବର ଲାଗି ଏହି ଏଜେନ୍ସି ଉପରେ ନିର୍ଭର କରନ୍ତି । ଅନେକ ଖବର ସରବରାହ ସଂସ୍ଥା ମଧ୍ୟରୁ ଅନ୍ୟତମ ହେଉଛି ଏଏନଆଇ । ହେଲେ ଶନିବାର ଅପରାହ୍ନଠାରୁ ଆକାଉଣ୍ଟକୁ ବ୍ଲକ କରାଯାଇଛି । ଟ୍ବିଟରରେ ANI ଆକାଉଣ୍ଟ ଖୋଲିବା ମାତ୍ରେ "This account doesn’t exist" ଦେଖିବାକୁ ମିଳିଛି । ହଠାତ ଦେଶର ପ୍ରମୁଖ ନ୍ୟୁଜ ଏଜେନ୍ସି ଉପରେ ଟ୍ବିଟରର ଏପରି ହରକତକୁ ସହଜରେ କେହି ବରଦାସ୍ତ କରିନାହାନ୍ତି । ଆଉ ଏହାର କାରଣ ମଧ୍ୟ ଅଜବ ଦର୍ଶାଇଛି ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ।

ଏହା ବି ପଢନ୍ତୁ-ମେ’ 5 ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ! ଓଡିଶା ଉପରେ ପଡିବ କି ପ୍ରଭାବ ?

ଏ ନେଇ ANI ଟ୍ବିଟର ଆକାଉଣ୍ଟକୁ ଏକ ମେଲ୍‌ ଯାଇଛି । ‘Your account @ANI has been locked' ବୋଲି ଆକାଉଣ୍ଟକୁ ସୂଚିତ କରାଯାଇଛି । ଆହୁରି କୁହାଯାଇଛି, " ଟ୍ବିଟରରେ ଆକାଉଣ୍ଟକୁ ଖୋଲିବାକୁ ହେଲେ ଆପଣଙ୍କୁ ସର୍ବନିମ୍ନ ବୟସ ସୀମା ୧୩ବର୍ଷ ବୟସ ହେବା ଆବଶ୍ୟକ । ହେଲେ ଆପଣ ଟ୍ବିଟରର ଏହି ମାନଦଣ୍ଡ ପୂରଣ କରିନଥିବାରୁ ଆପଣଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇଛି । ପରବର୍ତ୍ତୀ ସମୟରେ ଆପଣଙ୍କ ଆକାଉଣ୍ଟକୁ ଟ୍ବିଟରରୁ ସବୁଦିନ ଲାଗି ହଟାଇ ଦିଆଯିବ । "

ANIର ସମ୍ପାଦିକା ସ୍ମିତା ପ୍ରକାଶ ଏନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଏନେଇ ନିଜ ଆକାଉଣ୍ଟରେ ଟ୍ବିଟ କରି ଲେଖିଛନ୍ତି, " ଟ୍ବିଟର ଭାରତର ସର୍ବବୃହତ ଖବର ସରବରାହ ସଂସ୍ଥା ANIକୁ ବ୍ଲକ କରିଦେଇଛି । ଯାହାର ଫଲୋଅର୍ସ ରହିଛନ୍ତି ୭.୬ ମିଲିୟନ ତଥା ୭୦ ଲକ୍ଷରୁ ଅଧିକ । ପ୍ରଥମେ ଆମର ଗୋଲ୍ଡ ଟିକ ମାର୍କକୁ ନିଆଯାଇଥିଲା । ଏନେଇ ଅଭିଯୋଗ କରିବା ପରେ ବ୍ଲୁ ଟିକ ଆସିଥିଲା । ହେଲେ ଏବେ ସମ୍ପୂର୍ଣ୍ଣ ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି । ଧ୍ୟାନ ଦିଅନ୍ତୁ ଟ୍ବିଟର ! ଆପଣ ANI ହ୍ୟାଣ୍ଡେଲକୁ ରିଷ୍ଟୋର କରିପାରିବେ କି ? ଆମକୁ ୧୩ ବର୍ଷରୁ ଅଧିକ ବୟସ । "

ANI ଆକାଉଣ୍ଟ ରିଷ୍ଟୋର ନ ହେବା ପର୍ଯ୍ୟନ୍ତ ସଂସ୍ଥା ନିଜର ଅନ୍ୟ ଆକାଉଣ୍ଟରେ ଖବର ପ୍ରସାରଣ କରୁଛି । ଏନେଇ ଟ୍ବିଟର ଉପରେ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Last Updated : Apr 29, 2023, 7:40 PM IST

ABOUT THE AUTHOR

...view details