ଓଡିଶା

odisha

ETV Bharat / bharat

ଅଧାରେ ରହିଲା ଶିରିଡି ଦର୍ଶନ: ମର୍ମନ୍ତୁଦ ଦୁର୍ଘଟଣାରେ ଲିଭିଗଲା 10 ଜୀବନ ଦୀପ - ସଡକ ଦୁର୍ଘଟଣାରେ ଶ୍ରଦ୍ଧାଳୁ ମୃତ

ଅଧାରେ ରହିଲା ଶିରିଡି ଦର୍ଶନ । ମହାରାଷ୍ଟ୍ରରେ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କାରେ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା
ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା

By

Published : Jan 13, 2023, 9:46 AM IST

Updated : Jan 13, 2023, 1:11 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ଶ୍ରଦ୍ଧାଳୁଙ୍କୁ ଶିରିଡି ନେଇ ଯାଉଥିବା ଏକ ଘରୋଇ ବସ୍ ଟ୍ରକ ସହ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସେମାନଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍‌ରେ ମୋଟ ୫୦ ଜଣ ଶ୍ରଦ୍ଧାଳୁ ଥିଲେ । ସମସ୍ତେ ଥାନେ ଅମ୍ବରନାଥ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଆଜି(ଶୁକ୍ରବାର) ସକାଳେ ନାଶିକ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ବସ୍‌ଟି ଶିରିଡି ଯାଉଥିବା ବେଳେ ନାଶିକ-ଶିରିଡି ହାଇୱେର ପାଥେର ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ ମୁମ୍ବାଇ ଠାରୁ ୧୮୦ କିମି ଦୂର ପାଥେର ଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା, ଦୁଇ ନାବାଳକ ଓ ଜଣେ ପୁରୁଷ ରହିଛନ୍ତି । ଆହତମାନଙ୍କୁ ନିକଟସ୍ଥ ସିନ୍ନର ଗ୍ରାମୀଣ ହସ୍ପିଟାଲ ଏବଂ ଯଶୱନ୍ତ ହସ୍ପିଟାଲକୁ ନିଆଯାଇଛି । ଆହତଙ୍କ ମଧ୍ୟରେ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

ଏହି ଅଘଟଣରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟ୍ବିଟ୍ କରି ଦୁଃଖପ୍ରକାଶ କରିବା ସହ ଆହତମାନଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହାସହିତ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି PMNRF ପାଣ୍ଠିରୁ ମୃତଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଟିଏମସି ବିଧାୟକଙ୍କ ଘରେ ଟଙ୍କାର ପାହାଡ ! 11 କୋଟି ଜବତ କଲା ଆୟକର ବିଭାଗ

ଥାନେ ଜିଲ୍ଲା ଅମ୍ବରନାଥ ଅଞ୍ଚଳର ପ୍ରାୟ ୫୦ ଶ୍ରଦ୍ଧାଳୁଙ୍କ ସାଇବାବାଙ୍କ ଦର୍ଶନ ପାଇଁ ବସ୍ ଯୋଗେ ଶିରିଡି ଅଭିମୁଖେ ଯାତ୍ରା କରିଥିଲେ । ସେମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲା ରହିଥିଲେ । ହେଲେ ସକାଳ ୭ଟା ସମୟରେ ନାଶିକ ପାଥେର ନିକଟରେ ବସ୍‌ଟି ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବସ୍‌ର କାଚ ଭାଙ୍ଗି ଚୁରମାର୍ ହୋଇଯାଇଥିବା ବେଳେ ଟ୍ରକର ଆଗପଟ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

Last Updated : Jan 13, 2023, 1:11 PM IST

ABOUT THE AUTHOR

...view details