ଓଡିଶା

odisha

By

Published : Nov 1, 2022, 4:24 PM IST

Updated : Nov 1, 2022, 10:37 PM IST

ETV Bharat / bharat

ଭାରତରେ ୫୪ ହଜାରୁ ଅଧିକ ଟ୍ବିଟର୍‌ ଆକାଉଣ୍ଟ ବ୍ୟାନ୍‌

ଯୌନ ଶୋଷଣକୁ ଦେଉଥିଲେ ପ୍ରୋତ୍ସାହନ । ଶିଶୁ ଯୌନ ଶୋଷଣକୁ ନେଇ ପୋଷ୍ଟ କରୁଥିବା ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରିଛି ଟ୍ବିଟର । ଭାରତର ୫୨୧୪୧ ଟ୍ବିଟର ଆକାଉଣ୍ଟ ବ୍ୟାନ୍‌ ହୋଇଛି । ଅଧିକ ପଢ଼ନ୍ତୁ

twitter-bans-over-54k-accounts-in-india-for-promoting-sexual-content-terror
ଯୌନ ଶୋଷଣକୁ ଦେଉଥିଲେ ପ୍ରୋତ୍ସାହନ, ଭାରତରେ ୫୪ ହଜାରୁ ଅଧିକ ଟ୍ବିଟର୍‌ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ:ଭାରତରେ ଗୋଟିଏ ଦିନରେ ୫୪ ହଜାରୁ ଅଧିକ ଟ୍ବିଟର୍‌ ଆକାଉଣ୍ଟ ବ୍ୟାନ୍‌ । ଏହି ଆକାଉଣ୍ଟ ୟୁଜର୍ସମାନେ ଶିଶୁ ଯୌନ ଶୋଷଣକୁ ଦେଉଥିଲେ ପ୍ରୋତ୍ସାହନ । ଟେସ୍‌ଲା ମାଲିକ ଏଲନ ମସ୍କଙ୍କ ନିୟନ୍ତ୍ରଣକୁ ଟ୍ବିଟର ଆସିବା ପରେ ଅନେକ ନିୟମରେ ପରିବର୍ତ୍ତନ ହେବାରେ ଲାଗିଛି । କମ୍ପାନୀ ଦାୟିତ୍ବ ନେବାପରେ ଭେରଫାଏଡ ଆକାଉଣ୍ଟକୁ ଦେୟଯୁକ୍ତ କରିଛନ୍ତି ମସ୍କ । ତାଛଡ଼ା ପୂର୍ବରୁ କମ୍ପାନୀର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ଅଧିକାରୀଙ୍କୁ(Excutives) ଚାକିରିରୁ ମୁକ୍ତ କରିଥିଲେ । ବର୍ତ୍ତମାନ ଶିଶୁ ଯୌନ ଶୋଷଣକୁ ନେଇ ପୋଷ୍ଟ କରୁଥିବା ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରିଛି ଟ୍ବିଟର । ତାଛଡ଼ା ଆତଙ୍କବାଦ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଥିବା ଆକାଉଣ୍ଟଗୁ଼ଡ଼ିକୁ ମଧ୍ୟ ବ୍ୟାନ୍‌ କରିଛି ଟ୍ବିଟର ।

ଶିଶୁ ଯୌନ ଶୋଷଣକୁ ପ୍ରୋତ୍ସାହିତ କରୁଥିବା ଭଳି ଭାରତର ୫୨୧୪୧ ଟ୍ବିଟର ଆକାଉଣ୍ଟ ବ୍ୟାନ୍‌ ହୋଇଛି । ଏହି କ୍ରମରେ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ୧୯୮୨ ଟ୍ବିଟର ଆକାଉଣ୍ଟ ସସ୍‌ପେଣ୍ଡ କରାଯାଇଛି । ୨୦୨୧ ନୂଆ IT ନିୟମ ମୁତାବକ ଭାରତରେ ଏହି ସବୁ ଆକାଉଣ୍ଟ ଗୁ଼ଡିକୁ ରଦ୍ଦ କରିଛି ଟ୍ବିଟର । ଏଥିପାଇଁ ଭାରତର ୧୫୭ ୟୁଜର୍ସ ଟ୍ବିଟର ନିକଟରେ ଅଭିଯୋଗ କରିଥିଲେ । ଏହି ସନ୍ଦର୍ଭରେ ମୋଟ ୧୨୯ଟି URL ସେୟାର କରାଯାଇଥିଲା । ଏହାପରେ ଆଜି ଟ୍ବିଟର ପକ୍ଷରୁ ଆକାଉଣ୍ଟଗୁଡ଼ିକୁ ରଦ୍ଦ କରାଯାଇଛି ।

ଏହାକୁ ନେଇ ଟ୍ବିଟର ପକ୍ଷରୁ କୁହାଯାଇଛି, "ଭାରତରୁ ଆହୁରି ୪୩ଟି ଅଭିଯୋଗ ଉପରେ ଆଲୋଚନା ହେଉଛି । ଏହି ସମସ୍ତ ଅଭିଯୋଗରେ ଟ୍ବିଟର ଆକାଉଣ୍ଟ ରଦ୍ଦ କରିବାକୁ ଅପିଲ୍‌ କରାଯାଇଛି । ଏହି ସବୁ ଅଭିଯୋଗର ସମାଧାନ କରି ଏହାର ଜବାବ ପଠାଇ ଦିଆଯାଇଛି । ଏହି ସବୁ ଅଭିଯୋଗର ସମୀକ୍ଷା କରିବା ପରେ କୌଣସି ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇନାହିଁ ।"

ଗତ ମାସରେ ଦିଲ୍ଲୀର ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ୍‌ ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ଶିଶୁ ଯୌନ ଶୋଷଣ ପ୍ରୋତ୍ସାହିତ ହେଉଥିବା ନେଇ ଟ୍ବିଟର ଇଣ୍ଡିଆକୁ ସମନ କରିଥିଲେ । ତେବେ ଏହାପରେ ଟ୍ବିଟର ପକ୍ଷରୁ ଯେଉଁ ପ୍ରତିକ୍ରିୟା ମିଳିଥିଲା ତାହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ସ୍ବାତୀ ମାଲିୱାଲ୍‌ । ଅନେକ ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ଶିଶୁ ଯୌନ ଶୋଷଣ, ତଥା ଦୁଷ୍କର୍ମ ଭିଡିଓ ଅପଲୋଡ କରାଯାଇଥିଲା । ଏହାକୁ ନେଇ ଟ୍ବିଟର ଇଣ୍ଡିଆକୁ ସେପ୍ଟେମ୍ବର ୨୦ ତାରିଖରେ ସମନ ହୋଇଥିଲା ।

ଏଲନ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ ଏହି ଅଭିଯୋଗଗୁ଼ଡ଼ିକୁ ଗୁରୁତର ସହ ନେଇଛି ଟ୍ବିଟର ଇଣ୍ଡିଆ । ଯାହାର ଫଳ ସ୍ବରୂପ ନଭେମ୍ବର ୧ ତାରିଖରେ ଭାରତର ଅନେକ ବେନାମୀ ଟ୍ବିଟର ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି । ଏହି ସବୁ ଆକାଉଣ୍ଟ ମାଧ୍ୟମରେ ଶିଶୁ ଯୌନ ଶୋଷଣ ପ୍ରୋତ୍ସାହିତ ହେବା ସହ, ଦୁଷ୍କର୍ମ ଭିଡିଓ, ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଯାଉଥିଲା । ଏହାକୁ ନେଇ ଟ୍ବିଟର ଇଣ୍ଡିଆ ପକ୍ଷରୁ କୁହାଯାଇଛି, "ଟ୍ବିଟର ଭଳି ପ୍ଲାଟଫର୍ମରେ ଏଭଳି କାର୍ଯ୍ୟକଳାପକୁ ପ୍ରଶୟ ଦିଆଯିବ ନାହିଁ । ଡାଇରେକ୍ଟ ମେସେଜ ହେଉ ଅବା ପୋଷ୍ଟ, କୌଣସି ସ୍ଥିତିରେ ଏଭଳି ପୋଷ୍ଟ ଗ୍ରହଣୀୟ ନୁହେଁ । ଏଥିପ୍ରତି ଟ୍ବିଟରର ସର୍ବଦା ଦୃଷ୍ଟି ରହିବ ।"

Last Updated : Nov 1, 2022, 10:37 PM IST

For All Latest Updates

TAGGED:

ABOUT THE AUTHOR

...view details