ନୂଆଦିଲ୍ଲୀ: ନୂଆ ନିୟମ ପାଇଁ ସୋସିଆଲ ମିଡିଆକୁ ଦିଆଯାଇଥିବା 3 ମାସର ଅବଧି ବୁଧବାର(26 ମେ) ଶେଷ ହେଉଛି । ଟ୍ବିଟର, ଫେସବୁକର ନିୟମାବଳୀ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଚେତାବନୀ ଦେଇଥିଲେ ମାତ୍ର ଏବେ ସୁଦ୍ଧା କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ସରକାରୀ ସୂତ୍ରାନୁସାରେ, ଟ୍ବିଟର, ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତର ନିୟମାନୁସାରେ କାମ କରିବା ପାଇଁ କୁହାଯାଇଥିଲା ଓ ସମସ୍ତେ ଆକାଉଣ୍ଟ ଡାଟା ଏକାଠି କରିବାକୁ କୁହାଯାଇଥିଲା, ଯେଉଁଥିରେ ବିଫଳ ହୋଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ । ଫେବୃଆରୀ 25ରେ ସରକାର ତିନି ମାସର ଚେତାବନୀ ଦେଇଥିଲେ । ନିୟମ ପରିବର୍ତ୍ତନ କର ନଚେତ୍ ଭାରତରୁ ଏହି ସବୁ ପ୍ଲାଟଫର୍ମକୁ ବନ୍ଦ କରି ଦିଆଯିବ ତେବେ କୌଣସି ପ୍ରତିକ୍ରିୟା ନ ମିଳିବାରୁ ମେ 26 ରେ ସରକାରଙ୍କ ନିୟମ କାର୍ଯ୍ୟକାରୀ ହେବ ।