ଶ୍ରୀନଗର:ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲା ଚକ ଫାକ୍ୟୁରା ସୀମାରୁ ଏକ ସୁଡଙ୍ଗ ଠାବ କରିଛି ବିଏସଏଫ । ବୁଧବାର ସନ୍ଧ୍ୟାରେ ଏହି ଟନେଲ ଠାବ କରିଛି ସୀମା ସୁରକ୍ଷା ବଳ । ଏପ୍ରିଲ 22ରେ ସୁଞ୍ଜୱାନାରେ ଦୁଇ ପାକିସ୍ତାନୀ ଆତଙ୍କୀକୁ ନିପାତ କରିବା ପରେ ଏହି ସୁଡଙ୍ଗ ଠାବ ହୋଇଛି । ସୀମାରେ କଡ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଆତଙ୍କୀମାନେ ଅନୁପ୍ରବେଶ କରି କିଛି ବଡ ଧରଣର ଯୋଜନା କରିଥିବା ସନ୍ଦେହ କରାଯାଉଛି ।
ଜଣେ ଅଧିକାରୀ କହିଛନ୍ତି ଅନ୍ତର୍ଜାତୀୟ ସୀମାରୁ 150 ମିଟର ଦୂର ଏବଂ ସୀମାରୁ 50 ମିଟର ଦୂରରେ ଏକ ସୁଡଙ୍ଗ ଖୋଳା ଯାଇଛି । ଯାହା ଭାରତ ସୀମାଠୁ 900ମିଟର ଦୂରରେ ରହିଛି । ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଗସ୍ତରେ ଯାଇଥିଲେ । ସୁଞ୍ଜୱାନାରେ ହୋଇଥିବା ଆତଙ୍କୀ ଦମନ ଅଭିଯାନରେ ଖବର ମିଳିବା ପରେ ସୁ଼ଡଙ୍ଗ ବିଷୟରେ ଦୁଇ ସପ୍ତାହ ହେବ ସନ୍ଧାନ ଚାଲିଥିଲା । ଅନେକ ଖୋଜାଖୋଜି ପରେ ଏହି ସୁଡଙ୍ଗ ଠାବ ହୋଇଛି । ଟନେଲ ଠାବ ଅଭିଯାନରୁ ବିଏସଏଫ ଏହାର ସନ୍ଧାନ ପାଇଛି । ଆଖପାଖରେ ଆଉ ଅଧିକ ସୁଡଙ୍ଗ ଖୋଳା ହୋଇଥିବା ଆଶଙ୍କା କରାଯାଉଛି ।