ଓଡିଶା

odisha

ETV Bharat / bharat

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ, ହ୍ରଦରେ ବୁଡି 5 ମୃତ - ହ୍ରଦରେ ବୁଡି ଏକା ସାଙ୍ଗରେ ଆଖି ବୁଜିଲେ ପାଞ୍ଚ ସାଙ୍ଗ

କ୍ରିଷ୍ଣା ସାଗର ହ୍ରଦରେ ବୁଡି ଏକା ସାଙ୍ଗରେ ଆଖି ବୁଜିଲେ ପାଞ୍ଚ ସାଙ୍ଗ। ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ। ଅଧିକ ପଢନ୍ତୁ

five teenagers drown in Batod lake
five teenagers drown in Batod lake

By

Published : May 14, 2023, 11:36 AM IST

ଗାନ୍ଧୀନଗର:ଗୁଜୁରାଟରେ ଅଭାବନୀୟ ଘଟଣା । ହ୍ରଦରେ ଗାଧୋଉଥିବା ବେଳେ ଘଟିଲା ଅଘଟଣ । ହ୍ରଦରେ ବୁଡି ଯାଉଥିବା ସାଙ୍ଗକୁ ବଞ୍ଚାଇବାକୁ ଯାଇ ଏକା ସାଙ୍ଗରେ ଚାଲିଗଲା 5 ଜଣଙ୍କ ଜୀବନ । କ୍ରିଷ୍ଣା ସାଗର ହ୍ରଦରୁ 5 ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ବୟସ 16ରୁ 17 ମଧ୍ୟରେ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ଶନିବାର) ଅପରାହ୍ନରେ ଦୁଇ ଜଣ ସାଙ୍ଗ କ୍ରିଷ୍ଣା ସାଗର ହ୍ରଦକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେମାନେ ପହଁରୁଥିବା ବେଳେ ହଠାତ୍‌ ହ୍ରଦରେ ବୁଡିଯାଇଥିଲେ । ଏହା ଦେଖି ଘଟଣାସ୍ଥଳରେ ଥିବା ଅନ୍ୟ 3ଜଣ ନାବାଳକ ନିଜ ସାଙ୍ଗକୁ ବଞ୍ଚାଇବା ପାଇଁ ଜଣଙ୍କର ପରେ ଜଣେ ହ୍ରଦ ମଧ୍ୟକୁ ଯାଇଥିଲେ । କିନ୍ତୁ ସାଙ୍ଗକୁ ତ ବଞ୍ଚାଇ ପାରିଲେ ନାହିଁ ନିଜେ ମଧ୍ୟ ଆଉ କୁଳକୁ ଫେରି ପାରିଲେନାହିଁ । ଫଳରେ ହ୍ରଦରେ ବୁଡି 5 ନାବାଳକଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବାଟୋଡ ଏସପି କିଶୋର ବାଲୋଲିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ମୃତକଙ୍କ ପରିବାର ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ପୋଲିସର ତଦନ୍ତ ପରେ ମୃତକକଙ୍କ ପରିଚୟ ସ୍ପଷ୍ଟ ହୋଇପାରେ ।

କିଛିଦିନ ପୂର୍ବେ ବିହାରରେ ପାଣିରେ ବୁଡି ଯାଇ 5 ଜଣ ନାବାଳକ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା । ବେଗୁସରାୟ ଅଞ୍ଚଳରେ ଗଣ୍ଡକ ନଦୀକୁ ଗାଧୋଇବା ଲାଗି 9 ଜଣ ନାବାଳକ ଯାଇଥିଲେ । କିନ୍ତୁ ସେଠାରେ ଗାଧୋଉଥିବା ସମୟରେ 5 ଜଣ ନଦୀରେ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ 3ଜଣ ନାବାଳକ ବିବାହ ଉତ୍ସବରେ ସାମିଲ ହେବା ଲାଗି ବିଶନପୁର ଗାଁକୁ ଆସିଥିଲେ । ସମାନ ଦିନରେ ଉତ୍ତରପ୍ରଦେଶରେ ପାଣିରେ ବୁଡି 4 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗଜରୌଲି ଅଞ୍ଚଳରେ ଇଟା ଭାଟି ପାଇଁ ମାଟି ସଂଗ୍ରହ କରାଯିବା ପରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା । ସକାଳ ସମୟରେ ସେହି ଗର୍ତ୍ତରେ ପାଣି ଜମିଯାଇଥିଲା । ଏହି ସମୟରେ 4 ଜଣ ନିରୀହ ଶିଶୁ ଗର୍ତ୍ତ ସମ୍ପର୍କରେ ଜାଣି ନପାରି ମାଟିକାଦୁଅ ଭରା ପାଣିରେ ବୁଡ଼ି ଯାଇଥିଲେ । ଗତ ଏପ୍ରିଲ 26 ତାରିଖରେ କର୍ଣ୍ଣାଟକ ମାଣ୍ଡିୟା ଅଞ୍ଚଳର ଏକ କେନାଲରେ ବୁଡି 5 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳିକ ଥିଲେ । ସମସ୍ତ ମୃତକ ସମ୍ପର୍କରେ ଭାଇ-ଭଉଣୀ । ଖରାଛୁଟି କାଟିବାକୁ ଆଈ ଘରକୁ ଆସିଥିବା ବେଳେ ଘଟିଥିଲା ଏପରି ଅଘଟଣ ।

ABOUT THE AUTHOR

...view details