ଓଡିଶା

odisha

ETV Bharat / bharat

ସୁରଟରେ ମର୍ମନ୍ତୁଦ ଦୁର୍ଘଟଣା, 15 ଶ୍ରମିକଙ୍କୁ ଚାପି ଦେଲା ଡମ୍ପର

By

Published : Jan 19, 2021, 7:28 AM IST

Updated : Jan 19, 2021, 2:50 PM IST

truck hit
ସୁରତରେ ଭୟଙ୍କର ଦୁର୍ଘଟଣା, 15 ଶ୍ରମିକଙ୍କୁ ଚାପି ଦେଲା ଡମ୍ଫର

07:19 January 19

ଗୁଜୁରାଟରେ ଅଘଟଣ, ଶୋଇଥିବାବେଳେ ଶ୍ରମିକଙ୍କ ଉପରେ ଚଢିଗଲା ଡମ୍ପର

15 ଶ୍ରମିକଙ୍କୁ ଚାପି ଦେଲା ଡମ୍ପର

ଅହମ୍ମଦାବାଦ: ଗୁଜୁରାଟ କୋସମ୍ବାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶ୍ରମିକଙ୍କ ଉପରେ ଚଢିଗଲା ଡମ୍ପର । ରାସ୍ତାକଡରେ ଶୋଇଥିବା ଅବସ୍ଥାରେ ଡମ୍ପର ଚଢି 15 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ଦୁର୍ଘଟଣାରେ 8 ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାମୁତାବକ, ଗତ ବିଳମ୍ବିତ ରାତିରେ ସୁରଟର କିମ-ମାଣ୍ଡବ ରୋଡରେ ଏକ ଡମ୍ପର ଓଭରଟେକ କରିବାକୁ ଯାଇ ଆଖୁ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଡମ୍ପର ଭାରସାମ୍ୟ ହରାଇ ରାସ୍ତାକଡରେ ଶୋଇଥିବା 20 ଜଣ ଶ୍ରମିକଙ୍କ ଉପରେ ଚଢି ଯାଇଥିଲା । ଫଳରେ ଦୁର୍ଘଟଣାରେ 15 ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ 12 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଜଣେ ହସ୍ପିଟାଲ ଯିବା ବାଟରେ ଅନ୍ୟ 2 ଜଣ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମେଡିକାଲରେ ଚିକିତ୍ସାଧୀନ  ରହିଥିବା ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଡାକ୍ତରୀ ଟିମ ସେମାନଙ୍କ ଉପରେ ଲଗାତର ନଜର ରଖୁଛନ୍ତି । ମୃତାହତ ଶ୍ରମିକମାନେ ରାଜସ୍ଥାନ ବାସୱାଡା ଜିଲ୍ଲା କୁଶଲଗଡର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଡମ୍ପର ଡ୍ରାଇଭର ଓ କ୍ଲିନରକୁ ଗିରଫ କରିଛି ପୋଲିସ ।

ସେପଟେ ଘଟଣାକୁ ନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ । ମୃତକଙ୍କ ପରିବାରକୁ CMRF ରୁ 2 ଲକ୍ଷ ଲେଖାଏଁ ସହାୟତା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ପ୍ରଧାନମନ୍ତ୍ରୀ ମଧ୍ୟ ଗଭୀର ଶୋକବ୍ୟକ୍ତ କରି ମୃତକଙ୍କ ପ୍ରିୟ ପରିଜନଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ  ପ୍ରାର୍ଥନା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ 2 ଲକ୍ଷ ଓ ଆହତଙ୍କ ପରିବାରକୁ 50 ହଜାର ଲେଖାଏଁ ସହାୟତା PMRF ରୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2021, 2:50 PM IST

ABOUT THE AUTHOR

...view details