ଓଡିଶା

odisha

ETV Bharat / bharat

All-party meeting for Manipur: ‘ଭରସା ରଖ, ମୁଁ ଶାନ୍ତି ଫେରାଇବି’

ଦିଲ୍ଲୀରେ ଶାହଙ୍କ ଅଧ୍ୟକ୍ଷତାରେ ସରିଲା ମଣିପୁର ହିଂସା ସ୍ଥିତି ନେଇ ସର୍ବଦଳୀୟ ବୈଠକ । ଶାନ୍ତି ଫେରାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛି । ବିରୋଧୀଙ୍କୁ ଭରସା ରଖିବାକୁ ଆଶ୍ବସନା ଦେଲେ ଶାହ । ଅଧିକ ପଢନ୍ତୁ

By

Published : Jun 24, 2023, 9:02 PM IST

Updated : Jun 24, 2023, 10:52 PM IST

all-party meeting for Manipur: ‘ଭରସା ରଖ, ମୁଁ ଶାନ୍ତି ଫେରାଇବି’
all-party meeting for Manipur: ‘ଭରସା ରଖ, ମୁଁ ଶାନ୍ତି ଫେରାଇବି’

ନୂଆଦିଲ୍ଲୀ:ମଣିପୁର ପ୍ରାୟ 50 ଦିନ ଧରି ଜାରି ରହିଥିବା ହିଂସା ସ୍ଥିତି ନେଇ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ସମସ୍ତ ଦଳର ପ୍ରତିନିଧି ସାମିଲ ହୋଇ ଆଲୋଚନା କରିଛନ୍ତି । ସର୍ବଦଳୀୟ ବୈଠକରେ ଅମିତ ଶାହ ହିଂସା ରୋକିବା ସହ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ନିଶ୍ଚିତ କରିବା ନେଇ ବିରୋଧୀ ନେତାଙ୍କୁ ଆଶ୍ବସନା ଦେଇଛନ୍ତି । କେନ୍ଦ୍ର ସରକାର ଶାନ୍ତି ଫେରାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଖୁବଶିଘ୍ର ଶାନ୍ତି ଫେରିବ, ବିରୋଧୀ ଭରସା ରଖନ୍ତୁ ବୋଲି ବିରୋଧୀଙ୍କୁ ଶାହ ଆଶ୍ବସନା ଦେଇଥିବା ଜଣାପଡିଛି ।

ଡିଏମକେ ନେତା ତଥା ସାଂସଦ ତିରୁଚି ଶିବା କହିଛନ୍ତି , ବୈଠକରେ ବିରୋଧୀ ଦଳ ପକ୍ଷରୁ ଏକାଧିକ ପ୍ରସ୍ତାବ ରଖାଯାଇଛି । ମଣିପୁରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅଧିକ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାର ଆବଶ୍ୟକତା ରହିଛି । ସେହିପରି ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଣିପୁରକୁ ଗସ୍ତ କରିବାର ଅନୁମତି ଦେବା ପାଇଁ ମଧ୍ୟ ଏହି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ରଖାଯାଇଥିଲା । ଉତ୍ତରରେ ଶାହ କହିଥିଲେ, ହିଂସା ରୋକିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିରୋଧୀ ଦଳମାନେ ଭରସା ରଖୁନ୍ତୁ, ମଣିପୁରରେ ଶାନ୍ତି ଫେରିବ ।

ସେହିପରି ଏହି ବୈଠକରେ, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ନେଇ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଏହି ହିଂସା ପ୍ରାୟ 50 ଦିନରୁ ଅଧିକ ସମୟ ବିତିବାକୁ ବସିଥିବା ବେଳେ ପ୍ରଧାନମନ୍ତ୍ରୀ ଥରେ ହେଲେ ଚିନ୍ତାପ୍ରକଟ କରିନାହାନ୍ତି ବୋଲି ପ୍ରଶ୍ନ କରି ବିରୋଧୀ ସରକାରଙ୍କୁ ଘେରିଥିଲେ । ମଣିପୁରରେ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଶାହ ସମସ୍ତଙ୍କୁ ଆଶ୍ବସନା ଦେଇଥିଲେ ।

ଏହି ସର୍ବଦଳୀୟ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂ (କଂଗ୍ରେସ), ତୃଣମୂଳ କଂଗ୍ରେସ ନେତା ଡେରେକ ଓବ୍ରାଇନ୍, ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା, ଡିଏମକେ ନେତା ତିରୁଚି ଶିବା, ଓଡିଶାରୁ ଶାସକ ବିଜେଡି ସାଂସଦ ପିନାକୀ ମିଶ୍ର, ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ନେତା ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2023, 10:52 PM IST

ABOUT THE AUTHOR

...view details