ଓଡିଶା

odisha

ETV Bharat / bharat

Bihar Caste Survey Report: ପ୍ରଧାନମନ୍ତ୍ରୀ କହିଲେ ଦେଶକୁ ବିଭାଜନ କରିବାର ପ୍ରୟାସ କରୁଛନ୍ତି ବିରୋଧୀ - ବିହାରରେ ଜାତିଭିତ୍ତିକ ଜନଗଣନା

ଜାତିଭିତ୍ତିକ ସର୍ଭେ ଉପରେ ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ ଜାତି ଆଧାରରେ ଦେଶକୁ ବିଭାଜନ କରିବାକୁ ଚାହାନ୍ତି ବିରୋଧୀ । ଅଧିକ ପଢନ୍ତୁ

Bihar Releases Caste Survey Report : ପ୍ରଧାନମନ୍ତ୍ରୀ କହିଲେ ଦେଶକୁ ବିଭାଜନ କରିବାର ପ୍ରୟାସ କରୁଛନ୍ତି ବିରୋଧୀ
Bihar Releases Caste Survey Report : ପ୍ରଧାନମନ୍ତ୍ରୀ କହିଲେ ଦେଶକୁ ବିଭାଜନ କରିବାର ପ୍ରୟାସ କରୁଛନ୍ତି ବିରୋଧୀ

By ETV Bharat Odisha Team

Published : Oct 2, 2023, 7:56 PM IST

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ବହୁଚର୍ଚ୍ଚିତ ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିଛି । ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ପ୍ରସଙ୍ଗରେ ନିର୍ବାଚନୀ ସଭାମଞ୍ଚରୁ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ବିରୋଧୀମାନେ ଜାତି ଆଧାରରେ ଦେଶକୁ ବିଭାଜନ କରିବାର ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କୌଣସି ଦଳ, ସର୍ଭେ କିମ୍ବା ନିର୍ଦ୍ଦିଷ୍ଟ ରାଜ୍ୟର ନାମ ଉଲ୍ଲେଖ ନକରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।

ମଧ୍ୟପ୍ରଦେଶ ଗ୍ବାଲିୟରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ (ବିରୋଧୀ) ଲୋକଙ୍କ ଭାବନା ସହ ଖେଳୁଛନ୍ତି । ସେମାନେ ଦେଶକୁ ସମ୍ପ୍ରଦାୟ ଆଧାରରେ ବିଭାଜନ କଲେ । ଏବେ ସେମାନେ ସେହି ଧାରାରେ କାର୍ଯ୍ୟ ଜାରି ରଖିଛନ୍ତି । ସେମାନେ ପୂର୍ବରୁ ଦୁର୍ନୀତିଗ୍ରସ୍ତ ଥିଲେ, ଏବେ ମାତ୍ରାଧିକ ଦୁର୍ନୀତିଗ୍ରସ୍ତ ହୋଇସାରିଲେଣି । କେବଳ ଜାତି ଆଧାରରେ ଦେଶକୁ ବିଭାଜନ କରିବା ସେମାନଙ୍କର ଲକ୍ଷ୍ୟ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସାମଗ୍ରିକ ବିରୋଧୀଙ୍କ ବିରୋଧରେ ଥିବା ବେଳେ ଏହା ବିହାରରେ ବିଜେପିର ପୂର୍ବ ସହଯୋଗୀ ଦଳ ‘ଆରଜେଡି’ ଓ ମଧ୍ୟ ପ୍ରଦେଶରେ ଶିବରାଜ ସିଂ ଚୌହାନ ସରକାରର ମୁଖ୍ୟ ବିରୋଧୀ କଂଗ୍ରେସ ଆଡକୁ ପରୋକ୍ଷ ଇସାରା ବୋଲି କୁହାଯାଉଛି ।

ଏହାର କାରଣ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିହାର ସରକାର ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମଧ୍ୟ ପ୍ରଦେଶରେ ମଧ୍ୟ କଂଗ୍ରେସ ଏହି ଜାତିଭିତ୍ତିକ ଜନଗଣନାକୁ ମୁଦ୍ଦା କରିଛି । ଭାରତୀୟ ଜନତା ପାର୍ଟି ଓବିସି ବିରୋଧୀ ଓ ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ପ୍ରଥମେ ଜାତିଭିତ୍ତିକ ସର୍ଭେ ହେବା ନେଇ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କିଛି ଶୀର୍ଷ କଂଗ୍ରେସ ନେତା କହିସାରିଛନ୍ତି । ଜାତିଭିତ୍ତିକ ଜନଗଣନା ବର୍ତ୍ତମାନ ସମୟର ଏକ ଆବଶ୍ୟକତା । ଭାରତୀୟ ଜନତା ପାର୍ଟି ଏହାକୁ ବିରୋଧ କରୁଛି । ସଂସଦରେ ଏହା ଉପରେ ମତ ରଖିଲେ ମାଇକ ବନ୍ଦ କରି ଦିଆଯାଉଥିବା ରାହୁଲ ଅଭିଯୋଗ କରିଥିଲେ । ତେଣୁ ଆଜି ବିହାରରେ ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ ପାଇବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗକୁ ମୁଦ୍ଦା କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।


ଏହା ମଧ୍ୟ ପଢନ୍ତୁ:- Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ, ଲୋକସଂଖ୍ୟା 13 କୋଟି

ବହୁ ଚର୍ଚ୍ଚା ଓ ବିବାଦ ମଧ୍ୟରେ ଆଜି ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିଛନ୍ତି । ରାଜ୍ୟର ମୋଟ ଜନସଂଖ୍ୟାର 36 ପ୍ରତିଶତ ଅତ୍ୟଧିକ ପଛୁଆ ବର୍ଗ ଓ 27.1 ପ୍ରତିଶତ ପଛୁଆ ବର୍ଗ ଭାବେ ରିପୋର୍ଟରେ ସ୍ଥାନ ପାଇଛନ୍ତି । ସେହିପରି 19.7 ପ୍ରତିଶତ ଅନୁସୂଚୀତ ଜାତି ଓ ମାତ୍ର 1.7 ପ୍ରତିଶତ ଅନୁସୂଚୀତ ଜନଜାତି ସମ୍ପ୍ରଦାୟର ଲୋକେ ବିହାର ବାସ କରୁଥିବା ରିପୋର୍ଟରେ ସାମ୍ନାକୁ ଆସିଛି । ଏହାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଶଂସା କରିବା ସହ ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details