ଓଡିଶା

odisha

By

Published : Jan 24, 2022, 12:40 PM IST

ETV Bharat / bharat

ପୁନେରେ ସିରିଜ ଦୁର୍ଘଟଣା, ୫ ଜଣଙ୍କ ଚାଲିଗଲା ପ୍ରାଣ

ମହାରାଷ୍ଟ୍ରରେ ଭୟଙ୍କର ସିରିଜ ଦୁର୍ଘଟଣା । ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପୁନେରେ ସିରିଜ ଦୁର୍ଘଟଣା, ୫ମୃତ
ପୁନେରେ ସିରିଜ ଦୁର୍ଘଟଣା, ୫ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସିରିଜ ଦୁର୍ଘଟଣା । କାର ଓ ୨ ଟି ବାଇକକୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୁଣେ-ଅହମ୍ମଦନଗର ରାଜପଥରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣା ପଡିଛି ।

ସୂଚନାଅନୁଯାୟୀ ଏକ ଟ୍ରକ ପୁଣେରୁ ମୁମ୍ବାଇ ସହରକୁ ଯାଉଥିବା ବେଳେ ଏକ କାରରେ ୬ ଜଣ ଓ ଗୋଟିଏ ବାଇକରେ ସ୍ବାମୀ ସ୍ତ୍ରୀ ପୁନେ ଅଭିମୁଖେ ଯାଉଥିଲେ । ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ଡିଭାଡରରେ ପିଟି ହୋଇ କାର ଓ ବାଇକକୁ ଧକ୍କା ଦେଇଥିଲା । ତେବେ କାରରେ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦମ୍ପତିଙ୍କ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details