ଓଡିଶା

odisha

ETV Bharat / bharat

ଟନେଲ୍ ରେସ୍ୟୁରେ ବଡ଼ ପ୍ରୟାସ: ଆକ୍ସନରେ ରାଟ୍ ମାଇନିଂ ଟିମ୍, ଖୁବ୍ ଶୀଘ୍ର ମାନୁଆଲ୍ ଡ୍ରିଲିଂ - ଉତ୍ତରକାଶୀ

Tunnel Collapse: ଶ୍ରମିକଙ୍କୁ ଉଦ୍ଧାର ପାଇଁ ଶେଷ ପ୍ରୟାସ। ପହଞ୍ଚିଲେ ୬ ଜଣିଆ ରାଟ୍ ମାଇନିଂ ଟିମ୍, ଖୁବ୍ ଶୀଘ୍ର ମାନୁଆଲ୍ ଡ୍ରିଂଲିଂ। ଅଧିକ ପଢ଼ନ୍ତୁ,

ଟନେଲ୍ ରେସ୍ୟୁରେ ବଡ଼ ପ୍ରୟାସ: ଆକ୍ସନରେ ର୍ୟାଟ୍ ମାଇନିଂ ଟିମ୍, ଖୁବ୍ ଶୀଘ୍ର ମାନୁଆଲ୍ ଡ୍ରିଲିଂ
ଟନେଲ୍ ରେସ୍ୟୁରେ ବଡ଼ ପ୍ରୟାସ: ଆକ୍ସନରେ ର୍ୟାଟ୍ ମାଇନିଂ ଟିମ୍, ଖୁବ୍ ଶୀଘ୍ର ମାନୁଆଲ୍ ଡ୍ରିଲିଂ

By ETV Bharat Odisha Team

Published : Nov 27, 2023, 6:14 PM IST

ଉତ୍ତରକାଶୀ (ଉତ୍ତରାଖଣ୍ଡ): ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ଫସି ରହିଥିବା 41 ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଶେଷ ପ୍ରୟାସ । ଉଦ୍ଧାର କାର୍ଯ୍ୟ 16 ଦିନରେ ପହଞ୍ଚିଥିବା ବେଳେ, ପହଞ୍ଚିଛନ୍ତି ୬ ଜଣିଆ ରାଟ୍ ମାଇନିଂ ଟିମ୍ (rat mining team) । ଭୂଲମ୍ବ ଖନନ (vertical drilling) ୩୧ ମିଟର ଅତିକ୍ରମ କରିଥିବା ବେଳେ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ରାଟ୍-ହୋଲ୍ ମାଇନିଂ ଟିମ୍ । ଏହି ଟିମ୍ ଖୁବ୍ ଶୀଘ୍ର ଆରମ୍ଭ କରିବେ ମାନୁଆଲ୍ ଡ୍ରିଲିଂ ।

ଏହା ମଧ୍ୟ ପଢ଼ନ୍ତୁ: ଟନେଲ ଟ୍ରାଜେଡି: ବାହାରିଲା ଅଗର ମେସିନ୍, ୩୦ ମିଟର ଭୂଲମ୍ବ ଖନନ ଶେଷ, ମାନୁଆଲ୍ ଡ୍ରିଲିଂ ପ୍ରକ୍ରିୟା ଆରମ୍ଭ

ଉତ୍ତରକାଶୀର ସିଲକ୍ୟାରା ଟନେଲରେ ୧୬ ଦିନରେ ପହଞ୍ଚିଛି ଉଦ୍ଧାରକାର୍ଯ୍ୟ । ଉଦ୍ଧାରକାର୍ଯ୍ୟରେ ବିଭିନ୍ନ ଏଜେନ୍ସି ନିୟୋଜିତ ହୋଇଥିବା ବେଳେ, ବାଧା ସୃଷ୍ଟି କରିଥିଲା ଅଗର ମେସିନ । ଫସି ରହିଥିବା ଅଗର ମେସିନକୁ ପାଇପ ଭିତରୁ ବାହାର କରାଯିବା ପରେ, ଟନେଲର ଉପର ପଟରୁ (vertically) ଡ୍ରିଲିଂ କରାଯାଉଛି । ରବିବାରରୁ ଆରମ୍ଭ ହୋଇଥିଲା ଭୂଲମ୍ବ ଖନନ । ବର୍ତ୍ତମାନ ସୁଦ୍ଧା ଏଥିରେ ୩୧ ମିଟର ଖନନ କରାଯାଇଛି । ମୋଟ୍ ୮୬ ମିଟର ଖୋଳାଯିବ । ପୂର୍ବତନ ସେନା ଇଞ୍ଜିନିୟର ଲେଫଟନାଣ୍ଟ ଜେନେରାଲ ହରପାଲ ସିଂହ ସୂଚନା ଦେଇଛନ୍ତି ଯେ, ଡ୍ରିଲିଂରେ 200 ମିଲିମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ପାଇପ୍ ବ୍ୟବହାର କରାଯାଉଛି । ସେହିପରି ୮୦୦ ମିଲିମିଟର ବ୍ୟାସାର୍ଦ୍ଧର ପାଇପ୍ ପ୍ରସ୍ତୁତ କରାଯାଇଛି । ଯଦି ଏହି ଖନନ ସଠିକ ଭାବେ ଚାଲେ, ତେବେ ୨୪ରୁ ୩୬ ଘଣ୍ଟାରେ ୧୦ ମିଟର ଲମ୍ବ ଖୋଦେଇ ସମ୍ଭବ ହେବ ।

ଏହା ମଧ୍ୟ ପଢ଼ନ୍ତୁ: ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି: ରାଜୁଙ୍କ ଆପେକ୍ଷାରେ ପରିବାର, ସୁରକ୍ଷିତ ଉଦ୍ଧାର ପାଇଁ ପୂଜାର୍ଚ୍ଚନା

ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଭୟ ଭୂଲମ୍ବ ଖନନ ଏବଂ ମାନୁଆଲ୍ ଡ୍ରିଲିଂ ପଦ୍ଧତିର ସହାୟତା ନିଆଯାଇଛି । ଅଗର ମେସିନକୁ ପାଇପ ଭିତରୁ ବାହାର କରାଯାଇ ସାରିଥିବା ବେଳେ, ଏବେ ମାନୁଆଲ ଡ୍ରିଲିଂ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମାନୁଆଲ ଡ୍ରିଲିଂର ମନିଟରିଂ କରୁଛି ଭାରତୀୟ ସେନାର ମାଡ୍ରାସ ସେସେପର୍ସ ଇଂଜିନିୟରିଂ ବାଟାଲିୟନ । ରାଟ୍ ମାଇନିଂ ନିୟମ ଅନୁସାରେ ମାନୁଆଲ ଡ୍ରିଲିଂ କରାଯିବ । ଏଥିରେ ଛୋଟ ଛୋଟ ସୁଡ଼ଙ୍ଗ ଖୋଳାଯିବ । ସାଧାରଣତଃ କୋଇଲା ଖଣିଗୁଡ଼ିକରେ ଏପରି ସୁଡ଼ଙ୍ଗ କରାଯାଇଥାଏ ।

ନଭେମ୍ବର ୧୨ ତାରିଖରୁ ଟନେଲରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ଏଥିରେ ଅଛନ୍ତି ଓଡ଼ିଶାରୁ ୫ ଜଣ ଶ୍ରମିକ । ଫସି ରହିଥିବା ଶ୍ରମିକମାନଙ୍କୁ ସେନା ସମେତ ବିଭିନ୍ନ ଉଦ୍ଧାରକାରୀ ଟିମ ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡ଼ିଥିବା ବେଳେ, ଶ୍ରମିକମାନେ କେବେ ଟଲେନ ବାହାରକୁ ଆସିବେ, ତାକୁ ହିଁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details