ଓଡିଶା

odisha

ETV Bharat / bharat

ଟୁଲକିଟ ମାମଲା, ରାହୁଲ କହିଲେ ସତ୍ୟ କେବେ ଡରେନି - ରାହୁଲ ଗାନ୍ଧୀ

କୋଭିଡ-19 ଟୁଲକିଟ ମାମଲାର ଟ୍ବିଟର ଇଣ୍ଡିଆ ଅଫିସକୁ ଦିଲ୍ଲୀ ପୋଲିସର ନୋଟିସ ପଠାଇବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ

By

Published : May 25, 2021, 1:27 PM IST

ନୂଆଦିଲ୍ଲୀ: ଟ୍ବିଟର ଅଫିସରେ ଦିଲ୍ଲୀ ପୋଲିସର ଅତର୍କିତ ଚଢାଉକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୋଭିଡ-19 ଟୁଲକିଟ ମାମଲାର ଟ୍ବିଟର ଇଣ୍ଡିଆ ଅଫିସକୁ ଦିଲ୍ଲୀ ପୋଲିସର ନୋଟିସ ପଠାଇବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ସେ ଟ୍ବିଟ କରି କହିଛନ୍ତି, ‘ସତ୍ୟ କେବେ ଡରେନି’ ।

ରାହୁଲ ଗାନ୍ଧୀ

ପ୍ରକାଶଥାଉକି, ଦିଲ୍ଲୀ ଓ ଗୁରୁଗ୍ରାମ ଟ୍ବିଟର ଅଫିସରେ ପୋଲିସର ଦୁଇଟି ଦଳ ଚଢାଉ କରିଥିଲେ । ବିଜେପି ସତ ଲୁଚାଇବାକୁ ଯାଇ ଏହି ଭୟାନକ ଚଢାଉ କରିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ଏହି ଘଟଣାକୁ ନିନ୍ଦା କରିବା ସହିତ ନିଜ ଟ୍ବିଟରେ #ଟୁଲକିଟ ଲେଖି ସତ୍ୟ କେବେ ଡରେନା ବୋଲି ଟ୍ବିଟ କରିଛନ୍ତି କଂଗ୍ରେସ ନେତା ।

ମାତ୍ର ବିଜେପି କଂଗ୍ରେସ ବିରୋଧରେ ଓଲଟା ଦୋଷ ଲଦିଛି । ଟୁଲକିଟ ଦ୍ବାରା କଂଗ୍ରେସ ଭୁଲ ତଥ୍ୟ ବାଣ୍ଟୁଥିବା କହିଛି ବିଜେପି । କୋରୋନା ମାହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ କଂଗ୍ରେସର ଏହା ଏକ ଯୋଜନା ବୋଲି କହିଛି ବିଜେପି । ଯେତେବେଳେ କି କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ବିଜେପି ଟୁଲକିଟ ମାଧ୍ୟମରେ ଏପରି କରିଛି ବୋଲି କହିଛି କଂଗ୍ରେସ ।

ଟୁଲକିଟ ମାମଲାରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ ପଠାଇଛି ରାୟପୁର ପୋଲିସ । ବିଜେପି ନେତା ସମ୍ବିତଙ୍କୁ ପଚରାଉଚୁରା ପାଇଁ ପୋଲିସ ଏହି ନୋଟିସ ଜାରି କରିଛି । ନୋଟିସରେ ସମ୍ବିତ ପାତ୍ରଙ୍କୁ ରବିବାର ସଂଧ୍ୟାରେ ରାୟପୁର ଥାନାରେ ବ୍ୟକ୍ତିଗତ କିମ୍ବା ଭିସି ଜରିଆରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details