ନୂଆଦିଲ୍ଲୀ:ଦେଶରେ ସୋସିଆଲ ମିଡିଆକୁ ନେଇ ବାଦବିବାଦ ମଧ୍ୟରେ ବଡ ନିଷ୍ପତ୍ତି ନେଇଛି ଟ୍ବିଟର । ଭାରତ ମୁଖ୍ୟ ମନୀଷ ମାହେଶ୍ବରୀଙ୍କୁ ଦେଇଛି ନୂଆ ଦାୟିତ୍ବ । ଏବେ ସେ ଆମେରିକା ସ୍ଥିତ ସାନ ଫ୍ରାନସିକୋ କାର୍ଯ୍ୟାଳୟର ଦାୟିତ୍ବ ସମ୍ଭାଳିବେ । ବରିଷ୍ଠ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ ମନୀଷ । ଗତ 2019ରେ ପରିଚାଳନା ନିର୍ଦ୍ଦେଶକ ଭାବେ ସେ ଯୋଗ ନେଇ ଦୀର୍ଘ 2 ବର୍ଷ ଦାୟିତ୍ବ ତୁଲାଇଥିଲେ ।
ବଡ ନିଷ୍ପତ୍ତି, ବଦଳିଲେ ଟ୍ବିଟର ଇଣ୍ଡିଆ ମୁଖ୍ୟ - ମନୀଷ ମାହେଶ୍ବରୀ
ଟ୍ବିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ବରୀଙ୍କୁ ନୂଆ ଦାୟିତ୍ବ । ଏବେ ସେ ଆମେରିକା ସ୍ଥିତ ସାନ ଫ୍ରାନ୍ସିସ୍କୋ କାର୍ଯ୍ୟାଳୟର ଦାୟିତ୍ବ ସମ୍ଭାଳିବେ । ଅଧିକ ପଢନ୍ତୁ..
manish maheswari
ଗତ କିଛି ଦିନ ଧରି ବିବାଦ ଘେରରେ ଥିଲେ ମନୀଷ । ସେ ଟ୍ବିଟର ଆକାଉଣ୍ଟରେ ଟ୍ବିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବେ ନିଜକୁ ଦର୍ଶାଇଥିଲେ । କିନ୍ତୁ ଏହି ବଦଳି ଘୋଷଣା ପରେ ଟ୍ବିଟର ହ୍ୟାଣ୍ଡେଲରେ ନିଜ ବାୟୋ ବଦଳାଇ ଏବେ ବିଜନେସ ଆଟ ଟ୍ବିଟର ଇଣ୍ଡିଆ କରି ଦେଇଛନ୍ତି ମନୀଷ ।