ଓଡିଶା

odisha

ETV Bharat / bharat

Tunnel Collapse: ଆହୁରି ଦୁଇ ଦିନ ଲାଗିପାରେ ଉଦ୍ଧାର କାର୍ଯ୍ୟ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର - ଧାମିଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ଆହୁରି ଦୁଇ ଦିନ ଲାଗିପାରେ ଉଦ୍ଧାର କାର୍ଯ୍ୟ । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ସମୀକ୍ଷା ପରେ ସୂଚନା ଦେଲେ ବିପର୍ଯ୍ୟୟ ପରିଚାଳନା ସଚିବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁରକ୍ଷିତ ଉଦ୍ଧାର ପାଇଁ କଲେ ପ୍ରାର୍ଥନା । ଅଧିକ ପଢନ୍ତୁ

Tunnel Collapse: ଆହୁରି ଦୁଇ ଦିନ ଲାଗିପାରେ ଉଦ୍ଧାର କାର୍ଯ୍ୟ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ
Tunnel Collapse: ଆହୁରି ଦୁଇ ଦିନ ଲାଗିପାରେ ଉଦ୍ଧାର କାର୍ଯ୍ୟ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

By ETV Bharat Odisha Team

Published : Nov 13, 2023, 10:56 PM IST

ଡେରାଡୁନ:ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣାରେ ଗତ 24 ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେହି ଜଣେ ହେଲେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିିନାହିଁ । 40 ଜଣ ଶ୍ରମିକ ଏହି ଟନେଲ ମଧ୍ୟରେ ଫସି ରହିଛନ୍ତି । ଏଥି ମଧ୍ୟରେ 5 ଜଣ ଓଡିଆ ଶ୍ରମିକ ମଧ୍ୟ ରହିଛନ୍ତି । ଆଜି ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନରେ କଥା ହୋଇଛନ୍ତି । ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏ ସମ୍ପର୍କରେ ନିଜେ ଧର୍ମେନ୍ଦ୍ର ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏକ୍ସରେ ଧର୍ମେନ୍ଦ୍ର ଲେଖିଛନ୍ତି,‘‘ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡିବା ଘଟଣାରେ ଓଡିଆ ଶ୍ରମିକଙ୍କ ସମେତ ଫସି ରହିଥିବା ସମସ୍ତ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନରେ କଥା ହେଲି । ସୌଭାଗ୍ୟବସତଃ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଜାରି ରଖିଛନ୍ତି । ପ୍ରତ୍ୟେକ ଶ୍ରମିକଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ କାମନା କରୁଛି ।’’ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଘଟଣାରେ ଶୋକ ପ୍ରକାଶ କରିଥିଲେ । ଫସି ରହିଥିବା ଶ୍ରମିକଙ୍କ ସୁରକ୍ଷା ପ୍ରତି ସେ ଚିନ୍ତାବ୍ୟକ୍ତ କରିବା ସହ ସୁରକ୍ଷିତ ଉଦ୍ଧାର ପାଇଁ ସେ ପ୍ରାର୍ଥନା ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- Tunnel Tragedy: ଉଦ୍ଧାରକାର୍ଯ୍ୟ ଜାରି, ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଗଲା ଖାଦ୍ୟ ଅମ୍ଳଜାନ

ସୂଚନା ଅନୁସାରେ, ଗତକାଲି (ରବିବାର) ଭୋର 4 ଟା ସମୟରେ ଏହି ଅଘଟଣ ଘଟିଥିଲା । ଏଥିରେ କାର୍ଯ୍ୟରତ ଥିବା 7 ରାଜ୍ୟର 40 ଶ୍ରମିକ ମାଟି ଅତଡା ତଳେ ଫସି ରହିଛନ୍ତି । ସେମାନେ ସମସ୍ତେ ଟନେଲ ଭିତରେ କାର୍ଯ୍ୟରତ ଥିଲେ । ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର 2, ବିହାରରୁ 4, ପଶ୍ଚିମବଙ୍ଗରୁ 3, ଝାଡଖଣ୍ଡରୁ ସର୍ବାଧିକ 15, ଉତ୍ତର ପ୍ରଦେଶରୁ 8, ହିମାଚଳ ପ୍ରଦେଶରୁ ଜଣେ ଓ ଓଡିଶାରୁ 5 ଜଣ ଶ୍ରମିକ ରହିଛନ୍ତି । ଗତ 24 ଘଣ୍ଟାରୁ ଅଧିକ ସମୟ ଧରି ସମନ୍ବିତ ଉଦ୍ଧାରକାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇପାରିନି । ସମସ୍ତେ ଜୀବିତ ଓ ସୁରକ୍ଷିତ ଥିବା ସୂଚନା ମିଳିଛି । ଅନ୍ୟପଟେ ଏବେ ସ୍ଥିତି ଯାହା ଅପରେସନ ଶେଷ କରିବା ପାଇଁ ଆଉ ଦୁଇ ଦିନ ଲାଗିପାରେ ବୋଲି ସୂଚନା ଦେଇଛନ୍ତି, ଘଟଣାସ୍ଥଳ ପରିଦର୍ଶନ କରିଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ କୁମାର ସିହ୍ନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details